ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ସୂର୍ଯ୍ୟ ଓ ଅନ୍ଧକାର

  • କିଏ କହେ?
    ସୂର୍ଯ୍ୟ ତା’ର ଆଲୋକର ଉଜ୍ଜ୍ୱଳ ଉଦ୍‌ଭାସେ
    ସୃଷ୍ଟିର ରହସ୍ୟ ଯାହା ଖୋଲିଦେଇ
    ବିବୃତ୍ତି ପ୍ରକାଶେ।

    ସୂର୍ଯ୍ୟ ବରଂ ସୃଷ୍ଟିର ହୃଦୟ
    ବେଶୀ ଅବରୁଦ୍ଧ କରେ,
    ବେଶୀ ଗୋପନୀୟ ପରେ;
    ସୃଷ୍ଟି କରେ ସଘନ ସଂଶୟ।

    କିଏ କହେ?
    ଅନ୍ଧକାର
    ସୃଷ୍ଟିକୁ ଆବୃତ୍ତ କରି
    ସକଳ ପ୍ରଚ୍ଛନ୍ନ ରଖେ
    ଦୃଷ୍ଟି ସମ୍ମୁଖରେ

    ଅନ୍ଧକାର ବରଂ ଏ ସୃଷ୍ଟିକୁ
    ଘଟାଟୋପେ ତା’ର
    ବେଶୀ ଅନାବୃତ କରେ
    ବେଶୀ ନଗ୍ନ କରେ।

    ପାଠକୀୟ ଆଦୃତି

    ୮୯ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ୰ ରାଧାମୋହନ ଗଡ଼ନାୟକ

    ରାଧାମୋହନ ଗଡ଼ନାୟକ(୧୯୧୧-୨୦୦୦) ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ସଫଳ, ପ୍ରତିଭାଶାଳୀ, କାଳଜୟୀ ସ୍ରଷ୍ଟା। ଛନ୍ଦର ଲାଳିତ୍ୟ, କବିତାର ଗାମ୍ଭୀର୍ଯ୍ୟ, ଭାଷା ଚାତୁରୀ, ବିଷୟ ଚୟନରେ ସେ ଅନନ୍ୟ। ‘ଉତ୍କଳିକା’, ‘ସ୍ମରଣିକା’, ‘କାବ୍ୟ ନାୟିକା’, ‘ଶାମୁକାର ସ୍ବପ୍ନ’, ‘ମୌସୁମୀ’, ‘ଧୂସର ଭୂମିକା’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ମାଳିନୀ ନଦୀର ଢେଉ’ ଆଦି କବିତା ସଙ୍କଳନ ତାଙ୍କ କବିପ୍ରାଣ, ପ୍ରତିଭା, ସର୍ଜନାର ଜ୍ବଳନ୍ତ ସ୍ବାକ୍ଷର ବହନ କରେ।

    ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହିତ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ବାରା ସେ ପୁରସ୍କୃତ ହୋଇଥିଲେ। ଯୋଗଜନ୍ମା କବି ରାଧାମୋହନଙ୍କୁ ଭାରତ ସରକାର ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ଶହ ଶହ ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ସେ ସମ୍ବର୍ଦ୍ଧିତ ହୋଇଥିଲେ। ବିଭିନ୍ନ ସମ୍ବାଦପତ୍ର, ପତ୍ରପତ୍ରିକା ଏପରିକି ବଙ୍ଗଳା ଭାଷାରେ ପ୍ରକାଶିତ ଆଜ୍‌କାଲ୍‌, ଶ୍ଳୋକ ଓ ଏକକ ପତ୍ରିକାରେ ମଧ୍ୟ ଶ୍ରୀ ଗଡ଼ନାୟକଙ୍କର କବିତା ନିୟମିତ ପ୍ରକାଶ ପାଉଥିଲା।

    କ୍ରମେ ସବିଶେଷ →
    -: ଆଉ କେତୋଟି କବିତା :-
    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP