ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ଗୋଦାବରୀଶ ମିଶ୍ର

ପଣ୍ଡିତ ଗୋଦାବରୀଶ ମିଶ୍ର(୧୮୮୬-୧୯୫୬) ତାଙ୍କ ସମୟର ଜଣେ କାଳଜୟୀ ସାହିତ୍ୟିକ ଭାବେ ପ୍ରତିଷ୍ଠିତ ଥିଲେ। ସେ ଏକାଧାରରେ ଜଣେ ରାଜନେତା, କବି, ନାଟ୍ୟକାର, ଔପନ୍ୟାସିକ ଓ ଗାଳ୍ପିକ ଭାବେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି। ତାଙ୍କ ସମୟର ଓଡ଼ିଶାର ବିଭିନ୍ନ ସାମାଜିକ ଓ ରାଜନୈତିକ ବିଷୟ ଉପରେ ତାଙ୍କର ସମସ୍ତ ଲେଖାଗୁଡ଼ିକ ବେଶ୍‌ ଜୀବନ୍ତ ଓ ଶାଣିତ ଥିଲା। ଗୋଦାବରିଶ ଜଣେ ଗାଳ୍ପିକ ଭାବେ ଅଧିକ ପରିଚିତ ହୋଇଥିଲାବେଳେ ତାଙ୍କର ‘ଅର୍ଦ୍ଧଶତାତବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ନାମକ ଆତ୍ମଜୀବନୀ ଏକ ପ୍ରତିକାତ୍ମକ ପୁସ୍ତକ ଭାବେ ପରିଗଣିତ ହୋଇଥାଏ। କାରଣ ଏହି ପୁସ୍ତକ ମାଧ୍ୟମରେ ଗୋଦାବରିଶ ତାଙ୍କ ସମୟର ସାମାଜିକ ଓ ସାସ୍କୃତିକ ପରିବେଶ ଓ ଜୀବନ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି।

ତାଙ୍କ ରଚନା ମଧ୍ୟରେ ‘କଳିକା’, ‘କିଶଳୟ’ ଓ ‘ଆଲେଖିକା’ ଆଦି କବିତା ଗ୍ରନ୍ଥ, ‘ ପୁରୁଷୋତ୍ତମ ଦେବ’, ‘ ମୁକୁନ୍ଦଦେବ’ ଆଦି ନାଟକ, ‘ଅଠରଶହ ସତର’, ‘ଘଟାନ୍ତର’ ଓ ‘ଅଭାଗିନୀ’ ଆଦି ଉପନ୍ୟାସ ସମେତ ‘ନଅଟି ଗଳ୍ପ’, ‘ଗଳ୍ପମାଳା’ ଓ ‘ପୁଆଣି ଘର’ ଆଦି କ୍ଷୁଦ୍ରଗଳ୍ପ ସଙ୍କଳନ ଅନ୍ୟତମ।

ନାସ୍ତିକର ଭକ୍ତି

କାହାକୁ ଅଛପା ଅଛି, ମାନବ ସମାଜେ ସେ ଅତି ନାସ୍ତିକ ଜଣେ ମନେ ବାକ୍ୟେ କାର୍ଯ୍ୟେ? ବ୍ରାହ୍ମଣ କୁଳେ ତା ଜନ୍ମ, ନାହିଁ ଉପବୀତ; ମ୍ଳେଛ ଅନ୍ନ...

ଭାଇ ଭାଗ

ଭାଇଭାଗ ବଣ୍ଟା ବିଦ୍ୟା ସେଠାରେ ଯେ କେବଳ ସେହି ଘରର ଦୁଇଜଣ ନବବିବାହିତ ଯୁବକ ଶିଖିଲେ, ତାହା ନୁହେଁ, ସେ ଗ୍ରାମରେ ଓ ଅନ୍ୟାନ୍ୟ ଗ୍ରାମର ଅନ୍ୟ...

କାଳିଯାଇ

‘ଭଲ କରି ନାଆ ବୁହା, ରେ ନାଉରି! ଝିଅକୁ ମାଡ଼ୁଛି ଡର; ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ, ଝିଅ ଯିବ ଶାଶୂଘର।’ ଭଲ କରି ନାଆ...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP