Loading...
ରବି କାନୁନ୍ଗୋ ଜଣେ ସ୍ତମ୍ଭକାର, ଦୈନିକ ସମ୍ବାଦପତ୍ରର ସମ୍ପାଦକ ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ରମ୍ୟ ରଚନା ମାଧ୍ୟମରେ ନିଜର ସାରସ୍ୱତ ସାଧନା ଜାରି ରଖିଛନ୍ତି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସାମ୍ପ୍ରତିକ ପ୍ରସଙ୍ଗକୁ ନେଇ କ୍ଷୁଦ୍ର ଲେଖା ମାଧ୍ୟମରେ ସାମାଜିକ ଜାଗରଣ ବାର୍ତ୍ତା ଦେବାରେ ସିଦ୍ଧହସ୍ତ ଶ୍ରୀ କାନୁନ୍ଗୋ। ୧୯୭୨ ମସିହାରେ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ବାଟେଘାଟେ ସ୍ତମ୍ଭରେ ‘ଲଘୁପାକ’ ପ୍ରସଙ୍ଗରୁ ସେ ଲେଖିବା ଆରମ୍ଭ କରିଥିଲେ। ପରେ ପରେ ଦୈନିକ’ସମ୍ବାଦ’ରେ ‘କଥା କିଂଚିତ୍’ (୧୯୮୪-୯୩), ତାଙ୍କର ଅକ୍ଷର ଅନାବାଦୀ (ପ୍ରଜାତନ୍ତ୍ର ସାପ୍ତାହିକ ସ୍ତମ୍ଭ ୧୯୯୩ରୁ ୨୦୦୫ମସିହା ପର୍ଯ୍ୟନ୍ତ), ଦୈନିକ ସମାଜ ଓ ସମ୍ବାଦ ଖବର କାଗଜରେ ମନେଥାଉ ସେମିତି ସେମିତି ଆଦି ଅନେକ ସ୍ଥମ୍ଭ ୨୦୦୦ରୁ ୨୦୦୫ ମସିହା ମଧ୍ୟରେ ପ୍ରକାଶ ପାଉଥିଲା। ତାଙ୍କ ଲେଖନୀରେ ସାହିତ୍ୟର ସ୍ପନ୍ଦନ, ହାସ୍ୟରସର ବେଢ଼ଣ ଏବଂ ମାନବବାଦର ସ୍ପର୍ଶ ଦେଖିବାକୁ ମିଳେ। ଗମ୍ଭୀର ତଥା ହାସ୍ୟ କବିତା ଲିଖନରେ ତାଙ୍କର ସ୍ପଷ୍ଟ ଓ ଅନନ୍ୟ ପରିଚୟ ରହିଛି। ରାଜନୀତି, ଶ୍ରମ ସଂଗଠନ, ଆଇନଜ୍ଞ ଏବଂ ବହୁ ଭ୍ରମଣ ଅଭିଜ୍ଞତା ଯୋଗୁ ତାଙ୍କ ନିରୀକ୍ଷଣର ଶୈଳୀ ଏକଦମ ନିଆରା । ସେ ଜଣେ ଗଳ୍ପ ଲେଖକ ମଧ୍ୟ। ୧୯୬୭ ମସିକରେ ପ୍ରକାଶିତ “ଅଇଁଠା ଓ ଅନାବାଦୀ” ତାଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପ ରଚନା ଅଟେ।
No posts found for this author.
ଓଡ଼ିଆସାହିତ୍ୟ ଘର ନଂ.- S3H1-2, ଆର୍-ଡି-ଏ କଲୋନୀ କଳିଙ୍ଗ ବିହାର, ଛେଣ୍ଡ୍ ରାଉରକେଲା-୭୬୯୦୧୫ ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭