ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ମନୋଜ ଦାସ

ପଦ୍ମଭୂଷଣ ମନୋଜ ଦାସ(୧୯୩୪-୨୦୨୧), ଓଡ଼ିଆ କଥା ସାହିତ୍ୟର ଅନନ୍ୟ ବିନ୍ଧାଣି। ତାଙ୍କ ଲେଖାର ନିଆରା ଶୈଳୀ ପାଇଁ ଆଧୁନିକ ଓଡ଼ିଆ ସାହିତ୍ୟରେ ତାଙ୍କୁ ବିଷ୍ଣୁ ଶର୍ମାଙ୍କ ସହ ତୁଳନା କରାଯାଏ। ବାଲେଶ୍ବର ଜିଲ୍ଲାର ଏକ କ୍ଷୁଦ୍ର ଉପକୂଳ ଗ୍ରାମ ଶଙ୍ଖାରୀରେ ଜନ୍ମ ନେଇଥିବା ଶ୍ରୀ ଦାସ ଉଭୟ ଓଡ଼ିଆ ଓ ଇଂରାଜୀରେ ଅନେକ ସାହିତ୍ୟ ସୃଷ୍ଟି କରିଯାଇଛନ୍ତି। ଶ୍ରୀ ଦାସଙ୍କ କଲମରୁ ସୃଷ୍ଟି ହୋଇଛି ଅନେକ ଗଳ୍ପ, କବିତା, ଭ୍ରମଣ କାହାଣୀ ଓ ଉପନ୍ୟାସ। ଏକାଧିକ ପୁସ୍ତକର ରଚୟିତା ଏହି ସ୍ରଷ୍ଟାଙ୍କୁ ସାହିତ୍ୟ ସାଧନା ପାଇଁ ମିଳିଛି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର, ସରସ୍ବତୀ ସମ୍ମାନ, ବିଷୁବ ସମ୍ମାନ, ସାରଳା ସମ୍ମାନ ସମେତ ଅନେକ ପୁରସ୍କାର। ତାଙ୍କର ଅନେକ ରଚନା ମଧ୍ୟରେ ରହିଛି ‘ଅମୃତ ଫଳ’, ‘ତନ୍ଦ୍ରାଲୋକର ପ୍ରହରୀ’, ‘ଗୋଧୂଳିର ବାଘ’ ଆଦି ଉପନ୍ୟାସ ସହିତ ‘ଶେଷ ବସନ୍ତର ଚିଠି’, ‘ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ମନୋଜ ଦାସଙ୍କ କଥା ଓ କାହାଣୀ’ ଆଦି ଗଳ୍ପ ସଙ୍କଳନ। ଏହା ସହିତ ‘ଶତାବ୍ଦୀର ଆର୍ତ୍ତନାଦ’, ‘ତୁମ ଗାଁ ଓ ଅନ୍ୟାନ୍ୟ କବିତା’ ଆଦି କବିତା ସଙ୍କଳନ ଏବଂ ଅନେକ ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ, ପ୍ରବନ୍ଧ ଓ ରମ୍ୟରଚନା ଇତ୍ୟାଦି। ଭାରତୀୟ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ପ୍ରବକ୍ତା ମନୋଜ ଦାସ ଥିଲେ ଆଧ୍ୟାତ୍ମିକତା ଓ ମାନବିକତାର ଉତ୍ତୁଙ୍ଗ ପୁରୁଷ। ଓଡ଼ିଆ ଗଦ୍ୟ ସାହିତ୍ୟରେ ନୂତନ ଧାରା ପ୍ରବର୍ତ୍ତନ କରି ସେ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଥିଲେ ଉଦାହରଣ। ତାଙ୍କର ଅନେକ ରଚନା ବିଭିନ୍ନ ଭାରତୀୟ ଭାଷା ସମେତ ଅନ୍ୟ ଦେଶର ଭାଷାରେ ଅନୂଦିତ ହେବା ତାଙ୍କର ଲେଖକୀୟ ପରିଚୟ ଓ ପ୍ରତିଷ୍ଠାର ଅନ୍ୟତମ ପରାକାଷ୍ଠା।

ଝଡ଼ର ଗତିପଥ

ହୁ-ହୁ ବତାସ। ଯେମିତି ଯୁଗଯୁଗାନ୍ତର ପାତାଳପୁରୀର ଏକ ନିଷିଦ୍ଧ ଅଞ୍ଚଳରେ ଯାଦୁ ଫରୁଆଟିଏ ଭିତରେ ସେ ରହିଥିଲା ବନ୍ଦୀ ହୋଇ, ହଠାତ୍‌ ମୁକ୍ତି ପାଇ ତା’ର ଅସୀମ...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP