ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ରାସ୍ତା ଦୁଇପାଦ

  • ଅନନ୍ତ ଯାଏଁ ଲମ୍ବିଛି ଏଇ ରାସ୍ତା।
    ତହିଁରୁ କେବଳ ଚାରିପାଦ ଆମର ଆୟୁଷ୍କାଳ
    ଯେ, ସେତକ ବି ଚାଲିହେଲାନି ଠିକ୍‌ଭାବେ।

    କେତେ ସହଜ ଥିଲା କୁହ
    ଜହ୍ନଗୀତ ଗୁଣୁଗୁଣେଇ ଗୁଣୁଗୁଣେଇ
    ବୁଟଭଜା ଗୋଟେ ଗୋଟେ ପାଟିରେ ପକେଇ ପକେଇ
    ଅପରିଚିତ ରାତିର ଅନ୍ୟମନସ୍କ ମୋରମ୍‌ରାସ୍ତାକୁ ବି
    ପାରି ହେଇଯିବା
    କେତେ ସହଜ ଥିଲା
    ଅଥଚ ଦୁଇପାଦ ବି ଚାଲିହେଲାନି ଠିକ୍‌ଭାବେ।

    ରାସ୍ତାସାରା
    ଭଙ୍ଗାଡ଼େଣା,ରକ୍ତଛିଟା ଲାଗିଥିବା ଅହଙ୍କାର
    ଓ କୀଟଦ୍ରଂଷ୍ଟ ସମ୍ପର୍କର ସାପକାତିରେ ଭର୍ତ୍ତି
    ଖାଲଖମା।

    ରାସ୍ତାସାରା
    ଆମର ପଚିଶଢ଼ି ଯାଇଥିବା ଶ୍ବାସପ୍ରଶ୍ବାସର
    ପୂତିଗନ୍ଧମୟ ଅସ୍ମିତା।

    ଯାହାକୁ ଆଡ଼େଇ ତଡ଼େଇ ବାଟ ଚାଲୁଚାଲୁ
    ମେରୁମଣ୍ଡଳରେ ତରଳି ସାରିଲାଣି ବରଫ
    କଣା ପକେଟ୍‌ ଦେଇ ଗଳି ସାରିଲାଣି ସବୁ
    ବୁଟଭଜା।

    ଟିକିଏ ବି ବେଳ ମିଳିଲାନି କୋଉଠି
    ଜହ୍ନ ସାଙ୍ଗରେ ପଦେ କଥା ହେଇଯିବାକୁ
    ପବନ ସାଙ୍ଗରେ ମିଶି ପଦେ ଗୀତ ଗାଇଦେବାକୁ
    କି ଦୂର ଜଙ୍ଗଲର ବାତିନି ନେଇ ଉଡ଼ିଆସୁଥିବା
    ଶାଳଫୁଲର ମଥା ସାଉଁଳି ଦେବାକୁ।

    ବାଟ ଖର୍ଚ୍ଚକୁ ମିଳିଥିଲା ଯୋଉ ଦୁଇଅଣା
    ତା’ବି ଲାଗିଲାନି କୋଉ କାମକୁ।

    ପାଠକୀୟ ଆଦୃତି

    ୩୭ ଦୃଷ୍ଟି ଆକର୍ଷଣ
    ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ଓଡ଼ିଆସାହିତ୍ୟ ପ୍ରେସ୍‌

    ତ୍ରିନାଥ ସିଂହ, ରାଉରକେଲା

    -: ଆଉ କେତୋଟି କବିତା :-
    Dolo clr

    ଦୋଳ

    -: ପାଠକୀୟ ମତାମତ :-

    ଆପଣଙ୍କ ମତାମତ କ’ଣ?

    କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ

    ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    ପାକ୍ଷିକ ସାହିତ୍ୟ ଇ-ପତ୍ର
    ads
    ସର୍ବାଧିକ ଦୃଷ୍ଟି ଆକର୍ଷଣ
    ବିଦେଶରେ ସାହିତ୍ୟ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

    ଲେଖା ପଠାନ୍ତୁ  
    ଶୀର୍ଷପୃଷ୍ଠା TOP