କି ଦେଇ ପୂଜିବି ତୋତେ
ଭକତିର ଚେନା ଫୁଲେ
ବାସନାର ଗନ୍ଧ କାହିଁ ଆଜି?
ନୈବେଦ୍ୟର ଥାଳି ହାତେ ଧରି
ରକ୍ତ ରଙ୍ଗେ କେ ଖେଳିଛି ହୋରି?
ଚନ୍ଦନ ସିନ୍ଦୂର ଟୋପା ନୁହେଁ
ଦର୍ପାହତ ମଥା ଆଜି
ଲୁଣ୍ଠିତ ମୋ ଶିରୀ!
ନିଜତ୍ବର ସନ୍ଦିହାନ ପଥେ
ପଚାରିବି କାହା ହାତ ଧରି
ଜନ୍ମ କିବା ବୃଥା ମୋର ଅବା
କଳଙ୍କିତ ମୁଁ ଯେ ଅଶରିରୀ!!
ପୂଜା ତୋର ନ ହେଉ ଏ ହାତେ
ଅପାବନ ଏ ମନ ମନ୍ଦିରେ
ପିତା,ପୁତ୍ର, ଭ୍ରାତୃ ନୁହେଁ ଆଜି
ତୋ ଚରଣେ ଦୋଷୀ ମୁଁ, ହେ ନାରୀ।
 
             
                  
                                                                                                                             
                                                                                                                             
                                                                                                                            
 
                                  
                                  
                                  
                                  
                              
                                  
                                  
                                  
                  
                  
                  
                  
                  
                 
ବହୁତ ଭଲ ଲାଗୁଛି ଭାଇ ଓଡ଼ିଆ ଗଳ୍ପପଢିବାକୁ ଆଉ ପିଲାଦିନ କଥାବି ମନେ ପଢିଯାଉଛି। ଏଭଳି ଲେଖିଚାଲନ୍ତୁ ମତାମତ ଜାରିରହିବ। ଧନ୍ୟବାଦ
“କୁପୁତ୍ରୋ ଜାୟେତ କ୍ୱଚିଦପି କୁମାତା ନ ଭବତି”॥
ଧନ୍ୟବାଦ