ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଭାବମୂର୍ତ୍ତି

ବାବ୍‌ଲୁ ଖବରଟା ଦେଲା। ମୁନା, ଶୁଣିଲୁଣି ହିମାଂଶୁଟା ପାଗ୍‌ଲା ହୋଇଗଲାଣି।
–ପାଗଳ ହୋଇଗଲାଣି? ସକାଳୁ ସକାଳୁ ଏମିତି ମର୍ମନ୍ତୁଦ ଖବରରେ ମୁଁ ଆବଶ୍ୟକ ମୁତାବକ ମର୍ମାହତ ହେଲି।

ହିମାଂଶୁ ଆମ ସାଙ୍ଗ। ସେକ୍ରେଟାରିୟେଟ୍‌ରେ କିରାଣୀ ଚାକିରି କଲାଣି ତିନି ବର୍ଷ ହେଲା। ସେକ୍ରେଟାରିୟେଟ୍ କିରାଣୀମାନେ ଅନ୍ୟମାନଙ୍କୁ ପାଗଳ କରିଦିଅନ୍ତି। ନିଜେ ପାଗଳ ହେବାର ଦୃଷ୍ଟାନ୍ତ ପ୍ରାୟ ନାହିଁ।
-କିରେ କାହିଁକି? କଣ ହେଲା? କଣ ପାଗଳାମି କରୁଛି? ମୁଁ ଏକାସାଙ୍ଗରେ ଅନେକ ଗୁଡିଏ ପ୍ରଶ୍ନ ପଚାରିଦେଲି।
-ମିତୁ କୁଆଡେ ତାକୁ ଛାଡି ଆଉ କାହାକୁ ବାହା ହୋଇଗଲା। ସେ ଖବର ପାଇଲା ପରଠୁଁ ହିମାଂଶୁ ଖାଲି ମଦ ପିଉଛି।

ମିତୁ ଓରଫ ମିତାଲି ହିମାଂଶୁର ପ୍ରେମିକା। ଛ’ବର୍ଷ ହେଲା ସେମାନଙ୍କର ଘନିଷ୍ଠ ପ୍ରେମ। ଆମେ ସମସ୍ତେ ଏକଥା ଜାଣିଛୁ। ତ ଏମତାବସ୍ଥାରେ ଜଣେ ଦରଦୀ ସାଙ୍ଗର କର୍ତ୍ତବ୍ୟ ଘଟଣାସ୍ଥଳରେ ପହଞ୍ଚିବା ଏବଂ ଘଟଣାକୁ ସରଜମିନ ବୁଝିବା। ମୁଁ ସେଇଆ କଲି। ସନ୍ଧ୍ୟାବେଳେ ହିମାଂଶୁର ବସା ଘରେ ପହଞ୍ଚିଲି। ହିମାଂଶୁ ଭୁବନେଶ୍ବରର ଅନ୍ୟାନ୍ୟ ବହୁ ଚାକିରିଜୀବିଙ୍କ ପରି ଭଡାଘରେ ରହେ। ଏକୁଟିଆ।

ଦେଖିଲାବେଳକୁ ବାବ୍‌ଲୁ ଯାହା କହିଥିଲା, ଅକ୍ଷରେ ଅକ୍ଷରେ ସତ। ହିମାଂଶୁ ବୋତଲ ଓ ଗ୍ଲାସ୍ ଧରି ବସିଛି। ବୋତଲଟା ଅଧା ଖାଲି, ହିମାଂଶୁ ର ଆଖି ମଧ୍ୟ ବେଶ ଲାଲ। ଅର୍ଥାତ୍ ବେଶ୍‌ କିଛି ସମୟ ହେଲା ମଦ୍ୟପାନ ଚାଲିଛି।
ମୁଁ କହିଲି, ବେ ହିମାଂଶୁ, ଇଏ କଣ?
-କଣ? ହିମାଂଶୁ ସାମାନ୍ୟ ମାତାଲ ଗଳାରେ ମୋତେ ଓଲଟା ପଚାରିଲା।
-ମିତୁ ତୋତେ ଛାଡି ଆଉ କାହାକୁ ବାହା ହୋଇଗଲା। ଗଲା। ତା’ ବୋଲି ତୁ ମଦ ପିଇ ବରବାଦ ହେବୁ? ଇଡିଅଟ୍! ତୁ କଣ ଦେବଦାସ?
-ନା, ମୁଁ ହିମାଂଶୁ ଦାସ।
-ତେବେ ଶଳା ମଦଗୁଡାକ କାହିଁକି ପିଉଛୁ? ମଦ କଣ ଦୁଃଖର ଇଲାଜ? ମଦ ପିଇଲେ ଦୁଃଖ କମେ?
-ହାଃ, ହାଃ, ହାଃ! ହିମାଂଶୁ ଖୁବ୍ ହସିଲା। ହସି ହସି ତା’ ଆଖିରୁ ଲୁହ ନିଗିଡ଼ି ପଡ଼ିଲା। କହିଲା, ତୁ ବି ଧୋକା ଖା ଗୟା ମେରା ଦୋସ୍ତ!

ଅଳ୍ପ ନିଶା ହେଲେ ସେ ଓଡ଼ିଆ ହିନ୍ଦୀ କହେ ବୋଲି ମୁଁ ଜାଣିଥିଲି। ଜାଣିଥିଲି ବୋଲି ଟିକେ ଶଙ୍କିଗଲି। ମାତାଲଙ୍କୁ ମୋର ଭାରି ଭୟ। ସେମାନେ କଥା କଥାରେ ହାତ ଉଠେଇଦିଅନ୍ତି।
-ହସୁଛୁ କାହିଁକି?
-ହସିବିନି? ତୁ କଣ ଭାବୁଛୁ, ମୁଁ ମିତୁ ଚାଲିଯିବା ଦୁଃଖରେ ମଦ ପିଉଛି?
-ଆଉ?
– ହାଃ, ହାଃ, ହାଃ- ଦେଖ୍‌ ଗୋଟେ ଗହନ କଥା କହୁଛି, କାହାକୁ କହିବୁନି। ତୁ ମୋର ସଚ୍ଚା ଦୋସ୍ତ ବୋଲି ତୋତେ କହୁଛି।
-କହ।
–ମିତୁଫିତୁ ଚାଲିଯିବା ଦୁଃଖରେ ନୁହେଁ, ଖାସ୍ ମଦ ପିଇବି ବୋଲି ମଦ ପିଉଛିରେ ଶଳା। ଇଚ୍ଛା ହେଲା, ମଦ ପିଇ ମାତାଲ ହେବି। କିନ୍ତୁ ତୁଚ୍ଛାଟାରେ ମଦ ପିଇଲେ ଲୋକ କହିବେ ଶଳା ମଦୁଆ ହୋଇଗଲା। ଅଭି ମଦ ପିଇଲେ ଲୋକେ କହିବେ-ଆହା ଦୁଃଖରେ ପିଉଛି। କେହି ଆଉ ମୋତେ ଘୋଡା ମଦୁଆ ବୋଲି କହିବେନି। ମାର୍କେଟ୍‌ରେ ମୋର ଭାବମୂର୍ତ୍ତିଟା ନିର୍ମଳ ରହିବ। ବୁଝିଲୁ! ଏ ଜମାନା ବହୁତ ଖରାପରେ ଦୋସ୍ତ! ମଦ ଟିକେ ପିଇବା ପାଇଁ ବି ବାହାନା ଦରକାର।

ପାଠକୀୟ ଆଦୃତି

50 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ମୃଣାଳ ଚାଟାର୍ଜୀ

ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ମୃଣାଳ ଚାଟାର୍ଜୀ ସମ୍ପ୍ରତି ଢେଙ୍କାନାଳ ସ୍ଥିତ ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନର ମୁଖ୍ୟ ଭାବେ କାର୍ଯ୍ୟରତ। ମୁଖ୍ୟତଃ ରମ୍ୟ ରଚନା ଏବଂ ବ୍ୟଙ୍ଗ ଗଳ୍ପ ଲେଖୁଥିବା ମୃଣାଳ ଏବେ ରାଜ୍ୟର ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ନିୟମିତ ସ୍ତମ୍ଭ ଲେଖିବା ସହ ଏକାଧିକ ପତ୍ରିକାରେ ମଧ୍ୟ ଲେଖନୀ ଚାଳନା ଜାରି ରଖିଛନ୍ତି।

ନିଜର ଲେଖା ପାଇଁ ଅଜସ୍ର ପାଠକୀୟ ସ୍ବୀକୃତୀ ହାସଲ କରିଥିବା ମୃଣାଳ ବହୁ ପୁରସ୍କାର ଓ ସମ୍ମାନରେ ସମ୍ବର୍ଦ୍ଧିତ। ତାଙ୍କର ପ୍ରକାଶିତ ପୁସ୍ତକ ଗୁଡ଼ିକ ମଧ୍ୟରେ “ଜଗତେ ଥିବ ଯେତେଦିନ”, “ଯମରାଜ-୫୦୦୩ ଉପନ୍ୟାସ”, “ରଙ୍ଗଢଙ୍ଗ” ଆଦି ବେଶ୍ ପରିଚିତ।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ

ଗମ୍ଭାରୀ ଗଛ

ବିଛଣାରେ ପଡି ପଡି ଶମ୍ଭୁନାଥ ବିଳିବିଳି ହେଉଥିଲେ। ଅସ୍ପଷ୍ଟ ପାଟିରେ ପୁଅକୁ କହୁଥିଲେ, ଗମ୍ଭାରୀ ଗଛଟାକୁ ଆଇତିରେ ରଖିଥିବୁରେ ବେନୁଆ, ସେଇଟା ତୋ ବୋଉର ଶେଷ ସନ୍ତକ।…

ଇଚ୍ଛା ପୁରଣ

ବିଶାଳ ଘଞ୍ଚ ବଣ। ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ। ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ। ବିଶ୍ବ…

-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP