ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଭୁବନେଶ୍ୱର ବେହେରା

ଭୁବନେଶ୍ୱର ବେହେରା

ଏକାଧାରରେ ଜଣେ ଖ୍ୟାତନାମା ଇଞ୍ଜିନିୟର୍‌, ସାହିତ୍ୟିକ, ଶିକ୍ଷାବିତ୍‌ ଓ ପ୍ରଶାସକ ଭାବେ ଭୁବନେଶ୍ବର ବେହେରା (୧୯୧୬-୨୦୦୧) ଏକ ପ୍ରତିଷ୍ଠିତ ନାମ। ରାଉରକେଲା ସ୍ଥିତ ତତ୍କାଳୀନ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସହିତ ଏକାଧିକ କାର୍ଯ୍ୟରେ ଶ୍ରୀ ବେହେରା ପ୍ରଥମ ବ୍ୟକ୍ତି ଭାବେ ପରିଗଣିତ ହୋଇଥିଲେ। ସେହିପରି ହିରାକୁଦ ବନ୍ଧ ନିର୍ମାଣରେ ଜଣେ ପ୍ରମୁଖ ଇଞ୍ଜିନିୟର୍‌ ସହିତ ଓଡ଼ିଶାର ପ୍ରଥମ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟଭାବେ ବୁର୍ଲାଠାରେ ୟୁନିଭର୍‌ସିଟି କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ସ୍ଥାପନା କରିବାରେ ସେ ଥିଲେ ପ୍ରମୁଖ ବ୍ୟକ୍ତି।

ବିଶେଷ କରି ଜଣେ ରମ୍ୟ ରଚନା ଲେଖକ ଭାବେ ଶ୍ରୀ ବେହେରାଙ୍କ ‘ଶୁଣ ପରୀକ୍ଷ’, ‘କଥା ଓ ଲଥା’, ‘ଫରଫର ଉଡ଼େ କାନି’ ଓ ‘କହି ନ ଜାଣେ’ ଆଦି ସଙ୍କଳନ ସହିତ ‘ସହାବସ୍ଥାନ’ ନାମକ ଗଳ୍ପଗ୍ରନ୍ଥ, ‘ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି’ ନାମକ ଭ୍ରମଣ କାହାଣୀ ଓ ‘ଗାଁର ଡାକ’ ଆତ୍ମଜୀବନୀ ହେଉଛି ତାଙ୍କର ପ୍ରକାଶିତ ଲେଖା ମଧ୍ୟରେ ଅନ୍ୟତମ। ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ସହିତ ସାରଳା ପୁରସ୍କାର ଆଦି ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ଶ୍ରୀ ବେହେରା ତାଙ୍କ ଲେଖା ମାଧ୍ୟମରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ।

ନାଟର ଗୋବର୍ଦ୍ଧନ

କୌଣସି ଘଟଣାବଳୀର ଆଢ଼ୁଆଳରେ ଯଦି କାହାରି ହାତ ଛପି ରହିଥିବାର ସନ୍ଦେହ କରାଯାଏ ତେବେ ସେ ଅଦୃଶ୍ୟ ହାତର ଅଧିକାରୀକୁ ସନ୍ଦେହକାରୀମାନେ ‘ନାଟର ଗୋବର୍ଦ୍ଧନ’ ବୋଲି ବର୍ଣ୍ଣନା...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP