ଅସ୍ତ ଗଗନେ ଅସ୍ତଛବି ମୁଁ
ସାଥୀ ମୋର ଅସ୍ତରାଗ,
ଅସ୍ତରାଗରେ ମୋ ଜୀବନ ଲିପି
ଲଭିଅଛି ସାଧୁବାଦ॥
ଆଦିମ ନାହିଁ ଅନ୍ତିମ ନାହିଁ
ମଧ୍ୟମ ସିନା ସ୍ଥିତି,
ମଧ୍ୟମ ନୁହେଁ ମାଧ୍ୟମ ମୁହିଁ
ଅନ୍ତରଙ୍ଗ କଳା ସୃଷ୍ଟି॥
ନନ୍ଦନ ବନେ ବନ୍ଦିନୀ ନାମେ
ଯଦି ବା ହେଲି ଖ୍ୟାତ,
ନନ୍ଦିନୀ ନୁହେଁ ବନ୍ଦିନୀ ନୁହେଁ
ଶୂନ୍ୟର ଅଭିଷେକ॥