ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ବିଶ୍ବନାଟ୍ୟ ଦିବସ ଓ ତିନିଦିନିଆ ନାଟ୍ୟ ଦିବସ ଉଦ୍‌ଘାଟିତ

ରାଉରକେଲା: ନାଟକ ହେଉଛି ସମାଜର ପ୍ରତିଛବି୤ ଏହା ଜରିଆରେ ସମାଜକୁ ଶିକ୍ଷା, ମନୋରଞ୍ଜନ ସବୁକିଛି ଦିଆଯାଇ ପାରେ୤ ନାଟକ ଓ ନାଟ୍ୟକାରଙ୍କ ସଫଳତା ପଛରେ ଦର୍ଶକଙ୍କ ଭୂମିକା ଅନସ୍ବୀକାର୍ଯ୍ୟ୤ ଏବେ ବିଭିନ୍ନ ବର୍ଗର କଳାକାରଙ୍କୁ ନେଇ ନାଟକକୁ ଭିନ୍ନ ସ୍ବାଦରେ ପରିବେଷଣ କରାଯିବାର ଯେଉଁ ଉଦ୍ୟମ ଆରମ୍ଭ ହୋଇଛି୤ ଏହାଦ୍ବାରା ଓଡ଼ିଶାର ନାଟ୍ୟକଳା କେବଳ ସମୃଦ୍ଧ ହେବନାହିଁ ବରଂ ସମସ୍ତଙ୍କ ପ୍ରଚେଷ୍ଠା ଓ ସହଯୋଗ ମିଳିଲେ ଏହା ଉଜ୍ଜୀବିତ ହୋଇ ରହିବ ଏବଂ ସାରା ବିଶ୍ବ ଦରବାରରେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାର ସୁଯୋଗ ପାଇବ ବୋଲି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ହର ପଟ୍ଟନାୟକ କହିଥିଲେ୤

ସ୍ଥାନୀୟ ସିଭିକ୍ ସେଣ୍ଟର୍‌ରେ ରାଉରକେଲା ଇସ୍ପାତ କାରଖାନା ଓ ଅଗ୍ରଣୀ ନାଟ୍ୟାନୁଷ୍ଠାନ ସମ୍ପର୍କର ସ୍ବନକ୍ଷତ୍ର ଦିବସ ତଥା ବିଶ୍ବ ନାଟ୍ୟଦିବସ ଉପଲକ୍ଷେ ଅନୁଷ୍ଠିତ ଉତ୍ସବକୁ ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନ କରିବା ସହ ତିନିଦିନିଆ ନାଟ୍ୟ ଉତ୍ସବ ଆରମ୍ଭ ହୋଇଥିଲା୤ ଏହି ଅବସରରେ ସଂଯୋଜକ ଅନିଲ୍ କୁମାର ମଲ୍ଲିକ ଭରପୁର ଦର୍ଶକଙ୍କୁ ବିଶ୍ବନାଟ୍ୟ ଦିବସର ବାର୍ତ୍ତା ଶୁଣାଇଥିଲେ୤ ଏହି ଉତ୍ସବରେ ହର ପଟ୍ଟନାୟକଙ୍କ ସହ ମିଶି ରାଉରକେଲାର ବିଭିନ୍ନ ଜଣାଶୁଣା କଳାକାରଗଣ ବର୍ତ୍ତମାନ ବହୁଳ ପ୍ରସାରିତ ଟେଲିଭିଜନ କାର୍ଯ୍ୟକ୍ରମର ଲୋକପ୍ରିୟତା ରହିଥିବା ପରିପ୍ରେକ୍ଷୀରେ ମଞ୍ଚନାଟକକୁ ବଞ୍ଚାଇବା ପାଇଁ ଏକ ସ୍ବରରେ ସଙ୍କଳ୍ପ ନେଇଥିଲେ୤

ପ୍ରାରମ୍ଭରେ ସମ୍ପର୍କର ଅଧ୍ୟକ୍ଷା ସୁବ୍ରତା ପତି ସ୍ବାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର ସମ୍ପାଦକ ଭାସ୍କର ମହାପାତ୍ର ମାର୍ଚ୍ଚ ୨୭ରେ ପାଳିତ ହୋଇ ଆସୁଥିବା ବିଶ୍ବ ନାଟ୍ୟ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ୤ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର ମହାପ୍ରବନ୍ଧକ ନାରାୟଣ ପତି ଯୋଗଦେଇ ରାଉରକେଲାକୁ ନାଟ୍ୟ ସହର ବୋଲି କହିଥିଲେ୤ ସମ୍ପର୍କ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ପାଇଁ ନାଟ୍ୟବନ୍ଧୁ ସମ୍ମାନ ରାଉରକେଲା ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶକ ଶେଷ ନାରାୟଣ ସିଂହଙ୍କୁ ପ୍ରଦାନ କରାଯାଇଥିଲା୤ ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ନାଟ୍ୟଚର୍ଚ୍ଚାକୁ ଉଦ୍‌ଘାଟକ ହର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ୤ ଶେଷରେ ସମ୍ପର୍କ ଅନୁଷ୍ଠାନ ପକ୍ଷରୁ ଶବ ହଜିଛି ନାଟକ ମଞ୍ଚସ୍ଥ ହୋଇଥିଲା୤ ଏହି ଅବସରରେ ରାଉରକେଲାର ବହୁ କଳାପ୍ରେମୀ ଦର୍ଶକ ଉପସ୍ଥିତ ଥିଲେ୤

ପାଠକୀୟ ଆଦୃତି

23 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ଆଉ କେତୋଟି ସଂଗ୍ରହ
1100x600

ଉତ୍କଳ ଭାରତୀ ବିଦୁଷ ସଭା ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଉତ୍କଳ ଭାରତୀ ବିଦୁଷ ସଭା ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ସାରସ୍ୱତ କାର୍ଯ୍ୟକ୍ରମ ଓ ଶାରଦୀୟ ପତ୍ରିକା…

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଓଡ଼ିଆ ସାହିତ୍ୟ ପତ୍ରିକା ସମ୍ପାଦକ ସମ୍ମିଳନୀ ଓ ଆଲୋଚନା ଚକ୍ର

ଭୁବନେଶ୍ବର: ସମୟର ସ୍ବର ଶୁଣିବା ଓ ଚିହ୍ନିବା ଜଣେ ସାହିତ୍ୟ ପତ୍ରିକାର ସମ୍ପାଦକଙ୍କ ଦାୟିତ୍ବ୤ ବାସ୍ତବ କବିତା ବା ଗଳ୍ପ ସଂଗ୍ରହ କରିବା ଓ ଏହାର ପ୍ରଚାର…

ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ହରପ୍ରସାଦ ୨୬ତମ ମୂର୍ତ୍ତିଦେବୀ ସମ୍ମାନ ପାଇବେ

ରାଉରକେଲା: ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ହରପ୍ରସାଦ ଦାସ ଦ୍ବିତୀୟ ଓଡ଼ିଆ ଭାବେ ସମ୍ମାନଜନକ ୨୬ତମ ମୂର୍ତ୍ତିଦେବୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି୤ ‘ମହାଭାରତ’ ମହାକାବ୍ୟର…

-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP