ଦିନେ ଦିନେ ରାତି ଅଧରେ ସେପଟ ଅଗଣା ମଝିରେ ଠିଆ ହୋଇ ସେ ବଡ଼ ପାଟିରେ ଡାକ ଛାଡ଼େ “ଝୁମା ! ଆଲୋ ହେ ଝୁମା ! ଆଲୋ କୁଆଡ଼େ ଚାଲିଗଲୁ ଅଲକ୍ଷଣୀ, ଆଲୋ ବାରବୁଲି କେଉଁଠି ଅଛୁ ଘରକୁ ଆ ଆରେ-ଏ, ମୋତେ ଟିକିଏ ଛାଇ ନିଦ ନାଗିଛି କି ନାହିଁ ବାରବୁଲି ଖସିଗଲା ମୋ କୋଳରୁ କେତେ ଆକଟ କରିବି ତାକୁ?”
ଟିକିଏ ରହି ସେ ଚାରିଆଡ଼କୁ ଆଖି ପକାଏ ପାଉଁଶିଆ ଜହ୍ନ ଆଲୁଅ ଭିତରେ ସବୁ ଝାପ୍ସା ଦେଖାଯାଏ ସାନବାବୁ ଘର ସେଇ ଇଟା ପାଚେରୀ କୋଣ ଖଣ୍ଡେ ଭାଙ୍ଗି ଯାଇଛି କୋଉଦିନରୁ ସେଇ ଭଙ୍ଗା କାନ୍ଥି ଉପରେ କୁଦା ମାରି ସେ ହୁଏତ ଚାଲିଯାଇଥିବ ଆରପଟକୁ ଝାପ୍ସା ଦେଖାଯାଉଛି ସେଇ ଅଧା କାନ୍ଥ ଉପରେ କିଏ ଗୋଟିଏ ବସିଲା ପରି ଲମ୍ବା ଲମ୍ବା ଶାଗୁଆ ନଡ଼ିଆ ବରଡ଼ା ଉପରୁ ଜହ୍ନ ଆଲୁଅ ଖସିଆସୁଛି ତଳକୁ ତରଳ ରୂପା ବହିଯିବା ଭଳି
ପୁଣି ପାଟି କରି ମନକୁମନ ବଜରବଜର ହୁଏ ବୁଢ଼ୀ ଗୁଡ଼ାଏ ଗାଳି ବର୍ଷଣ ହୋଇଯାଏ ସାନ ବାବୁ ଘର ସେଇ ଭୂଆ ବିଲେଇ ଉପରେ, “ସେ ଖଣ୍ଡକ ତ କମ୍ ନୁହେଁ ସତେ ଯେମିତି ଏ ଗାଁର ଆଉ କେଉଁଠି ବିଲେଇ ନାହାନ୍ତି ମୋ’ରି ଝୁମା ଉପରେ ତା’ର ଆଖି ଲାଗିଛି ସବୁବେଳେ ରାତି ଅଧରେ ମ୍ୟାଉଁ ମ୍ୟାଉଁ ଡାକ ଛାଡୁଛି ସେ ଡାକ ଶୁଣିବା ସଙ୍ଗେ ସଙ୍ଗେ ଏ ବାରବୁଲି ଛତରଖାଇ ଶ୍ରୀକୃଷ୍ଣଙ୍କର ବଂଶୀ ଶବଦ ଶୁଣିଲା ଭଳି ନୁଙ୍ଗୁନୁଙ୍ଗୁ ହୋଇ ଚାଲିଯାଇଛି ନାଁ ପକେଇବାକୁ ଆଜି ଆ ତୁ, ଦେଖିବୁ କ’ଣ କରିବି”
‘ଝୁମା’ କେଉଁଠି ଥାଏ କେଜାଣି ନୁଙ୍ଗୁନୁଙ୍ଗୁ ହୋଇ ଧୀର ପାଦରେ ଆସି ଅଖାରୀ ବୁଢ଼ୀର ପାଦ ପାଖରେ ଲଟରପଟର ହୋଇ ଘସିହୋଇଯାଏ ବୁଢ଼ୀର ଲୁଗା ପଣତଟାକୁ କାମୁଡ଼ି ଧରି ତା’ ଚାରିପଟେ ବୁଲିଆସେ ଥରେ ଦି’ଥର
ଅଖାରୀ ବୁଢ଼ୀ ଡିଆସିଲି ମାରି ଡିବି ଲଗାଏ ଡିବି ଆଲୁଅରେ ‘ଝୁମା’ର ସାରା ଦେହଟାକୁ ଅଣ୍ଡାଳିପକାଏ ପାଦରୁ ମଥା ପର୍ଯ୍ୟନ୍ତ ତା’ର ଲୋମଶ ଶରୀରରୁ ଉଙ୍କୁଣି ବାଛିଲା ପରି ଟିକିନିଖି ପରୀକ୍ଷା କରିନିଏ
ଛତରଖାଇ ! ଛତରକୁ ଯାଇଥିଲୁ ନା ? ହଉ ଯାହା ତ କଲୁ କଲୁ ଆ’ ଶୋଇପଡ଼େ- ଆ ନିହାତି ବାଧ୍ୟ ଶିଶୁଟି ପରି ଝୁମା ପଶିଯାଏ ଅଖାରୀ ବୁଢ଼ୀ କୋଳରେ ଅଖାରୀ ତା ମଇଳା ଅସନା ପଣତ କାନିଟାକୁ ଝୁମା ଉପରେ ଢାଙ୍କିଦିଏ ଦୁହିଙ୍କର ଆଖିରେ ଭରିଯାଏ ପାହାନ୍ତି ନିଦ
-‘ନାଁ ସବୁ ଠିକ୍ ଅଛି ପାଦରେ ଅଳତା ମାଖିଥିଲି ଠିକ୍ ଅଛି ପୋଡ଼ାମୁହିଁ ପଙ୍କ କାଦୁଅରେ ପଶିନି ମଥା ଉପରେ ଯେଉଁ ନାଲି ଟିକିଲିଟା ମାଖିଥିଲି ସେଇଟା ମଧ୍ୟ ଖସିନି ବେକରେ ବନ୍ଧା ହୋଇଥିବା ପିତଳ ତିଆରି ଘୁଙ୍ଗୁର ପାଞ୍ଚଟାରୁ କିଛି ଖସିନି, ତେବେ ? ଆଲୋ ! ତୋ ମୁଣ୍ଡରେ ଖଣ୍ଡିଆ ଦାଗ ଆସିଲା କୁଆଡ଼ୁ ? ପୋଡ଼ପାଡ଼ି ମରୁନୁ ତୁ ! ମୁହଁ ସାରା ଖାଲି ନଖ ଆଞ୍ଚୁଡ଼ା ଦାଗ ଛତରଖାଇ ! ଛତରକୁ ଯାଇଥିଲୁ ନା ? ହଉ ଯାହା ତ କଲୁ କଲୁ ଆ’ ଶୋଇପଡ଼େ- ଆ ନିହାତି ବାଧ୍ୟ ଶିଶୁଟି ପରି ଝୁମା ପଶିଯାଏ ଅଖାରୀ ବୁଢ଼ୀ କୋଳରେ ଅଖାରୀ ତା ମଇଳା ଅସନା ପଣତ କାନିଟାକୁ ଝୁମା ଉପରେ ଢାଙ୍କିଦିଏ ଦୁହିଙ୍କର ଆଖିରେ ଭରିଯାଏ ପାହାନ୍ତି ନିଦ ……………. (rest 2 page)