ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

ଓଡ଼ିଆ ସାହିତ୍ୟରେ କବି ସମ୍ରାଟଭାବେ ଉପେନ୍ଦ୍ର ଭଞ୍ଜ ପରିଚିତ। ଜଣେ ରାଜ ବଂଶଜ ହୋଇ ମଧ୍ୟ ସେ ନିଜ ଜୀବନକାଳ ମଧ୍ୟରେ ଅନେକ ଘାତ ପ୍ରତିଘାତ ସହ୍ୟ କରି ଓଡ଼ିଆ ସାହିତ୍ୟକୁ ଅନେକ ସାରସ୍ୱତ କୃତି ମାଧ୍ୟମରେ ପ୍ରସାରିତ ଓ ପ୍ରଚାରିତ କରିଯାଇଛନ୍ତି। ସପ୍ତଦଶ ଶତାବ୍ଦୀର ଶେଷଭାଗରୁ ଅଷ୍ଟଦଶ ଶତାବ୍ଦୀର ଆଦ୍ୟଭାଗ ପର୍ଯ୍ୟନ୍ତ କବିଙ୍କର ଜୀବନ କାଳ ରହିଥିଲା।

ଭଞ୍ଜଙ୍କ ରଚନାବଳୀ ପରିମାଣ ଦୃଷ୍ଟିରୁ ବିପୁଳ ଏବଂ କାବ୍ୟ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ବୈଚିତ୍ରମୟ ବୋଲି ସମାଲୋଚକମାନେ ମତ ଦେଇଛନ୍ତି। କବି ରାମତାରକ ମନ୍ତ୍ର ସାଧନା କରି ପ୍ରଚଣ୍ଡ ପ୍ରତିଭାଶାଳୀ ହୋଇଥିବା କୁହାଯାଏ। ତାଙ୍କର ଅନବଦ୍ୟ ଓ ଅନନ୍ୟ ରଚନା ମଧ୍ୟରେ ‘ବୈଦେହୀଶ ବିଳାସ’, ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ‘ଲାବଣ୍ୟବତୀ’, ‘ପ୍ରେମ ସୁଧାନିଧି’, ‘ରସିକ ହାରାବଳୀ’, ‘ଶୁଭଦ୍ରା ପରିଣୟ’, ‘କଳାକଉତୁକ’, ‘ଚିତ୍ରକାବ୍ୟ ବନ୍ଧୋଦୟ’, ‘ରସ ପଞ୍ଜକ’ ଆଦି କାବ୍ୟ ଅନ୍ୟତମ।

ତାଙ୍କ ଦ୍ୱାରା ଗୀତରେ ଲିଖିତ ଅଭିଧାନ-‘ଗୀତାବିଧାନ’ ଏକ ଅନନ୍ୟ ପ୍ରୟାସ। ଏହା ସହିତ ‘ଯମକରାଜ ଚଉତିଶା’, ‘ଚଉପଦୀ ଚନ୍ଦ୍ର’, ‘ଦଶପୋଈ’ ଆଦି ତାଙ୍କର ଅନ୍ୟାନ୍ୟ ରଚନା ମଧ୍ୟ ରହିଛି। ଓଡ଼ିଆ ସାହିତ୍ୟରେ ବିଭିନ୍ନ ପ୍ରକାରର ରାଗ, ଅଳଙ୍କାର ଓ ଯମକ ଆଦିର ସେ ସୃଷ୍ଟିକର୍ତ୍ତା ବୋଲି କୁହାଯାଏ। ସେହିଭଳି ତାଙ୍କ ରଚିତ ‘ଅବନାରସ ତରଙ୍ଗ’ କାବ୍ୟଟି ବ୍ୟଞ୍ଜନ ବର୍ଣ୍ଣରେ ସ୍ୱରବଣ୍ଣର ସଂଯୋଗ ନହୋଇ ଲିଖିତ ଏକ ଅନବଦ୍ୟ ସୃଷ୍ଟି।

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP