Category: କାବ୍ୟ ଓ କବିତା

ଭଜୁ କିନା ରାମ ନାମରେ ରାଜନ ବୋଲୁ କିନା ରାମ ନାମ, ଭଜି ନପାରିଲେ କୂଳ ଚନ୍ଦ୍ରମାରେ ବାନ୍ଧି ନେବ କାଳ ଯମ । କି କରିବେ ତୋତେ ମାୟା ସ୍ତିରୀମାନେ ମାୟାରେ ହୋଇଛୁ ଭୋଳ, ଆଜି ମଲେ କାଲି ହେବ ଦୁଇ ଦିନ ମିଥ୍ୟା ମାୟାରେ ଏ ସଂସାର। ରାଜ କୁଳ ବଡ଼ ସୁଖ ଲୋ ଜନନୀ ଯୋଗୀ କୁଳ ବଡ଼ ଦୁଃଖ, ନ ଜାଣଇ ଯୋଗୀ ଖରା ଓ ବରଷା ବୁଲି ମାଗୁଥାଇ ଭିକ।

ଧର୍ମର ଭୟ କ୍ଷମତାର ଭୟ ଜୀବନର ଭୟ ପ୍ରତିବାଦର ଭୟ! ଭୟ! ଭୟ! ସମଗ୍ର ଜାତିର ରକ୍ତକଣିକା ଖାଲି ଭୟର ବୀଜାଣୁରେ ଭରପୁର ଆଃ କେଡ଼େ ବ୍ୟାଧିଗ୍ରସ୍ତ ଏ ଜାତିଟା ତା’ର ମାଦଳ ଠାକୁର ପରି, କେଡ଼େ ନିର୍ବୋଧ ଏ ଲୋକମାନେ ଭୋକରେ ବି ନିଦ୍ରା ଯାଇପାରନ୍ତି କର୍ମକୁ ଆଦରି। ମୁହଁରୁ ଦାନା ଛଡ଼େଇ ନେଇ ଯାଉଥିବା ନିର୍ଦ୍ଦୟ ବ୍ୟକ୍ତିଟି ସାମ୍‌ନାରେ ବି ପ୍ରତିବାଦହୀନ ଗୁଡ଼ାଏ ପଥରମୂର୍ତ୍ତି । ଉଡ୍‌ଡିୟାନର ଆତ୍ମା ଏବେ ବି ଶୋଇରହିଛି ଅନ୍ଧାରରେ

(୧) ଆହା, ଯଉବନ ଥରେ ଗଲେ ଆଉ ଆସେନା । ବୃଥା ବିଧୁର ପରାଣେ ଝୁରେ ବାସନା । ଫୁଲ ଫୁଟେ, ଫୁଲ ଝଡ଼େ ପୁଣି ଫୁଟେ ସେ, ପୂରନିମା ଶଶୀ ବୁଡ଼େ, ପୁଣି ଉଠେ ସେ। ବରଷକେ ଆସି ପୁଣି ମଧୁ ବାଇତ, ବିରହିଣୀ ଧରଣୀର ପ୍ରାଣ-ଚୟିତ। ମାତର ନ ଆସେ ଫେରି ଯଉବନ ଗୋ, ବାହୁଡ଼ଇ ନାହିଁ ଗୋପେ ଗୋପଧନ ଗୋ ! ନ ଫେରଇ ଥର ଥର ଚୋରା ଚାହାଣି, ନ ଫେରଇ

ଶୁଣ ସୁଧିରେ ଭକ୍ତବୀର। କହିବା ଶରୀରାର୍ଥ ସାର॥ ବ୍ରହ୍ମା ଯେ ନାଭି କମଳରେ। ବାସ ତା ହୃଦୟ ମଣ୍ଡଳେ॥ ସେଠାରୁ ଝରୁଛି କଳ୍ପଣା। ମନ ପବନ ଯୋଗ ସିନା॥ ଘଟରେ ବ୍ରହ୍ମାଙ୍କୁ ଚିହ୍ନିଲେ। ଫଳ ସଂପୂର୍ଣ୍ଣ ହୋଏ ଭଲେ॥ ଶରୀରାର୍ଥକୁ କେ ନ ଜାଣି। ବାହାରେ ଭ୍ରମି ମରେ ପ୍ରାଣୀ॥ ହୃଦ-କମଳେ ଜଗନ୍ନାଥ। ସ୍ୱରୁପ ବୁଝ ହେ ଭଗତ॥ ଲକ୍ଷ୍ମୀଙ୍କୁ ସଂଗତରେ ଘେନି। ବାସ ତା ହୃଦୟ ମୂର୍ଦ୍ଧନି॥ କଳ୍ପବଟରେ ଅଛି ରହି। ନୀଳକନ୍ଦର ତାକୁ କହି॥

ବିଜନ କୁଟୀରେ ବସି ଲେଖଇ କବିତା ଆସି କାହିଁ ଭାସିଯାଏ ଚିନ୍ତା ପରେ ଚିନ୍ତା ଗୁନ୍ଥି ଯାଏ ଗୋଟି ଗୋଟି ମାଳାକାର ସମ ଅନାୟାସେ ଧରା ଦିଏ ଛନ୍ଦେ ଯେହୁ ମମ। ଏକାଳେ ଭିକାରୀ ଆସି ଆରମ୍ଭିଲା ଗୀତ ଚିତ୍ତ ହେଲା ବିଚଳିତ ଭାବ ଅସ୍ତମିତ। ଆସୁଥିଲା ଯେ ନିକୁଞ୍ଜ ସରାଗେ ବଉଳି କଙ୍କାଳର କୋଳାହଳେ ପଡ଼ିଲା ମଉଳି। ଗରଜିଲା କଟୁଭାଷେ କ୍ରୋଧେ ହତଜ୍ଞାନ କଙ୍କାଳ କରୁଣ କଣ୍ଠେ ଛିନ୍ନ ହେଲା ଗାନ ବିରାଗେ ମଳିନ ମୁଖ

ଘେନାକର ସରକାର କିଣିଖିଆ ଗୁହାରି କିଣିଖିଆ ଗୁହାରି୤ ଘୋଷା୤ ଅଖା ପଟ ବୋହି ବୋହି କୁରୁମ ଆମେ, ପଶୁଠୁଁ ହୀନ ବହିଛୁଁ ମଣିଷ ନାମେ ଝାଳ ପୋଛି ଗୋଡ଼ ଭାଙ୍ଗି ପଡ଼ି ଭିଖାରି ୤ ୧ ୤ କିଏ ଖଟିଲା କିଏ ସେ ଖାଇଲା ଲାଭ ତେଲି ତେଲଙ୍କର ଏବେ ଲାଗିଛି ଭାବ ଥୋଡ଼ିଆ ବଳଦ ମଲୁଁ ପିଡ଼ିଆହାରୀ ୤ ୨ ୤ ସଉକେ ହୋଇଛୁଁ ମାଛିମରା କିରାନି ବେକରେ ବାନ୍ଧିଛୁଁ ପାଞ୍ଚ ଛଅ ପରାଣି ପେଟେ

ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା, ନୀରବେ ଆକାଶେ ଉଦେ ରବି-ଶଶୀ-ତାରା, ନୀରବେ ବଢ଼ଇ ତରୁଲତା-ମହୀଧର ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର୤ ମହା-କାଳ-ପାରାବାର ଅନନ୍ତ ଗରଭେ ମିଶଇ ସମୟ-ସ୍ରୋତ ସତତ ନୀରବେ, ନୀରବେ ଜଗତ କରେ ନିଜ କକ୍ଷେ ଗତି ନୀରବ ନିଖିଳ ବିଶ୍ବ ନିଗୂଢ ଶକତି୤ ନୀରବେ ପ୍ରେମିକ ନେତ୍ରେ ଅଶ୍ରୁ ଢଳ ଢଳ, ନୀରବେ ସରସୀ-ବକ୍ଷେ ହସେ ଶତଦଳ, ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ, ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସ୤

(ରାଗ-ମଙ୍ଗଳ) ରୁଚିର ଶରଦକାଳ ବିରାଜିଲା ଆସି, ହସିଲା ଧରଣୀରାଣୀ ଶୋଭା ପରକାଶି୤ କାଶତଣ୍ଡୀ ଫୁଲେ ମହୀଦିଶଇ ଧବଳ, ସରୋବରେ ଫୁଟିଛନ୍ତି କୁମୁଦ କମଳ୤ ସୁନ୍ଦର ମାଳତୀ ଗଙ୍ଗ-ଶିଉଳୀ ଟଗରେ, ଧବଳିତ ଉପବନ ଜନମନ ହରେ୤ ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ, ଭାସଇ ବୋଇତ ଯଥାନୀଳ ସମୁଦ୍ରରେ୤ ରଜନୀରେ ନୀଳାକାଶେ ଚନ୍ଦ୍ରମା ଉଜ୍ଜ୍ବଳ, ବିରାଜଇ ଦଶଦିଶ କରିଣ ଧବଳ୤ ଉଜ୍ଜ୍ବଳ ନକ୍ଷତ୍ରମାଳା ଚନ୍ଦ୍ର ସଙ୍ଗତରେ, ଶୋଭନ୍ତି ପ୍ରଫୁଲ୍ଲ ପୁଷ୍ପ ପରାୟେ ଅମ୍ବରେ୤ ନଦୀ ପୁଷ୍କରିଣୀ ଜଳଏବେ ସୁନିର୍ମଳ,

‘ଭଲ କରି ନାଆ ବୁହା, ରେ ନାଉରି ! ଝିଅକୁ ମାଡ଼ୁଛି ଡର; ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ, ଝିଅ ଯିବ ଶାଶୂଘର୤’ ଭଲ କରି ନାଆ ବାହୁଛି ନାଉରି ତଲେଇ କରିଛି ଠିଆ; ମାମୁଁଭଣଜାର କୋଣରୁ ଆସେ ଲୋ, ବୋହି ସୁଲୁ ସୁଲୁ ବାଆ୤ ଦିନ ଦଶ ଘଡ଼ି ହେଲାଣିଟି ଆସି, ଖରା ମାରେ ଚାଇଁ ଚାଇଁ; ପାଞ୍ଚ କୋଶ ବାଟ ଯିବାକୁ ଅଛି ଲୋ, ବେଳ ତ ପାଇବ ନାହିଁ୤ ନାଉରି ବାପୁଡ଼ା

କ୍ରମେ ମଧୁ ଶେଷ ହୋଇଲା ପ୍ରବେଶ ହୋଇଲା ଗ୍ରୀଷମ ସମୟେ। କରମାଳିକର ମହା ଖରତର କମଳ କୁମାର ପରାୟେ। ସୁଜନେ, କି କହିବା ମହୀ ତପତ। କରାଇଲା ନୃତ୍ୟ ପଥିକ ପଦକୁ ସଂଗ୍ରାମଭୂମି ଅଶ୍ୱମତ ।୧। କଶଳ ନର୍ତ୍ତକୀ ଭ୍ରମରୀ ପରାୟେ ଭ୍ରମିଲେ ବାତଚକ୍ରମାନେ। କୁଟୁମ୍ବୀ-ଦୀନଜନ ମନ ପରାୟେ ସନ୍ତାପୀ ହେଲେ ଏକାଦିନେ। ସୁଜନେ, କୃଶ ହୋଇଲା ନଦୀ ଜଳ। କାନ୍ତ ଘନରସ ବିହୀନେ ଯେମନ୍ତ ଦିଶନ୍ତି ବିରହିଣୀ କୂଳ ।୨। କୁରଙ୍ଗ-ନୟନା ନୟନ-ତରଙ୍ଗ ବଳି ମୃରଙ୍ଗ

1 2