ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଆଡ଼ମ୍ବରପ୍ରିୟତା ଏ ଯୁଗର ଗୋଟିଏ ଲକ୍ଷଣ। କି ରାଜନୀତି, କି ଧର୍ମନୀତି, କି ସମାଜନୀତି, ସର୍ବତ୍ର କିଛି ହେଲେ ଆଡ଼ମ୍ବର ରହିଅଛି। ସମସ୍ତଙ୍କ ଦୃଷ୍ଟିଟା ଯେପରିକି ବାହାରେ ପଡ଼ୁଅଛି। ବାହାରର ଉନ୍ନତିରେ ସମସ୍ତେ ପ୍ରବୃତ୍ତ। ନୀଚ ଉଚ୍ଚପଦସ୍ଥଠାରୁ ପ୍ରଥମେ ବାହ୍ୟ ବିଷୟ କେବଳ ଅନୁକରଣ କରୁଅଛି।
ମୃତ୍ୟୁଞ୍ଜୟ ରଥ ( ମତାମତ ଦିଅନ୍ତୁ →
ଗତ କେକେମାସ ହେଲା, ଏ ମଜଲିସ୍ ବନ୍ଦ ବନ୍ଦ ଥିଲା। କାରଣ ଏ ମଜଲିସ୍ରେ ଯାହା ଲୋକେ ଅଙ୍ଗେ ନିଭାଉଛନ୍ତି, ତାହାହିଁ ଆଲୋଚନା କରାହୁଏ। ତେଣୁ ଲୋକେ କଅଣ ଭାବୁଛନ୍ତି, ଅବସ୍ଥାର ପରିବର୍ତ୍ତନ କିପରି ସାଧାରଣଙ୍କ ମନରେ କାର୍ଯ୍ୟ କରୁଛି ତାକୁ ଜାଣିବା ଆବଶ୍ୟକ। ସେତକ ନ କରିପାରିଥିବାରୁ ଖାଲି ଗୁଡ଼ାଏ ବହିପଢ଼ା କଥା ଚର୍ଚ୍ଚାକରି ଲାଭ ନାହିଁ ବୋଲି କିଛିକାଳ ଆଲୋଚନା ବନ୍ଦ ଥିଲା।
ଡ.ହରେକୃଷ୍ଣ ମହତାବ ( ମତାମତ ଦିଅନ୍ତୁ →
ମୂଷାମାନଙ୍କ ସମ୍ପର୍କରେ ଗବେଷଣା କରି ସେମାନଙ୍କ ଜୀବନରେ ସକଳ ରହସ୍ୟ ଉଦ୍ଘାଟନ କରିବା ଏବଂ ତାହା ଜନସମାଜରେ ପ୍ରଚାର କରିବା – ଏହା ହିଁ ଥିଲା ପ୍ରଫେସର ୟାମାଶାରୀ ମୁଷୁଦାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଓ ସାଧନା ।
ଗଣେଶ୍ୱର ମିଶ୍ର ( ମତାମତ ଦିଅନ୍ତୁ →
ଭଗବାନ୍ଙ୍କର କୃପା ହିଁ ମଣିଷ ହୃଦୟରେ ଗୋଟିଏ ସୁନ୍ଦର ତରଙ୍ଗ ତିଆରି କରିଛି। ଏଇ ତରଙ୍ଗର ନାମ ପ୍ରେମ। ପ୍ରେମ ଏକ ଶସ୍ତା ବସ୍ତୁ ନୁହେଁ। ପ୍ରେମ କଳଗାଉଣାର ଗୀତ ନୁହେଁ କିମ୍ୱା ବଜାର ଛକରେ ପ୍ରେମ ମିଳୁଥିବାର ବିଷୟ ନୁହେଁ।
ଅଚ୍ୟୁତାନନ୍ଦ କର ( ମତାମତ ଦିଅନ୍ତୁ →
ଦଶ ନୂଆ ପଇସିଆ ଖବର କାଗଜର ପୃଷ୍ଠାରେ ଯେ କେତେ ଲୁହ ଲହୁ ଥାଏ, ନିକିଟେଇ ନ ଦେଖିଲେ ଚଳନ୍ତି ଆଖିରେ ସହଜରେ ଧରା ପଡ଼େ ନାହିଁ। କିଛିବର୍ଷ ତଳେ ଖବର କାଗଜରେ ବାହାରିଲା ଯେ, ସମୁଦ୍ର ଭିତରେ ଲଘୁଚାପ ସୃଷ୍ଟି ହେବା ଫଳରେ ପ୍ରବଳ ତୋଫାନ ହେଲା। ଏ ତୋଫାନ ଘଣ୍ଟାଏ ପର୍ଯ୍ୟନ୍ତ ବଙ୍ଗୋପସାଗର ଭିତରେ ବୁଲି ଘୂର୍ଣ୍ଣବାୟୁ ସୃଷ୍ଟି କରିଥିଲା।
ଗୋବିନ୍ଦ ଦାସ ( ମତାମତ - 1ଟା )
ଏକଥା ସତ ଯେ, ପୂର୍ବକାଳ ଅପେକ୍ଷା ବର୍ତ୍ତମାନ ଧନ ଉପାର୍ଜନ ପାଇଁ ଯଥେଷ୍ଟ ସୁଯୋଗ ସୃଷ୍ଟି କରାଯାଇପାରିଛି। ସରକାରମାନେ ଧନସମ୍ପଦ ଜନ୍ମ କରିପାରିବେ ନାହିଁ କିମ୍ବା ଜୋର୍ ଜବରଦସ୍ତି କରି କାହାକୁ ଧନୀ ମଧ୍ୟ କରିଦେଇପାରିବେ ନାହିଁ।
ମହାପାତ୍ର ନୀଳମଣି ସାହୁ ( ମତାମତ ଦିଅନ୍ତୁ →
ବିଧାନସଭାର ଫଳ ଥିଲା ଅମୀମାଂସିତ। …କଂଗ୍ରେସ କିମ୍ବା ଜନ ସଂକେତ – କାହାରି ପାଖରେ ସେହି ମ୍ୟାଜିକ୍ ଏକାଅଶି ନଥିଲେ।
ଶହେ ଷାଠିଏ ସଭ୍ୟ ବିଶିଷ୍ଟ ବିଧାନସଭାରେ ଏକାଅଶି ଜଣ ହାତଟେକା ସଭ୍ୟ ନଥିଲେ ରାଜ୍ୟପାଳ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ଗଣକଂଗ୍ରେସ ନେତା ଜନ୍ମେଜୟ କିମ୍ବା ଜନ ସଂକେତ ନେତା ସନାତନ ବାବୁଙ୍କୁ ଡାକିବେ ନାହିଁ। ମନ୍ତ୍ରିମଣ୍ଡଳ ଗଢ଼ିବା ପାଇଁ ତ ନିର୍ବାଚନ, ଏତେ…
ବରେନ୍ଦ୍ର କୃଷ୍ଣ ଧଳ ( ମତାମତ ଦିଅନ୍ତୁ →
ଗୋଟେ ବୋଲି ପୁଅ। ଘରକୁ ନ ଫେରିବା ଯାଏଁ ବସିଥାଏ ଫାତିମା। ଚାରିଟାଯାକ ଝିଅ ଯାହାତାହା ଖାଇଦେଇ ଶୋଇବାକୁ ଚାଲିଯାନ୍ତି। ଶେଯକୁ ଯାଆନ୍ତି ସିନା, ତାଙ୍କୁ ନିଦ ନ ଥାଏ। ନିଜ ନିଜ ଭିତରେ କେତେ କ’ଣ ବଜର ବଜର ହେଉଥାନ୍ତି। ଫାତିମା କାନରେ କିଛି ପଡ଼େ, କିଛି ପଡ଼େନା। ଅତି ବିରକ୍ତ ଲାଗିଲେ ପାଟିକରେ, କିଛି ସମୟ ପାଇଁ ଘରଟା ଶୂନ୍ଶାନ୍ ହୋଇଯାଏ।
ଶାରଦା ପ୍ରସାଦ ମିଶ୍ର ( ମତାମତ - 1ଟା )
ରାଜା ବିନାୟକ ଯଦୁମଣିଙ୍କୁ ଜମି ଖଣ୍ଡିଏ ନିଷ୍କରରେ ଦେବାକୁ ରାଜ କଚେରିର ବେବର୍ତ୍ତା ପଟ୍ଟନାୟକଙ୍କୁ ଆଦେଶ ଦେଲେ। ଦିନ ପରେ ଦିନ ଅତିବାହିତ ହେଲା। ଯଦୁମଣି ଜମି ପାଇବା ଲାଳସାରେ ବେବର୍ତ୍ତାଙ୍କୁ ପାଞ୍ଚ ଦଶଥର ଜଣାଇଲେ। ଏପରି ଭାବରେ ବର୍ଷଟିଏ ଚାଲିଗଲା। ଶେଷକୁ ସେ ରାଜାଙ୍କୁ ଜଣେଇବେ ବୋଲି କହିବାରୁ ବେବର୍ତ୍ତା ଅତି ନିକୃଷ୍ଟ ଢ଼ିପ ଜମି ଖଣ୍ଡିଏ ଲେଖିଦେଲେ।
ଯଦୁମଣି ମହାପାତ୍ର ( ମତାମତ - 1ଟା )
ଅଧ୍ୟାପକ ସୁମନ୍ତ ମହାନ୍ତି ମନ୍ଦାରଗଡ଼ର ସାମନ୍ତ ଶ୍ରୀଚନ୍ଦନ ରାୟ ମହାପାତ୍ରଙ୍କ ବାଟଘର ତକ୍ତପୋଷ ଉପରେ ନିଘୋଡ଼ ନିଦରୁ ଉଠିପଡ଼ିଲା। କ’ଣ ଗୋତେ ବିକଟାଳ ରଡ଼ି ଶୁଣିଥିବାପରି ଲାଗିଲା। ଆରପଟ ଖଟରେ ଶ୍ରୀଚନ୍ଦନ ମଧ୍ୟ ବସିପଡ଼ିଲା ପରି ତାକୁ ଦିଶିଗଲା। ଘନ ଘନ ବିଜୁଳି। ଘଡ଼ଘଡ଼ି। ସାଇଁ ସାଇଁ ପବନ ! କିଟି କିଟି ଅନ୍ଧାର। ସକାଳୁ ପ୍ରାୟ ଦୁଇଶ କିଲୋମିଟର ଆସିଚି। ପ୍ରତାପପୁର କଲେଜ୍ର ମୁଖ୍ୟ ଅତିଥି।
ରାଜେନ୍ଦ୍ର ପ୍ରସାଦ ଦାଶ ( ମତାମତ ଦିଅନ୍ତୁ →