ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

ଏକାଧାରରେ ଜଣେ ଐତିହାସିକ, ଗବେଷକ ଏବଂ ସୁସାହିତ୍ୟିକଭାବେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ(୧୯୦୯-୧୯୮୭) ପରିଚିତ ଥିଲେ। ତାଙ୍କ ରଚିତ ଅନେକ ଗବେଷଣା ଗ୍ରନ୍ଥ ଓ ପ୍ରବନ୍ଧ ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଛି। ତାଙ୍କ ରଚନା ମଧ୍ୟରେ ପ୍ରବନ୍ଧ ସଙ୍କଳନ-‘ଇତିହାସ ଓ କିମ୍ବଦନ୍ତୀ’, ‘ପ୍ରବନ୍ଧ ମାନସ’, ଆତ୍ମଚରିତ ଗ୍ରନ୍ଥ-‘ମୋ ସମୟର ଓଡ଼ିଶା’ ଆଦି ଅନ୍ୟତମ।

ଏହା ସହିତ ସମାଲୋଚନା ଗ୍ରନ୍ଥ-‘ସାରଳା ମହାଭାରତରେ ଐତିହାସିକ ଚିତ୍ର’, ଗବେଷଣା ଗ୍ରନ୍ଥ-‘ଓଡ଼ିଶା ଇତିହାସ’ ଓ ‘ଭୁବନେଶ୍ୱରର ପ୍ରାଚୀନ ସ୍ଥାପତ୍ୟ’ ଆଦି ଅନ୍ୟତମ। ସେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହିତ ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗରେ ଜଣେ ବରିଷ୍ଠ ଅଧିକାରୀଭାବେ କାର୍ଯ୍ୟ କରିବା ସହିତ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ଜଣେ ଲିପିତତ୍ତ୍ୱବିତ୍‌ ଭାବରେ ସେ ବହୁ ତାମ୍ରଲେଖ ଓ ଶିଳାଲେଖ ଆଦିକୁ ଅନୁଧ୍ୟାନ କରି ସେଗୁଡ଼ିକର ଐତିହାସିକ ଗୁରୁତ୍ୱ ପ୍ରତିପାଦନ କରିଯାଇଛନ୍ତି। ଭାରତ ସରକାରଙ୍କ ଦ୍ୱାରା ‘ପଦ୍ମଶ୍ରୀ’ ସମ୍ମାନ ସହିତ ସେ ତାଙ୍କର ଲେଖା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ। ତାଙ୍କ ସମୟରେ ବିଭିନ୍ନ ସମସାମୟିକ ପ୍ରସଙ୍ଗକୁ ନେଇ ସେ ରଚନା କରିଥିବା ଅନେକ ପ୍ରବନ୍ଧ ପାଠକ ଓ ସମାଲୋକଙ୍କ ଦ୍ୱାରା ଆଦୃତ ହୋଇଥିଲା।

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP