ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ଉତ୍କଳମଣି ଗୋପବନ୍ଧୁ ଦାଶ

ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଦ୍ବାରା “ଉତ୍କଳମଣି” ଉପାଧିରେ ଭୂଷିତ ଗୋପବନ୍ଧୁ ଦାଶ(୧୮୭୭-୧୯୨୮)ଙ୍କ ମହାପ୍ରୟାଣର ଅନେକ ବର୍ଷ ପରେ ମଧ୍ୟ ସେ ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ। ୧୮୯୪ ମସିହାରୁ ୧୯୨୮ ମସିହା ପର୍ଯ୍ୟନ୍ତ ଗୋପବନ୍ଧୁ ଓଡିଶାର ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଓଡିଆ ଜାତିର ଅବଚେତନରେ ଆପଣାର ଅନତିକ୍ରାନ୍ତ ପ୍ରଭାବ ବିସ୍ତାର କରିଥିଲେ, ଯାହା ଆଜି ମଧ୍ୟ ମଳିନ ପଡ଼ିନାହିଁ।

ଦେବତାର ଛଡାଫୁଲ ଓ ପାଦୁକା ଭକ୍ତ ନିକଟରେ ଯେଭଳି ପବିତ୍ରତମ ବସ୍ତୁ, ସେହିଭଳି ଗୋପବନ୍ଧୁଙ୍କର ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁଠାରୁ ଆରମ୍ଭକରି ଡାଏରୀ, ଚିଠିପତ୍ର ଓ ଅଭିଭାଷଣ ପର୍ଯ୍ୟନ୍ତ, ସବୁକିଛି ଆଜି ଓଡିଆ ଜାତିପାଇଁ ପବିତ୍ର ଅମୂଲ୍ୟ ସମ୍ପଦ। ଜଣେ ଦରଦୀ ବ୍ୟକ୍ତି ଭାବେ ପରିଚିତ ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର “ସମାଜ” ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ପରିଚିତ ନାମ। ତାଙ୍କ ଲେଖାଗୁଡ଼ିକ ମଧ୍ୟରେ ‘ବନ୍ଦୀର ଆତ୍ମକଥା’, ‘କାରା କବିତା’ ଓ ‘ଅବକାଶ ଚିନ୍ତା’ ଆଦି ସଙ୍କଳନ ଓଡ଼ିଆ ପାଠକମାନଙ୍କ ନିକଟରେ ବେଶ୍‌ ପରିଚିତ ଏବଂ ପଠିତ ପୁସ୍ତକ ଅଟେ।

ଆଜ୍ଞାନୁବର୍ତ୍ତିତା

ଆତ୍ମାର ଏହି ଦ୍ୱିବିଧ ବିଭାଗ ମଧ୍ୟରୁ ଗୋଟିକରେ ଅପରଟିକୁ ଜାଣିବା ହିଁ ପ୍ରକୃତ ପନ୍ଥା। ବିମଳ ବିବେକବାଣୀରେ ସ୍ୱେଚ୍ଛାଚାରିତାକୁ ସଂଯତ କରିପାରିଲେ ମନୁଷ୍ୟ ପ୍ରକୃତ ମନୁଷ୍ୟତା ଲାଭ...

ନୀରବ

ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା, ନୀରବେ ଆକାଶେ ଉଦେ ରବି-ଶଶୀ-ତାରା, ନୀରବେ ବଢ଼ଇ ତରୁଲତା-ମହୀଧର ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର। ମହା-କାଳ-ପାରାବାର ଅନନ୍ତ ଗରଭେ...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP