ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ସଫଳ ଜନମ ସଫଳ ଜୀବନ
ମୁଁ ପରା ଭାରତ ରମଣୀ
ମୋ ତ୍ୟାଗ ପୁଣ୍ୟ ସହିଷ୍ଣୁତା ଗୁଣେ
ମୋହିବି ନିଖିଳ ଧରଣୀ।

ନାରିତ୍ୱର ପୂଜା ନାରୀତ୍ୱେ ଆଦର
ଲଭି ଶେଷ୍ଠାସନ ଜାୟା ଜନନୀର
ବିଧି ବିଧାନେ ମୁଁ ଶକତି, ସାବିତ୍ରୀ
ମୁଁ ଶାରଦା, ଲକ୍ଷ୍ମୀ ରୂପିଣୀ।

ପ୍ରବୃତ୍ତି ନୁହେଁ ମୋ’ ନିବୃତ୍ତି ପନ୍ଥା,
ସଂଯମ, ଶାନ୍ତି ଜୀବନେ ଗୁନ୍ଥା
ବୈଧବ୍ୟ ବସନେ, ଚିତାର ଦହନେ;
ମୂର୍ତ୍ତିମତୀ ଧର୍ମ ଧାରିଣୀ।

ଆତ୍ମଶକ୍ତି ଲୀଳା ନର କଳେବରେ
ଉଠିବ ବିଶ୍ୱ କଟାକ୍ଷ ମାତରେ
ମୁଁ ତ ଆଦ୍ୟାଶକ୍ତି
ଭକତି ଆରତି ଅନ୍ତିମ ମୁକ୍ତି ସରଣୀ।

-x- -x- -x-

ବି.ଦ୍ର: ଉକ୍ତ କବିତାଟି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କଦ୍ୱାରା ୧୯୨୯ ମସିହାରେ ଲିଖିତ ଓ ପ୍ରକାଶିତ ପୁସ୍ତକ “ସ୍ଫୁଲିଙ୍ଗ”ରୁ ଆନୀତ।

ପାଠକୀୟ ଆଦୃତି

୨୦୬ ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ କୁନ୍ତଳା କୁମାରୀ ସାବତ

ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ(୧୯୦୦-୧୯୩୮) ନାରୀ କବି ଭାବରେ ଓଡ଼ିଶା ସାହିତ୍ୟରେ ଏକ ସୁପରିଚିତ ନାମ। ଉଭୟ ଗୁଣ ଓ ପରିମାଣରେ ପ୍ଲାବନ କଲାଭଳି ସେପରି ସାହିତ୍ୟିକ ବ୍ୟକ୍ତିତ୍ବ ଏପର୍ଯ୍ୟନ୍ତ ଓଡ଼ିଆ ନାରୀ ଜଗତରେ ଦେଖା ଦେଇନାହିଁ।

ତାଙ୍କର ଲେଖାଗୁଡ଼ିକରେ କବି ପ୍ରବଣତା, କୁସଂସ୍କାର ଦୂର କରିବାର ପ୍ରଚେଷ୍ଟା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଦାର୍ଶନିକ ଭାବର ଅନୁପମ ଚିତ୍ର ପ୍ରତିଫଳିତ ହୋଇଛି। ମାତ୍ର ୩୮ ବର୍ଷର ଜୀବନ ମଧ୍ୟରେ ସେ ରଚନା କରିଥିବା କବିତା ସଙ୍କଳନ ‘ଅଞ୍ଜଳି’, ‘ଅର୍ଚ୍ଚନା’, ‘ଆହ୍ବାନ’ ସମେତ ୯ଟି ଉପନ୍ୟାସ ତାଙ୍କର ଉଲ୍ଲେଖନୀୟ ସୃଷ୍ଟି।

କ୍ରମେ ସବିଶେଷ →
-: ଆଉ କେତୋଟି କବିତା :-
-: ପାଠକୀୟ ମତାମତ :-

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP