ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଦୁଇଟି ଗୀତି କବିତା

* ମୁଁ ଓ ତୁମେ *

ମୁଁ ଯେ ପାହାନ୍ତି ପହର ଦୂର ଦିଗନ୍ତର
ମଉଳା ଚନ୍ଦ୍ରଲେଖା
ତମେ କାକର ପଖଳା ସୌମ୍ୟ ସକାଳ
ସୂର୍ଯ୍ୟ କିରଣ ମଖା ।୧।

ତମେ ସ୍ବପ୍ନ ବିଭୋର ପ୍ରଥମ ପ୍ରଣୟ
ଖିଆଲି ମନର ନିଶା
ମୁଁ ଯେ ଝରା ଶେଫାଳିର ଉଜୁଡ଼ା ଅତୀତ
ଦହନର ପରିଭାଷା
ତମେ ସମ୍ଭାବନାର ଆଲୋକଧାରା, ମୁଁ
ମୁଦ୍ରିତ ଦୀପଶିଖା…।୨।

ତମେ ପ୍ରୀତି-ପିଆଲାର ସଜ ଅନୁଭୂତି
ଜିଇଁବାର ମିଠା ଲୋଭ
ମୁଁ ଯେ ତଳ ବରଡ଼ାର ହାହାକାର ଭରା
ଅନ୍ତିମ ଅନୁଭବ
ତମେ ଫଗୁଣ ବନର ସବୁଜ ମାୟା, ମୁଁ
ଝରା ପତ୍ରର ଶାଖା…।୩।

* ଜୀବନ *

ଜୀବନକୁ ବେଳେବେଳେ ବୁଝି ହୁଏନା
ସବୁଥାଇ ବଞ୍ଚିବାକୁ ଇଚ୍ଛା ହୁଏନା ।୧।

ଆଖି ଥାଇ ବେଳେବେଳେ ସ୍ବପ୍ନ ମିଳେନା
ପାଦଥାଇ ଚାଲିବାକୁ ପଥ ମିଳେନା
ବେଳେବେଳେ ଦୁଃଖ ଆସେ ସହି ହୁଏନା
ମନକଥା କାହା ଆଗେ କହି ହୁଏନା
ଅଭିମାନ ଆସେ ମନେ ଅଭିଯୋଗ କରି ହୁଏନା…।୨।

ମନ ଖୋଜେ ମନପାଇଁ ଏମିତି ସାଥୀ
ବୁଝୁଥିବ ଦୁଃଖସୁଖ ସେନେହ ପ୍ରୀତି
ଜୀବନରେ ସାଥୀ ମିଳେ ପ୍ରୀତି ମିଳେନା
ସୁଖ ଟିକେ ଖୋଜୁ ଖୋଜୁ ମିଳେ ଯନ୍ତ୍ରଣା
ପ୍ରତିବାଦ ଆସେ ମନେ
ପ୍ରତିଶୋଧ ନେଇ ହୁଏନା…।୩।

ପାଠକୀୟ ଆଦୃତି

367 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ଡ. ଶଶିଭୂଷଣ ବେହେରା,ଭୁବନେଶ୍ବର

ଆଉ କେତୋଟି ସଂଗ୍ରହ

ତୁମ ଗାଁ

ତୁମ ନଈ ପଠା ସୋରିଷ କିଆରୀ ପଉଷ ସକାଳ ଖରା, ମୋ ଗାଁର ଯେତେ ମଧୁମକ୍ଷୀଙ୍କର ସରାଗ ସେଥିରେ ଭରା। ସଂଜ ଗଲେ ନଇଁ ତୁମ ଗାଁ…

-: ପାଠକୀୟ ମତାମତ :-
  • ୧. ମଳୟ କୁମାର ସିଂହ | ନଭେମ୍ବର୍ ୨୯, ୨୦୧୨ - ୧୧:୫୨ ପୂର୍ବାହ୍ନ

    ଆପଣଙ୍କ ଏଇ “ଜୀବନ” ଗୀତିପାଠରେ ଯେଉଁ ପରିପ୍ରକାଶ କରିଛନ୍ତି ତାହା ଅବର୍ଣ୍ଣନୀୟ। ଜୀବନର ଭାଷାକୁ ଆପଣ ପରିପ୍ରକାଶ କରିଥିବାରୁ ବହୁତ୍‌ ବହୁତ୍‌ ଧନ୍ୟବାଦ।

  • ୨. ପ୍ରଶାନ୍ତ କୁମାର ଦାସ | ନଭେମ୍ବର୍ ୨୬, ୨୦୨୦ - ୧୧:୫୪ ପୂର୍ବାହ୍ନ

    ଗୀତି କବିତା ଦୁଇଟି ଅତୀବ ମନଛୁଆଁ ହୋଇଛି। ସୁନ୍ଦର ଶବ୍ଦ ବିନ୍ୟାସ, ଭାବର ପ୍ରବାହ ପ୍ରାଞ୍ଜଜ ହୋଇ ସରସ କବିତା ହୋଇଛି।

    Peasants Kumar Das, Saket,New Delhi, Delhi.

 ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ *

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP