ଯା ଭାର୍ଯ୍ୟା ସର୍ବ କାଳେଷୁ ଝାଡୁ ଧାରିଣୀ ସଂସ୍ଥିତା
ନମୋ ଭାର୍ଯ୍ୟା ନମୋ ଭାର୍ଯ୍ୟା ନମୋ ଭାର୍ଯ୍ୟା ନମୋ ନମଃ।
ନମସ୍ତେ ଚରଣେ ତୋର ଆଗୋ ରଙ୍ଗବତୀ
ଦିବାନିଶି ସେବା କରେ ମୁଁ ଯେ ତୋର ପତି
ଧନ୍ୟ ଧନ୍ୟ ଧନ୍ୟ ତୁଲୋ କଞ୍ଜୁସ ଦୁଲଣୀ
ଯେତେ କହିଲେ ନ ସରିବ ତୋହର କାହାଣୀ।
ସକାଳରୁ ବିଛଣାରେ ମାରୁଥାଉ ହାଇ
ମୋର ହାତୁ ଚାହା ଖାଇ ଯାଉ ବେଗେ ଶୋଇ
ବ୍ରେକଫାଷ୍ଟ ତୋହର ଗୋ ନିତି ଲୋଡା ଅଣ୍ଡା
ସିଝାଇ ସାରିଣ ଡାକେ କାଳେ ହେବ ଥଣ୍ଡା।
ବିରକ୍ତ ହୋଇଣ ଉଠି ଯାଉ ଦାନ୍ତ ଘଷି
ଖାଇସାରି ଆଇନାର ଆଗେ ଯାଉ ବସି
ତରବର ହୋଇ ନିଜେ ମୁଁ ମିଲ୍ ବନାଏ
ଅଫିସ୍ ମୋ ଡେରି ହେବ ଘଣ୍ଟାକୁ ଅନାଏ।
ରନ୍ଧାରନ୍ଧି ସାରି ବେଗେ ଗାଧୋଇ ଆସଇ
ପୂଜାପୂଜି ପରେ ଠିଆଠିଆ ମୁଁ ଗିଳଇ
ଯଥାବେଗେ ଚାଲିଯାଏ ଅଫିସକୁ ମୋର
ତାପରେ ତୋର ଘଟଣା ମତେ ଅଗୋଚର।
ଚୌକିରେ ବସି ମୁଁ କାମ ଯେ କରଇ
ବାର ନ ବାଜୁଣୁ ପେଟ ଭୋକରେ ଜଳଇ
ସମ୍ଭାଳି ନ ପାରି ଯାଏ ପାଖ କେଣ୍ଟିନ୍ କୁ
ଟାଣ ବରା ଚଣା ଝୋଳ ମିଳେ ଖାଇବାକୁ।
ପଚାରନ୍ତି ଯଦି କିଏ ଓଝାବାବୁ ଆଣିନ ଟିଫିନ୍
ଆହା ଭୁଲି ମୁଁ ଯାଇଛି ଆଜ ମନେ ମୋ ପଡ଼ିନି
ଘରର ଗୁମର ଆଉ କହିବି କାହାକୁ
ଖାଲି ଯାହା ନିନ୍ଦୁଥାଏ ମୋହରି ଭାଗ୍ୟକୁ।
ହାଇରେ ଦଇବ ତତେ ଏତିକି କହୁଛି
ଏପରି ଭାରିଯା କାହାକୁ ନ ଦେବୁରେ ବାଛି।
ଇତି ଶ୍ରୀମଦ୍ ଭାର୍ଯ୍ୟାପୂରାଣ ପରିସମାପ୍ତଂ ନାମ ପ୍ରଥମୋଧ୍ୟାୟ॥

ଭଗବାନ କରନ୍ତୁ ଆପଣ ସବୁବେଳେ ଏମିତି ସୁନ୍ଦର କବିତା ମାନ ଲେଖୁଥାନ୍ତୁ ଆଉ ଆମେ ମାନେ ତାକୁ ପଢି ଆନନ୍ଦ ଉପଭୋଗ କରୁଥାଉ
ସାର୍ ଆପଣଙ୍କର ଲେଖା ସମୟୋପଯୋଗୀ ଓ ସାହିତ୍ୟ ସମାଜ ପାଇଁ ଏକ ଅନବଦ୍ୟ ସ୍ମାରକୀ ବିଶେଷ କରି ବର୍ତ୍ତ ମାନର ନାରୀ ସମାଜ କୁ ସଚେତନ କରିବା ପାଇଁ ଏହା ଏକ ଛୋଟ ପ୍ରୟାସ ବାସ୍ତବିକ୍ ଏହା ସମସ୍ତଙ୍କୁ ହସାଉ, ଖୁସି ଦଉ ଏବଂ ସମସ୍ତଙ୍କର ସଦଗ୍ୟାନ ଆପଣଙ୍କ ଲେଖାଉପରେ କେନ୍ଦ୍ରୀଭୁତ ହେଉ ଏହା ମୋର ଶିରିଡି ସାଇଙ୍କ ପାଖରେ ପ୍ରାର୍ଥନା…..
ସାର୍ ଆପଣଙ୍କ ଲେଖା ଆମକୁ ଭାରି ଭଲଲାଗିଲା ଆପଣ ଏତେ ସୁନ୍ଦର କବିତା ଲେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
ଜୟ ମା ଶାରଳା, ମୁଁ ପ୍ରଥମେ ଓଡିଆ ସାହିତ୍ୟର ବିଚାରକ ମଣ୍ଡଳୀ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି ତତ୍ ପରେ ଆପଣମାନଙ୍କୁ ତଥା ଯେଉଁମାନେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଛନ୍ତି ସେମାନଙ୍କୁ ମୋର ହୃଦୟଭରା ପ୍ରଣାମ ଓ ଧନ୍ୟବାଦ ଯେ ସେମାନେ ନିଜର ବହୁମୂଲ୍ୟ ସମୟ ଦେଇ ମୋ କବିତାଟି ପଢିଛନ୍ତି ଓ ମୋତେ ଆଗକୁ ଲେଖିବା ପାଇଁ ପ୍ରେରଣା ଦେଇଛନ୍ତି……..
ବହୁତ ସୁନ୍ଦର ହେଇଛି କବିତା ଏପରି କବିତା ସଦା ଲେଖୁଥାଅ. ଆମ ଶୁଭକାମନା ଆପଣଙ୍କ ସାଥିରେ ଅଚ୍ଛି.
ଶୋଭନ କୁମାର
ପ୍ରୀୟ କବି ଚିତ୍ତରଞ୍ଜନ,
ଆପଣଙ୍କର ଲିଖିତ ଭାର୍ଯ୍ୟା ପୂରାଣ ମନୋରମ ହୋଇଚି, ଭଲ ଲାଗିଲା – ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ
କିଛି ମନେ କରିବେନାହିଁ, କବିତାଟି ଉପରେ ପଦେ/ଦୁଇ ପଦ ଲେଖୁଚି :- ପ୍ରଥମ ୩ ପଙ୍କ୍ତି ଭାର୍ଯ୍ୟା ବିଷୟରେ ଲେଖିବାଟା ଠିକ୍ ଲାଗିଲା, ହେଲେ ତା’ପର ୩ ପଙ୍କ୍ତିଗୁଡିକ କେବଳ ନିଜ ବିଷୟରେ ହୋଇଗଲା ଆଉ ଭାର୍ଯ୍ୟା କଥା କିଛି ରହିଲା ନହିଁ ଭବିଷ୍ୟତରେ ଏ ଭଳି ଛୋଟ ଛୋଟ କଥାଗୁଡିକୁ ଲକ୍ଷ୍ୟ ରଖିଲେ ଅତ୍ୟନ୍ତ ଭଲ ହୁଅନ୍ତା ବୋଲି ମନେକରୁଚି ମୋର ଏ ପ୍ରସ୍ତାବଟିକୁ ମନେ ରଖିବେ ବୋଲି ଆଶା
ଧନ୍ୟବାଦ