ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଦୀପକ ମିଶ୍ର

ଜଣେ ମାନବବାଦୀ କବି ଭାବେ ଦୀପକ ମିଶ୍ର (୧୯୩୮-୨୦୦୮)ଙ୍କ କବିତାଗୁଡ଼ିକ ଓଡ଼ିଆ କବିତା ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ସାମ୍ବାଦିକଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ଶ୍ରୀ ମିଶ୍ର ପରବର୍ତ୍ତୀ ସମୟରେ ଇତିହାସର ଅଧ୍ୟାପକଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତିଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ବିଶେଷତଃ ଜଣେ କବିଭାବେ ପରିଚିତ ଶ୍ରୀ ମିଶ୍ର ଜଣେ ଅନୁବାଦକ ଏବଂ ସମୀକ୍ଷକ ତଥା ପ୍ରାବନ୍ଧିକଭାବେ ମଧ୍ୟ ପରିଚିତ ଥିଲେ।

ତାଙ୍କ ରଚିତ କବିତା ଗ୍ରନ୍ଥଗୁଡ଼ିକ ମଧ୍ୟରେ ‘ଅସମାପିକା’, ‘ଅନୁଷ୍ଟୁପ୍‌’, ‘ନିଷିଦ୍ଧ ହ୍ରଦ’, ‘ନିର୍ଜନ ନକ୍ଷତ୍ର’, ‘ବୃତ୍ତ’, ‘ଅରଣା ମଇଁଷି’, ‘ନିଦାଘ ଯାତ୍ରା’, ‘ଶୂନ୍ୟତାର ଶୋଷ’, ‘ସୁଖ ସଂହିତା’ ଆଦି ଅନ୍ୟତମ। ଏହା ସହିତ ତାଙ୍କର ପ୍ରବନ୍ଧ ସଙ୍କଳନ ମଧ୍ୟରେ ‘କବି କବିତା ଓ ତା’ର ପୃଷ୍ଠଭୂମି’, ‘କବି କବିତା କାବ୍ୟଭୂମି’ ଓ ‘ମହାଭାରତ ଏକ ତୁଳନାତ୍ମକ ସମୀକ୍ଷା’ ଆଦି ଅନ୍ୟତମ। ସେ ଉଭୟ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସହିତ ବିଷୁବ ପୁରସ୍କାର ଓ ଅନ୍ୟ ପୁରସ୍କାର ଏବଂ ସମ୍ମାନ ଆଦି ପାଇଥିଲେ।

ଗୁଜବ୍‌

ଦିନ ଭଳି ଜହ୍ନ ପଡ଼ିବା କଥା ଆଦୌ ଗୁଜବ୍‌ ନୁହଁ॥ ଖରାଭଳି ଜହ୍ନରେ ବି ଛାଇ ପଡ଼େ। ମୁର୍ଦ୍ଦାର ହସିବା କଥା ଆଦୌ ଗୁଜବ୍‌ ନୁହେଁ, ବେକରେ...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP