ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ନିଜ ସ୍ୱାର୍ଥ ଚିନ୍ତି ଜଗତ ଯେଦିନ
ଦେବ ମୋତେ ଶତ ପୀଡ଼ା
ଦୂର୍ବହ ଭାରେ ଭାଙ୍ଗି ନପଡ଼ିବି
ଦୃଢ଼ପଦେ ହେବି ଛିଡ଼ା।
ଆନଲାଗି ଯେବେ ସରିବ ମୋହର
କଷ୍ଟ ସଞ୍ଚିତ ବିତ୍ତ
ଆପଣର ଈଷ୍ଟ ମଣି ତା’ ଗୁପତେ
ହେବ ଆନନ୍ଦିତ ଚିତ୍ତ।

ଆନର ଆସନେ ବସାଇ ଯେବେ
ଭାଗ୍ୟ ଦେବତା ସୁଖେ
ନିଜ ବଡ଼ପଣେ ରହିବି ନିଉନେ
ଆନପଦେ ନତ ମୁଖେ।
ନିଜ ଲାଜ ଯେବେ ଗ୍ରାସିବ ମରମ
ଆନ ନ ମଣିବି ତୁଚ୍ଛ
ଆନର ପତନେ ନ ହସିବି କେଭେଁ
ନିଜକୁ ଭାବିଣ ଉଚ୍ଚ।

ପାଠକୀୟ ଆଦୃତି

୧୨୩ ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ କୁନ୍ତଳା କୁମାରୀ ସାବତ

ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ(୧୯୦୦-୧୯୩୮) ନାରୀ କବି ଭାବରେ ଓଡ଼ିଶା ସାହିତ୍ୟରେ ଏକ ସୁପରିଚିତ ନାମ। ଉଭୟ ଗୁଣ ଓ ପରିମାଣରେ ପ୍ଲାବନ କଲାଭଳି ସେପରି ସାହିତ୍ୟିକ ବ୍ୟକ୍ତିତ୍ବ ଏପର୍ଯ୍ୟନ୍ତ ଓଡ଼ିଆ ନାରୀ ଜଗତରେ ଦେଖା ଦେଇନାହିଁ।

ତାଙ୍କର ଲେଖାଗୁଡ଼ିକରେ କବି ପ୍ରବଣତା, କୁସଂସ୍କାର ଦୂର କରିବାର ପ୍ରଚେଷ୍ଟା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଦାର୍ଶନିକ ଭାବର ଅନୁପମ ଚିତ୍ର ପ୍ରତିଫଳିତ ହୋଇଛି। ମାତ୍ର ୩୮ ବର୍ଷର ଜୀବନ ମଧ୍ୟରେ ସେ ରଚନା କରିଥିବା କବିତା ସଙ୍କଳନ ‘ଅଞ୍ଜଳି’, ‘ଅର୍ଚ୍ଚନା’, ‘ଆହ୍ବାନ’ ସମେତ ୯ଟି ଉପନ୍ୟାସ ତାଙ୍କର ଉଲ୍ଲେଖନୀୟ ସୃଷ୍ଟି।

କ୍ରମେ ସବିଶେଷ →
-: ଆଉ କେତୋଟି କବିତା :-
-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP