ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଦେବବ୍ରତ ମଦନରାୟ

୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିବା ଗାଳ୍ପିକ ଦେବବ୍ରତ ମଦନରାୟ ସ୍ବତନ୍ତ୍ର ଓ ସାବଲୀଳ ଶୈଳୀରେ ଗଳ୍ପ ରଚନା କରି ପାଠକଙ୍କୁ ନୂତନ ସ୍ବାଦ ଦେଇପାରିବାର ସାମର୍ଥ୍ୟ ରଖନ୍ତି। ୧୫ଟି ଗଳ୍ପ ସଙ୍କଳନର ରଚୟିତା ଶ୍ରୀ ମଦନରାୟଙ୍କର ଉଲ୍ଲେଖନୀୟ କୃତିଗୁଡିକ ମଧ୍ୟରେ ‘ଆଲୁଅର ଛାଇ’, ‘ସୂର୍ଯ୍ୟର ଅନେକ ରଙ୍ଗ’, ‘ଦୁଃଖ ଅରଣ୍ୟ’, ‘କହ୍ନେଇର ବଂଶୀ’, ‘ସ୍ବର୍ଗାରୋହଣ’, ‘ସପ୍ତଲୋକ’, ‘ସାରାରାତି ଜହ୍ନରାତି’, ‘ଜଳପରୀ’, ‘ସହଯାତ୍ରୀ’, ‘ଅସୁନ୍ଦରୀ’, ‘ପ୍ରିୟ ସଖୀ’, ‘ଚିତ୍ରମାଟି’, ‘ବର୍ଣ୍ଣମାଳା’ ଓ ‘ମହାଦେବୀ’ ଆଦି ଅନ୍ୟତମ। ଦୁଇଟି ଉପନ୍ୟାସ ମଧ୍ୟରେ କ୍ରୁଶବିଦ୍ଧ ଓ ନିର୍ବାଣ ଉଲ୍ଲେଖନୀୟ।

ତାଙ୍କର ସମ୍ପାଦନାରେ ଆମ ସମୟର ସ୍ବନିର୍ବାଚିତ ଶ୍ରେଷ୍ଠକଥା, ଶେଷକଥା ଓ ଭୋକକଥା ଆଦି ସଙ୍କଳନ ତଥା ସାହିତ୍ୟ ପତ୍ରିକା ନବଲିପି ଓଡ଼ିଆ ସାହିତ୍ୟର ପ୍ରତିନିଧିତ୍ବ କରେ। ଶ୍ରୀ ମଦନରାୟ ଭୁବନେଶ୍ବର ପୁସ୍ତକମେଳା ପୁରସ୍କାର, ପ୍ରଜାତନ୍ତ୍ର ଓ ଝଙ୍କାର ପୁରସ୍କାର, ଅଖିଳମୋହନ କଥା ସମ୍ମାନ ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ। ସାମୟିକ ଅଧ୍ୟାପନା ପରେ ୧୯୮୪ ଠାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ରେ କାର୍ଯ୍ୟରତ।

No posts found for this author.

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP