ଚାହୁଁ ଚାହୁଁ ଝରିଗଲା
ଋତୁ ଫୁଲର ରଙ୍ଗ
ଶୀତ ଛାଡ଼ି ଉଷୁମେଇ ଗଲା ଦିନ
ପକ୍ଷାଘାତ ପବନର ହାଲୁକା
ହାତ ଗୋଡ଼ ହଲା ଝୁଲା ଭିତରେ
କେମିତି ବଦଳି ଗଲା ଋତୁ;
ବଉଳେଇ ଗଲା ଗଛ
ଦେଖ! ଦେଖ! ଦାଣ୍ଡରେ ଦିଶିଲେଣି
ରାଧାମାଧବଙ୍କ ବେଶ..
ଧର ଧର ହାତରେ ମୁଠେ ଫଗୁ ଧର
ନାଲି, ହଳଦୀ, ନାରଙ୍ଗୀ ଓ ସବୁଜ ବର୍ଣ୍ଣର
ଆଖିବୁଜି ଫୋପାଡ଼ି ଶୂନ୍ୟକୁ
ଆହୁରି ଉଚ୍ଚକୁ… ଉଚ୍ଚକୁ
ଘୃଣାର କଳା ବାଦଲ ଚିରି
ପୁଣିଥରେ ଆତ୍ମିୟତାର ରଙ୍ଗରେ
ପଖାଳି ଯାଉ ଏ ସହର
ହାତରେ ମୁଠେ ଫଗୁ ଧର।
