ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଅଚ୍ୟୁତାନନ୍ଦ କର

ଅଚ୍ୟୁତାନନ୍ଦ କର

ଅଚ୍ୟୁତାନନ୍ଦ କର(୧୯୩୩-୨୦୧୨), ଜଣେ ପ୍ରଖ୍ୟାତ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ, ପ୍ରବଚକ, ସାମ୍ବାଦିକ ତଥା ସମାଲୋଚନାଧର୍ମୀ ପତ୍ରିକା ଦ୍ୁର୍ମୁଖର ପ୍ରତିଷ୍ଠାତା ସମ୍ପାଦକ ଥିଲେ। ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଓ ବିଶେଷକରି ବ୍ୟଙ୍ଗ ସାହିତ୍ୟ ଲେଖିବାରେ, ସେ ଥିଲେ ସିଦ୍ଧହସ୍ତ। ସମାଜର କୁସଂସ୍କାର, ଅପସଂସ୍କୃତି ତଥା ଶାସନ ବ୍ୟବସ୍ଥାକୁ ଠିକଣା ବାଟରେ ଆଣିବା ପାଇଁ, ସେ ବହୁ ବ୍ୟଙ୍ଗସାହିତ୍ୟ ରଚନା କରିଥିଲେ। ୧୯୬୦ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରର ଜଣେ ସ୍ୱିକୃତିପ୍ରାପ୍ତ କଳାକାର ହିସାବରେ, ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ବହୁ ଲୋକପ୍ରିୟତା ହାସଲ କରିଥିଲେ। ଦୂରଦର୍ଶନ କେନ୍ଦ୍ରରେ ମଧ୍ୟ ସେ ଜଣେ ସମ୍ମାନନୀୟ ଆଲୋଚକ ଥିଲେ । ସେ, ବହୁ ସାହିତ୍ୟ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ ରହିଥିଲେ। ‘ରାମଚରିତ ମାନସ’ ବିଷୟରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ସେ ଖୁବ ଲୋକପ୍ରିୟ ହୋଇପାରିଥିଲେ। ସେ ନିଜ ଜୀବନକାଳ ମଧ୍ୟରେ ୧୫ରୁ ଅଧିକ ପୁସ୍ତକ ରଚନା କରିଯାଇଛନ୍ତି। ବ୍ୟଙ୍ଗସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ, ତାଙ୍କୁ ଓଡ଼ିଆ ବ୍ୟଙ୍ଗ ସାହିତ୍ୟର ଭିଷ୍ମ ପିତାମହ ଆଖ୍ୟା ଦିଆଯାଇଛି।

ସମତାର ପ୍ରେମମୟ ରସ

ଭଗବାନ୍‌ଙ୍କର କୃପା ହିଁ ମଣିଷ ହୃଦୟରେ ଗୋଟିଏ ସୁନ୍ଦର ତରଙ୍ଗ ତିଆରି କରିଛି। ଏଇ ତରଙ୍ଗର ନାମ ପ୍ରେମ। ପ୍ରେମ ଏକ ଶସ୍ତା ବସ୍ତୁ ନୁହେଁ। ପ୍ରେମ...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP