/  ଅନ୍‌ଲାଇନ୍ ଓଡ଼ିଆ
/  ପ୍ରଶ୍ନୋତ୍ତର
/  

Loading...

ଆଲୁଅ ଛାଇ

  •  
  • ଚଲା ବଉଦର ରୂପ ପ୍ରୀତିମୟ ମନର ବଉଦ କଳା।
    ପ୍ରେମର ବଉଦ ଡରି ଡରି ଘୂରେ ଇଚ୍ଛାର ବଉଦ ମେଲା।
    ଆଶାର ଶବଦ ସୁନ୍ଦରତର ସତର ଶବଦ ଶୁଭ।
    ଗୀତର ଶବଦ ମଣିଷର ଭାଷା ମନର ଶବଦ ଭାବ॥

    ପୀରତି ନୀରବ ରତି କଳରବ ଚାନ୍ଦ ଚରିତ ନଷ୍ଟ।
    ମାଇପ କଟାଳ ଡଉଲଡାଉଲ ମା’ କଥା କଷ୍ଟ॥
    ଛଳନାର ଛବି ଛାପଛାପିକା ଲୋ ନିରିମାଖୀ ରଙ୍ଗ ଗୋରା।
    ଅହି ସୁଲକ୍ଷଣୀ ଅପରଛନିଆ ପରନାରୀ ଦିଶେ ତୋରା॥

    ମିଛ ସଜାଡ଼ିବା ଅଡ଼ୁଆ ସୂତା ଲୋ ସତ ମନେ ରହେ ଛାଆଁ।
    ହଜିବାକୁ ସିନା ମନଟିଏ ଲୋଡ଼ା ଲୁଚିଲେ ଦୁଶେ ନାଁ॥
    ଗୋଟିଏ ପଦରେ ହୃଦ ପୁରିଯାଏ ଆର ପଦେ ମରେ ଅଧା।
    ପଥ ଚାଲୁଥାଏ ଅଙ୍କାବଙ୍କା ହୋଇ ପଥିକ ଚାଲଇ ସିଧା॥

    ଆନଉଳି ସୋଗ ସାବତ ମା’ର-ମା ଦେଖାଏନି ସୋଗ।
    ଠାକୁରଙ୍କୁ ଦେଖି ଚିହ୍ନି ତ ପାରୁନା ଅସୁର ହାବୁଡ଼ୁ ଆଗ॥
    ବିଗତ ପ୍ରେମିକା ଭେଟଘାଟ ହେଲେ କେ କାହାକୁ ଭାବେ ଦୋଷୀ।
    ଓଠ ଥରୁଥାଏ ମନ ଝୁରୁଥାଏ ଆଖି କଥା କହେ ବେଶି॥

    ଆଲୁଅ ଛାଇର ମଧୁଚନ୍ଦ୍ରିକା ବିତାନ ତଳେ ତ ସିଏ।
    ଦଗ୍ଧ କଳିକା ଅଙ୍ଗାର ତଳୁ ଫୁଲ ଫୁଟେଇବ କିଏ॥

    ପାଠକୀୟ ଆଦୃତି

    4 VIEWS
    0 ମତାମତ ସଂଖ୍ୟା

    ତୁଣ୍ଡ ବାଇଦ

    ରବି କାନୁନ୍‌ଗୋ, ଭୁବନେଶ୍ବର

    -: ଆଉ କେତୋଟି କବିତା :-

    ଦୋଳ

    -: ପାଠକୀୟ ମତାମତ :-

    ଆପଣଙ୍କ ମତାମତ କ’ଣ?

    କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

    ଆପଣଙ୍କ ନାମ *

    ଇ-ମେଲ୍ *

    ସହର ଓ ରାଜ୍ୟ/ଦେଶର ନାମ

    ଉପୋରକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

    NEWSLETTER

    Enter your email address below to subscribe to my newsletter

    ଆପଣଙ୍କ ଭୋଟ

    How Is My Site?

    View Results

    Loading ... Loading ...
    ଲୋକପ୍ରିୟ ଲେଖା
    ପ୍ରବାସରେ ସାହିତ୍ୟ
    advertisement
    ads
    ପାଠକୀୟ ମତାମତ
    ଓଡ଼ିଶାର ମହାମନିଷୀ
    ଆମ ଠିକଣା

    ଓଡ଼ିଆସାହିତ୍ୟ
    ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
    କଳିଙ୍ଗ ବିହାର, ଛେଣ୍ଡ୍
    ରାଉରକେଲା-୭୬୯୦୧୫
    ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

    ଲେଖା ପଠାନ୍ତୁ →
    ଶୀର୍ଷପୃଷ୍ଠା TOP