/  ଅନ୍‌ଲାଇନ୍ ଓଡ଼ିଆ
/  ପ୍ରଶ୍ନୋତ୍ତର
/  

Loading...

ଅତିରଞ୍ଜିତ ଅଭିନୟ ଯୋଗୁଁ
ବହିର୍ଭୂତ ମୁଁ ମଞ୍ଚରୁ

ମନୋରମ ଶବ୍ଦ ପଛରେ
ଗୋଲ୍‌ଗୋଲ୍‌ କଥା ଉହାଡ଼ରେ
ଲୁଚାଇ ରଖିଥିବା ଛଳନାର ବାରୁଦ
ବିସ୍ଫୋରଣରେ ନିଜର ହିଁ ଅପମୃତ୍ୟୁ

ଅତିରଞ୍ଜିତ ଅଭିନୟ ଯୋଗୁଁ
ମୁଁ ମଞ୍ଚ ବହିର୍ଭୂତ

ଛାତି ତଳେ ଚପାଇ ଆବେଗର ଜ୍ବାଳା
ନିରୁଦ୍‌ବିଗ୍ନ ଉଚ୍ଚାରଣ ବେଳେ
କେତେ ଅସହାୟ ମଣିଷ, ଯଦି
ଅନେକ ଅଭ୍ୟାସ ପରେ ବି
କହିଥିବା କଥାଟିର ଅର୍ଥ
ବାହାରିଯାଏ ହାତ ମୁଠାରୁ
ବଦଳିଯାଏ କୁହାଯାଇଥିବା ଉଦ୍ଦେଶ୍ୟରୁ

ଶବ୍ଦର ତୀକ୍ଷ୍‌ଣତା ଯୋଗୁଁ ହିଁ
କେହି କଥା ପଦକରେ
ମରିବା ନିଷ୍ପତ୍ତି କରେ ତ
ଆପଣାର କଥା ପଦେ ଶୁଣି
କିଏ ପୁଣି ବଞ୍ଚିବାକୁ ଚାହେଁ
ଜୀବନର ଶେଷ ସମୟରେ

ମୋର ଥିଲା ସାଧାସିଧା
ଅଭିନୟ, ଏକ ପାର୍ଶ୍ବ ଚରିତ୍ରର

ଶବ୍ଦର ମୁକୁଟ ପିନ୍ଧି
ହାତରେ ଧରି ଶବ୍ଦ ତରବାରି
ଅତିରଞ୍ଜିତ ଅଭିନୟ ଯୋଗୁଁ
ଶେଷରେ ମୁଁ ବହିର୍ଭୂତ ମଞ୍ଚରୁ

ପାଠକୀୟ ଆଦୃତି

13 VIEWS
0 ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ଅଶୋକ ଚନ୍ଦ୍ର ମହାପାତ୍ର

କବି ଅଶୋକ ଚନ୍ଦ୍ର ମହାପାତ୍ର ସାମ୍ପ୍ରତିକ ସମୟର ଜଣେ ସୁପରିଚିତ କବି। ଭାବପୂର୍ଣ୍ଣ ଅଥଚ ସଂକ୍ଷିପ୍ତ ବକ୍ତବ୍ୟ ଏବଂ ଶବ୍ଦ ଚୟନର ନିଆରାପଣ ଯୋଗୁଁ ଓଡ଼ିଆ କବିତାରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ବହୁତ ଦିନ ଧରି ବିହ୍ବଳ କରି ରଖିଥିବା ତାଙ୍କର ନିରୋଳା ଅନୁଭବକୁ ବିନା ସଜବାଜରେ ପାଠକ ଆଗରେ ମେଲି ଧରିବାର କ୍ଷମତା ହିଁ ତାଙ୍କର ବିଶେଷତ୍ବ ।

ଓଡ଼ିଶାରେ ପ୍ରମୁଖ ପତ୍ର ପତ୍ରିକାରେ ତାଙ୍କର ଚାରିଶହରୁ ଅଧିକ କବିତା, ୨୫ଟି ଗଳ୍ପ ଆଦି ପ୍ରକାଶିତ ହୋଇଥିବା ବେଳେ ତାଙ୍କର ବହୁ ଲେଖା ବିଭିନ୍ନ ଭାଷାରେ ଅନୁବାଦ ମଧ୍ୟ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା କବିଙ୍କ କବିତା ସଙ୍କଳନ ‘ଗୋଟିଏ ନିଃସଙ୍ଗ ଦିନ’ ପାଠକମାନଙ୍କ ବେଶ୍‌ ଆଦୃତ ଲାଭ କରିଥିଲା। ତାଙ୍କର ସୃଜନଶୀଳତାର ସ୍ବୀକୃତି ଭାବେ ସେ ସ୍ବସ୍ତି ସମ୍ମାନ, ଗଙ୍ଗାଧର ମେହେର ସମ୍ମାନ, ଚନ୍ଦ୍ରଭାଗା ସମ୍ମାନ ଆଦି ଅନେକ ସମ୍ମାନ ଓ ପୁରସ୍କାର ପାଇଛନ୍ତି୤

କ୍ରମେ ସବିଶେଷ →
-: ଆଉ କେତୋଟି କବିତା :-

ଦୋଳ

-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପୋରକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

NEWSLETTER

Enter your email address below to subscribe to my newsletter

ଆପଣଙ୍କ ଭୋଟ

How Is My Site?

View Results

Loading ... Loading ...
ଲୋକପ୍ରିୟ ଲେଖା
ପ୍ରବାସରେ ସାହିତ୍ୟ
advertisement
ads
ପାଠକୀୟ ମତାମତ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ →
ଶୀର୍ଷପୃଷ୍ଠା TOP