ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଜୟନ୍ତ ମହାପାତ୍ର

୧୯୨୮ ମସିହାରେ କଟକଠାରେ ଜନ୍ମିତ ବିଶ୍ବପ୍ରସିଦ୍ଧ କବି ଜୟନ୍ତ ମହାପାତ୍ର ଭାରତୀୟ ଇଂଲିଶ୍ କବିତା ପରମ୍ପରାର ଜଣେ ପ୍ରତିଷ୍ଠାତା କବି ଭାବେ ପରିଗଣିତ। ତାଙ୍କର ଅନନ୍ୟ ସାବଲୀଳ ଶବ୍ଦବିନ୍ୟାସ ସାଙ୍ଗକୁ କବିତାରେ ନିଜ ମାଟିର ଅନିବାର୍ଯ୍ୟ ବାସ୍ନା ବିଶ୍ବ ସାହିତ୍ୟରେ ତାଙ୍କୁ ଦେଇଛି ଏକ ସ୍ବତନ୍ତ୍ର ସ୍ଥାନ।

ଭାରତ ସରକାରଙ୍କ ପଦ୍ମଶ୍ରୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାର୍କ ପୁରସ୍କାର, ଆଲାନ୍ ଟେଟେ ପୁରସ୍କାର, ଜେକବ୍ ଗ୍ଲାଡଷ୍ଟେନ୍ ପୁରସ୍କାର (ଚିକାଗୋ), କଲ୍‌ଚରାଲ୍ ଆୱାର୍ଡ (ଅଷ୍ଟ୍ରେଲିଆ), ଜାପାନ୍ ଫାଉଣ୍ଡେସନ୍ ଆୱାର୍ଡ ତଥା ଆମେରିକା, ସୋଭିଏତ୍ ଋଷ୍, ଇଟାଲୀ, ପଶ୍ଚିମ ଜର୍ମାନୀ, ଇଂଲଣ୍ଡ, ଆୟାର୍ଲାଣ୍ଡ, ମେକ୍ସିକୋ, ମାଲେସିଆ, ସିଙ୍ଗାପୁର ପ୍ରଭୃତି ଦେଶରୁ ପ୍ରଦତ୍ତ ଅନେକ ପୁରସ୍କାରରେ ସମ୍ମାନିତ କବି ଶ୍ରୀ ମହାପାତ୍ରଙ୍କର ଉଲ୍ଲେଖନୀୟ କୃତିଗୁଡିକ ମଧ୍ୟରେ ସ୍ବୟଂବର ଆଣ୍ଡ ଅଦର୍ ପୋଏମ୍‌ସ୍, କୋଜ୍ ଦି ସ୍କାଏ ଟେନ୍ ବାଇ ଟେନ୍, ଏ ଫାଦର୍ସ ଆୱାର୍ସ୍, ଏ ରେନ୍ ଅଫ୍ ରାଇଟ୍‌ସ୍, ୱେଟିଂ, ଦ ଫଲ୍‌ସ୍ ଷ୍ଟାର୍ଟ, ରିଲେସନ୍‌ଶିପ୍, ଲାଇଫ୍ ସାଈନ୍‌ସ୍, ଡିସ୍‌ପୋଜେସ୍‌ଡ୍ ନେଷ୍ଟସ୍, ବର୍ଡନ୍ ଅଫ୍ ୱେଭ୍‌ସ୍ ଆଣ୍ଡ ଫ୍ରୁଟ୍, ଟେମ୍ପଲ୍, ବେଆର୍ ଫେସ୍, ଶାଡୋ ସ୍ପେସ୍, ଗ୍ରୀନ୍ ଗାର୍ଡେନର୍ (ଗଳ୍ପ) ଆଦି ଉଲ୍ଲେଖନୀୟ।

ସେହିପରି ଓଡ଼ିଆରେ ରଚିତ ତାଙ୍କର କାବ୍ୟଗ୍ରନ୍ଥ ମଧ୍ୟରେ ମଧ୍ୟରେ ‘ବଳି’, ‘କହିବି ଗୋଟିଏ କଥା’, ‘ବାୟା ରଜା’, ‘ଟିକିଏ ଛାଇ’, ‘ଚାଲି’, ‘ଯଦିବା ଗପଟିଏ’ ପ୍ରଭୃତି ଉଲ୍ଲେଖନୀୟ। କାବ୍ୟ ପତ୍ରିକା ଚନ୍ଦ୍ରଭାଗା ତଥା ପ୍ରଖ୍ୟାତ ପତ୍ରିକା ସନ୍‌ଡେର କାବ୍ୟ ପୃଷ୍ଠା ସମ୍ପାଦନାରେ ଦୀର୍ଘ ଅନୁଭୂତି ସାଙ୍ଗକୁ ଅନେକ ଓଡ଼ିଆ ତଥା ଭାରତୀୟ କବିଙ୍କୁ ଇଂରାଜୀରେ ଅନୁବାଦ କରି ସେ ଦେଶବିଦେଶରେ ପରିଚିତ କରାଇଛନ୍ତି।

ପଦାର୍ଥ ବିଜ୍ଞାନର ଅଧ୍ୟାପକ ଭାବେ ରେଭେନ୍‌ଶା, ବିଜେବି, ଗଙ୍ଗାଧର ମେହେର ଓ ଫକୀର ମୋହନ କଲେଜ ଭଳି ପ୍ରମୁଖ ମହାବିଦ୍ୟାଳୟଗୁଡିକରେ ଅଧ୍ୟାପନା କରି ୧୯୮୬ରେ ସେ ଅବସରପ୍ରାପ୍ତ।

No posts found for this author.

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP