ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ବଗିଚା

ଗୋଟେ ବୁଢ଼ୀ ଗାଈର କଙ୍କାଳ ପରି
ଏବେ ପଡ଼ିଚି ବଗିଚା!

ଗାଈ:
ଯା’ର କ୍ଷୀରରୁ ତିଆରି
ଦହି, ଛେନା, ଲହୁଣି ଓ ଘିଅ ଖାଇ
ବଢ଼ିଚି ଆମର ଫୁଟାଣି।

ସେଇ ଗାଈଟି
ବୁଢ଼ୀ ହେଲାପରେ
ଆମର ନଗାନାଇଁ କି ପଘାନାଇଁ!

ବଗିଚା:
ଏବେ ସେଇ ବଗିଚାର
ନୁଖୁରା ଚର୍ମର ବାଡ଼ ଡେଇଁ
ମାଡ଼ିଆସେ ମରୀଚିକା
ମଲାଘାସରେ ଘର କରିବାକୁ
ଦଳଦଳ ଊଈ ଓ ଧୂଳିଜନ୍ଦା!

କାମରୁ ଫେରିଲାବେଳେ
ଅଣ୍ଟିରେ ଭୁଜା, ଚୁଡ଼ା ନଥିଲେ
ଭୋକିଲା ପିଲାଙ୍କ ଆଗରେ
ଯେମିତି ଦୋଷୀଟେ ପରି ଛିଡ଼ାହୁଏ,

ଗୋଟେ ଗରିବ ମାଆ
ସେମିତି ଦିଶୁଚି ଏବେ ସାରାଟା ବଗିଚା
ସତେ କି ଘୂର୍ଣ୍ଣି ମୁହଁରେ
ଗୋଟେ ସାତସିଆଁ ଦିହଲୁଗା!

କେଜାଣି, କୁଆଡ଼େଗଲେ
ସେ ତରକା ପ୍ରଜାପତିମାନେ?
କୁଆଡ଼େଗଲେ
କାଉ, କୋଇଲି, କଜଳପାତି,

ଫୁଲମାନଙ୍କୁ ଗେଲ କରିବାକୁ ଆସୁଥିବା
ଇନ୍ଦ୍ରଧନୁମାନେ?
କୁଆଡ଼େ ବାଟ ହୁଡ଼ିଲେ
ନାଲି ଗୁଲୁଗୁଲୁ ସାଧବ ବୋହୂମାନେ??

ଏବେ ଯୋଉ ଗଛକୁ
ଟେକିବ ଭୂଇଁରୁ
ସବୁଯାକ ଚେର ଦଇଛିଣ୍ଡା…

ମୂଳରୁ ଉପୁଡ଼ା!
ଗଣଗଣ ହେଉଥିବା
ୟେ’ କେଇଟା ଗୁହ ମାଛିଙ୍କ ଉପରେ
କି ଭରସା?

ନା ସେମାନେ ବଗିଚାରେ
ଭରିପାରିବେ ମିଠା କାକଳି
ନା ଗଛରେ ବାନ୍ଧିପାରିବେ ମହୁଫେଣା!

ଘରର ଭେଣ୍ଡିଆ ପୁଅମାନେ
ଯେ’ ଯୁଆଡ଼େ ଦୂରେଇ ରହିଲେ
ରୁଗୁରୁଗୁ ହୋଇ ପୋଡ଼ିଉଠେ,

ବୁଢ଼ାବୁଢ଼ୀଙ୍କ ଛାତି ତଳର
ଯେଉଁ ଅଦେଖା ଜାଗା
ତା’ରି ନାଆଁତ ବଗିଚା!

ପାଠକୀୟ ଆଦୃତି

88 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ସେନାପତି ପ୍ରଦ୍ୟୁମ୍ନ କେଶରୀ,କଟକ

ଆଉ କେତୋଟି ସଂଗ୍ରହ

ଭାବର ଶିହରଣ

ଆସ ପ୍ରିୟା ହୋଇଯିବା ମିଥୁନ ମୁଦ୍ରାରେ ଶିଳାରେ ଖୋଦିତ ମୂର୍ତ୍ତି ମନୋରମ, ନିହଣ ମୁନରେ ଫୁଟି ଉଠିବ ସୃଷ୍ଟିର ସୂକ୍ଷ୍ମ ଅନୁପମ ।୧। ମନ୍ଦିର କାନ୍ଥରେ ଜୀବନ୍ତ…

ଦ୍ରୁତ ଏ ଦିନାଙ୍କ

ଦ୍ରୁତ ଏ ଦିନାଙ୍କ ଦିଏ ଦନ୍ତୁରିତ ଦଂଶନର ଦାଗ ପ୍ରଜନ୍ମର ପ୍ରଜ୍ଜ୍ୱଳନ ପ୍ରସାରିତ ପ୍ରଶିରା ପର୍ଯ୍ୟନ୍ତ ଆରବୀୟ ଅନ୍ଧକାର ଆବୋରୁ ଏ ଇନ୍ଦ୍ରପ୍ରସ୍ଥ ଆଗ ୟା’ପରେ ମୋ…

ଦୋଳ

ଚାହୁଁ ଚାହୁଁ ଝରିଗଲା ଋତୁ ଫୁଲର ରଙ୍ଗ ଶୀତ ଛାଡ଼ି ଉଷୁମେଇ ଗଲା ଦିନ ପକ୍ଷାଘାତ ପବନର ହାଲୁକା ହାତ ଗୋଡ଼ ହଲା ଝୁଲା ଭିତରେ କେମିତି…

-: ପାଠକୀୟ ମତାମତ :-
  • ୧. ହରପ୍ରସାଦ ମହାପାତ୍ର | ନଭେମ୍ବର୍ ୧୬, ୨୦୧୧ - ୧୧:୩୯ ପୂର୍ବାହ୍ନ

    କବି ହାଲକୁ ଦେଖିଲେ ବୁଢ଼ାବୁଢ଼ୀଙ୍କ ଛାତି ଭିତର। ଆଜିର ବଗିଚା। ରୁଗୁରୁଗୁ ପୋଡ଼ି ସାରିଥିବା ପୋଡ଼ି ଚାଲିଥିବା ବଗିଚା। ଭେଣ୍ଡିଆ ପୁଏ ଯେ ଯ଼ାହାର ଯ଼େଣେ ତ ଅଲବତ ହିଁ ରହିବେ। ରହିତ ଆସିଛନ୍ତି। ନୂଆ ଅବା କଣ? ତଥାପି ଥିଲା ବୋଧେ ଆଶା ବଗିଚାରେ ଗଛମାନେ ପାଇ ଚାଲିଥିବେ ପାଣି ଆଉ କମଣି। ଫୁଲ ଫୁଟୁଥିବ। ପତ୍ର ଝଡ଼ୁଥିବ ପୁଣି ବସନ୍ତ ଲାଗୁଣୁ କଅଁଳିବାକୁ। କଅଁଳୁଥିବ। ବଗିଚା ଉଜୁଡ଼ି ଗଲା। ଭୂଇଁ ତ ଅଛି। ଫେର ମଞ୍ଜି କିଏ କେବେ ପକେଇବ ଯ଼େବେ? ଋତୁ ଯ଼ଦି ପାଳିଲେ? କବି ମନରେ ବାନ୍ଧି ବସିଥାନ୍ତୁ ଆଶା। ସ୍ବପ୍ନ?
    ବଢ଼ିଆ!!

  • ୨. ସତ୍ୟାନନ୍ଦ ସ୍ବାଇଁ | ଡିସେମ୍ବର୍ ୧, ୨୦୧୧ - ୨:୦୧ ଅପରାହ୍ନ

    ଏ କବିତାଟି ଏକ ଦୀର୍ଘ ଚିତ୍ରକଳ୍ପ। ଆଜିର ପ୍ରୌଢ ହୃଦୟ ଏକ ଉଜୁଡି ଯାଇ ଥିବା ବଗିଚା, କିନ୍ତୁ କବିଙ୍କ ମନ ରାଜ୍ୟର ଏକ ଭରପୂର ଫୁଲ ବଗିଚାର ସ୍ମୃତି ଫଳଶୃତି ଜୀବନ୍ୟାସ ଲାଭ କରିଛି ଏହି କବିତାରେ।
    ଅଭିନନ୍ଦନ

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP