ଶୋଷିତ ହେଉଛି ନିରୀହ ଜନତା
ଶୋଷିତ ଶାସନେ ରହି ରହି,
ପ୍ରତିବାଦ କଲେ ଶୋଷକ କହୁଛି
ତୁହି ଅଟୁ ପରା ଦେଶଦ୍ରୋହୀ।

ପୂଣ୍ୟପ୍ରଭା ମାଟି ସତେକି ନୀରବ
ଶୋଷଣ ଶୋଷିତ ଜାଣେ ନାହିଁ,
ଗଣ୍ଡେ ଖାଇ ଏଠି ଦଣ୍ଡେ ଜିଇଁବାକୁ
ବିଧାତା ଜନମ ଦେଇନାହିଁ।

ତଥାପି ସଢୁଛୁ ଶୋଷିତ ହାତରେ
ପ୍ରତିବାଦ କିଆଁ ତୋର ନାହିଁ,
ତୋର ଜାତି ଭାଇ ମରଣ ମୁଁହରେ
ଜାତିର ପଛୁଆ ନାମ ନେଇ।

ଭଣ୍ଡାର ଭରୁଛି ଶୋଷକ ଏଠାରେ
ଗରୀବ ଛାତିର ରକ୍ତ ନେଇ,
ଗରୀବ କଙ୍କାଳେ ସଉଧ ତୋଳୁଛି
ସମାଜକୁ ଏଠି ଧୋକା ଦେଇ।