ବିବଶ ମୁଁ,
ବିପଥଗାମୀ ନୁହେଁ
ବିବ୍ରତ ମୁଁ,

ବର୍ତ୍ତମାନର ବିଚାରରେ
ବ୍ୟତିକ୍ରମ
ବାରବାର ଘଟୁଅଛି
ବିଳମ୍ବିତ

ବେଳ-ବାର–ବର୍ଷରେ
ବିଚାରପଣର
ବିଷୋଦଗାର ଜାରିରହିଛି
ବ୍ୟଥିତ ଏ
ବିସ୍ଥାପିତ ମନ-ମସ୍ତିଷ୍କ
ବେଖିଆଲି

ବେପଥୁ ସ୍ଵପ୍ନେ ଉଡି ଭ୍ରମେ
ବିତିଯାଇଛି
ବିଭୋର ସମୟସବୁ ମୋ
ବାସ୍ତବତାକୁ

ବାଟ ଭାଙ୍ଗି ମାଡି ଚାଲେ
ବତୀଘର-
ବେଳାଭୂମି ତଟପ୍ରାନ୍ତର କ୍ରମି
ବାରିଧି ଓ
(ଦିଗ୍‌)ବଳୟକୁ ସ୍ପର୍ଶ କରି କରି
ବାସ୍! ବାସ୍!

ବନ୍ଦ ହେଉ ଏ ବାଚାଳାମି
ବାର୍ତ୍ତା-ବାତ୍ୟା(ପ୍ରାୟ)
ବିଶ୍ଳେଷଣ ବଞ୍ଚିବାର