ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ଚନ୍ଦ୍ର ଶେଖର ନନ୍ଦ

ଚନ୍ଦ୍ରଶେଖର ନନ୍ଦ(୧୮୬୮-୧୯୩୨) କଟକ ଜିଲ୍ଲାରେ ଜନ୍ମ ହୋଇଥିଲେ। ଲେଖାଲେଖିରେ ସେ ବିଶିଷ୍ଟ ସାହିତ୍ୟିକ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସମସାମୟିକ ଥିଲେ। ଚନ୍ଦ୍ରଶେଖରଙ୍କ ରଚିତ ଗଳ୍ପଗୁଡ଼ିକର ସଙ୍କଳନ ‘ଚିତ୍ର’ ପ୍ରଥମ ମୂଦ୍ରିତ ଓଡ଼ିଆ କ୍ଷୁଦ୍ରଗଳ୍ପ ସଙ୍କଳନ ଭାବେ ମାନ୍ୟତା ପାଇଛି।

‘ସୁଧା’ ନାମକ ଏକ ପତ୍ରିକା ମଧ୍ୟ ସେ ସମ୍ପାଦନା କରିଥିଲେ। ମଧୁସୂଦନ ରାଓଙ୍କର ପ୍ରତିଷ୍ଠିତ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଶିକ୍ଷା ବିଭାଗରେ ଜଣେ ଅଧିକାରୀଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ରଚିତ ପ୍ରବନ୍ଧ ସଙ୍କଳନ ମଧ୍ୟରେ ‘ପ୍ରଭାତ’, ‘ସାହିତ୍ୟ’ ଏବଂ କବିତା ସଙ୍କଳନ-‘ଅର୍ଚ୍ଚନା’ ଆଦି ଅନ୍ୟତମ।

ଏହା ସହିତ ସେ ‘ସତୀ ଓ ଶାନ୍ତି’ ନାମକ ଏକ ଉପନ୍ୟାସ ସହିତ ଶିଶୁମାନଙ୍କ ପାଇଁ ‘ନୁଆ ଅଙ୍କ’, ‘ନୂଆ ଶିଶୁଗୀତ’, ‘ନୂଆ ବର୍ଣ୍ଣବୋଧ’ ଏବଂ ‘ବିନାୟକ ବ୍ରତ’ ଓ ‘ଗୌରୀବ୍ରତ’ ପୁସ୍ତକ ମଧ୍ୟ ରଚନା କରିଥିଲେ।

କୋକିଳ ଓ ଖଦ୍ୟୋତ

ପଲ୍ଲି ଚୂତତରୁ ଶାଖେ ରାବେ ବସି ପିକ ଶୁଣନ୍ତି ସାନନ୍ଦମନେ, ବହୁଳ କୃଷକ। ନିଶୀଥେ କ୍ଷୂଧାର୍ତ୍ତେ ଦିନେ କୋକିଳ ଦୁଃଖିତ, ଗାଢ଼ ଅନ୍ଧକାରେ ବସି ରାବେ ଅତୃପତ।...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP