ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ସାର୍‌ ବାସୁଦେବ ସୁଢଳଦେବ

ସାର୍‌ ବାସୁଦେବ ସୁଢ଼ଳଦେବ (୧୮୫୧-୧୯୦୩) ଓଡ଼ିଆ ସାହିତ୍ୟର ଅନ୍ୟତମ ବିଶିଷ୍ଟ ସ୍ଥପତି। ଓଡ଼ିଆ ଭାଷା ସାହିତ୍ୟକୁ ପରିଚ୍ଛନ୍ନ ଦିଗନ୍ତରୁ ସନ୍ଧାନ ଦେବା ତାଙ୍କର ଆଭିମୁଖ୍ୟ ଥିଲା। ତାଙ୍କ ଦ୍ବାରା ଓଡ଼ିଆ ସାରସ୍ବତ ପରମ୍ପରାରେ ପ୍ରାଚୀନ ଓ ଆଧୁନିକ ଧାରାର ସମନ୍ବୟ ସଂସାଧିତ ହୋଇଥିଲା। ଭଞ୍ଜ-ସାହିତ୍ୟ ଓ ରାଧାନାଥ ସାହିତ୍ୟ ଭାବଧାରାର ଊର୍ଦ୍ଧ୍ବରେ ଆଧୁନିକ ସାହିତ୍ୟ ନିର୍ମାଣର ଅଭିନବ ପଦକ୍ଷେପ ସେ ଗ୍ରହଣ କରିଥିଲେ। ପରମ୍ପରାର ଦୀର୍ଘ ପଦଯାତ୍ରା ମଧ୍ୟରେ ସମକାଳୀନ ନବୀନତ୍ବକୁ ଚିରନ୍ତନ ବ୍ୟାପ୍ତି ପ୍ରଦାନ କରିବା ଥିଲା ତାଙ୍କର ଲକ୍ଷ୍ୟ। ଓଡ଼ିଆ ଭାଷା ସୁରକ୍ଷାଠାରୁ ଶୁଦ୍ଧ ଓଡ଼ିଆ ଭାଷା ସାହିତ୍ୟ ନିର୍ମାଣରେ ତାଙ୍କର ଯୋଗଦାନ ସ୍ମରଣୀୟ। ଓଡ଼ିଆରେ ଅଳଙ୍କାରକୁ ଅର୍ଥବତ୍ତାର ସ୍ମାରକୀରୂପେ ଗ୍ରହଣ କରିବା ସହିତ ପ୍ରକୃତିର ଅନବଦ୍ୟ ରୂପଚର୍ଯ୍ୟାକୁ କାବ୍ୟଶୈଳୀରେ ପରିବେଷଣ କରିବା ଚିରଞ୍ଜିବୀ ବୀରବନ୍ଦନାରେ ଜାତୀୟବାଦୀ ବୀଜବପନ କରିବା ଏବଂ ବୈଦିକ ସାହିତ୍ୟ ଅନ୍ତରାଳରେ ଓଡ଼ିଆ ସାହିତ୍ୟର ଜୀବନୀଶକ୍ତି ଅନ୍ବେଷଣ କରିବାହିଁ ସୁଢ଼ଳଦେବଙ୍କ ସାରସ୍ବତ ଦ୍ୟୋତନା।

ଓଡ଼ିଆ ସାହିତ୍ୟରେ ସାମଗ୍ରିକଭାବେ ପ୍ରାଣଶକ୍ତି ସଞ୍ଚାର କରି ଏକ ନୂତନ ସଂଜ୍ଞା ପ୍ରଦାନ କରିବାରେ ସୁଢ଼ଳ ସାହିତ୍ୟ ସିଦ୍ଧିପ୍ରାପ୍ତ। ସୁଢ଼ଳଦେବଙ୍କ ଜୀବନ ଓ ସାହିତ୍ୟ ଓଡ଼ିଆ କବି ଓ ଲେଖକଙ୍କୁ ପ୍ରବୋଧିତ କରିଛି। ସ୍ବାଧୀନତା ପୂର୍ବ ଓ ସେତେବେଳର ଓଡ଼ିଆ ଭାଷାର ପରିଚୟ ସଙ୍କଟ ସମୟରେ ବାମଣ୍ଡା ଭଳି ଉପାନ୍ତ ରାଜ୍ୟର ଶାସକ ଥାଇ ମଧ୍ୟ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରଚାର ପାଇଁ ତାଙ୍କ ଉଦ୍ୟମ ଅନସ୍ବୀକାର୍ଯ୍ୟ।

ଜହ୍ନମାମୁଁ

(ରାଗ-ଆଷାଢ଼ ଶୁକ୍ଳ) ଅମ୍ବର ସର ଦିଶଇ ମଞ୍ଜୁଳ। ମାମୁଁ ତହିଁରେ ତ ପଙ୍କଜ ଫୁଲ। ଉଜ୍ଜ୍ୱଳ କୁମୁଦ ତାରା ସଙ୍କୁଳ। ଗ୍ରହ ଗ୍ରାହରେ ହୋଇଛି ଆକୁଳ। ଚନ୍ଦିକ୍ରା...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP