ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଜୀବନର ରୂପ

  • ଜୀବନର ଅନେକ ରୂପ ମୁଁ ଦେଖେ
    ଲୋକଙ୍କୁ ହସି ହସି ଦୁଃଖ ସହିଯିବାର ଦେଖେ,
    ଆଉ ନିଜ ଲୋକଙ୍କୁ ଦୁଃଖ ଦେବାର ଦୃଶ୍ୟ ବି ଦେଖେ,

    ଆଲୋକରୁ ବି ଅନ୍ୟାୟ ମୁଣ୍ଡ ଟେକିବାର ଦେଖେ,
    ଧର୍ମ-ସୌଦାଗରଙ୍କର ଏଠି ଧର୍ମ-ଦ୍ରୋହ ବି ଦେଖେ,
    ନିରସ ପ୍ରାଣର ଅର୍ଥ କବଳିତ ଲମ୍ଫ ବି ଦେଖେ
    ଅଳ୍ପ ସ୍ବର୍ଣ୍ଣମୁଦ୍ରା ପାଇଁ ଲୋକଙ୍କୁ ନିମ୍ନଗାମୀ ହେବାର ବି ଦେଖେ,

    ମା’ କ୍ଷୀର ବି ବିଷ ହେବାର ଦେଖେ
    ମନୁଷ୍ୟତାକୁ ଅମାନବିକ ହେବାର ବି ଦେଖେ
    ପ୍ରାର୍ଥନାର ପ୍ରଭାବ କମିବାର ବି ଦେଖେ
    ଅଭଦ୍ରାମି ତୀବ୍ର ଗତିରେ ବଢ଼ିବାର ଦେଖେ,

    ଏଇ ସବୁ ଦୃଶ୍ୟ ଦେଖିବା ଭିତରେ
    ଧନୀର ଧନ ବଢ଼େ, ଗରିବ ହୁଏ ଶୋଷିତ
    ପାପଭରା ଏ ସଂସାରେ, ମୋ ଅନ୍ତରାତ୍ମାରେ କିନ୍ତୁ
    ଭଗବାନଙ୍କୁ ବି ମର୍ତ୍ତ୍ୟରେ ଆସି ଲାଜ କରିବାର ଦେଖେ।

    ପାଠକୀୟ ଆଦୃତି

    ୭୩ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ଅସିତ କୁମାର ସ୍ବାଇଁ ,

    -: ଆଉ କେତୋଟି କବିତା :-

    ପ୍ରେମ

    -: ପାଠକୀୟ ମତାମତ :-

     ଏହି ୱେବ୍‌ସ୍ଥଳୀରେ ଓଡ଼ିଆରେ କିପରି ଲେଖିବେ!
    ଏହି ପୃଷ୍ଠାର ଶୀର୍ଷ ଭାଗରେ ଦିଆଯାଇଥିବା <ଫୋନେଟିକ୍ ବା ଅନ୍ୟ କି-ବୋର୍ଡ୍ > ଚୟନକରି ଓଡ଼ିଆରେ ଟାଇପ୍ କରନ୍ତୁ। ସେଥି ମଧ୍ୟରୁ ଫୋନେଟିକ୍ କି-ବୋର୍ଡ୍ ରେ ଟାଇପ୍ କରିବା ଖୁବ୍ ସହଜ। ପ୍ରଦତ୍ତ Inscript ଓ Modular କି-ବୋର୍ଡ୍ ଅଭିଜ୍ଞ ବ୍ୟକ୍ତିଙ୍କ ନିମନ୍ତେ ପ୍ରଯୁଜ୍ୟ। ଓଡ଼ିଆରେ ଟାଇପ୍ କରିବା ପାଇଁ, ଏହି ୱେବ୍‌ସ୍ଥଳୀରେ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ।

    ଇଂରାଜୀରୁ-ଓଡ଼ିଆରେ କିପରି ଟାଇପ୍ କରିବେ, ନିମ୍ନ ମାର୍ଗଦର୍ଶିକା ଇ-ପୁସ୍ତିକାରେ ସବିଶେଷ ସୂଚନା ଦିଆଯାଇଛି (୩ଟି ପ୍ରକାର ଓଡ଼ିଆ କି-ବୋର୍ଡ୍ ଅନୁଯାୟୀ)।

    F12 (କିମ୍ବା Fn + F12) ବୋତାମ୍‌ ଟିପି, ଇଂରାଜୀ ଓ ଓଡ଼ିଆ କି-ବୋର୍ଡ୍ ମଧ୍ୟରେ ଅଦଳବଦଳ କରିପାରିବେ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ *

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ads
    ବ୍ୟଙ୍ଗ ରଚନା
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
    (ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP