ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ସୁରେନ୍ଦ୍ର ମହାନ୍ତି

ସୁରେନ୍ଦ୍ର ମହାନ୍ତି ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ସମାଲୋଚକ ସହିତ ଜଣେ ରାଜନେତା ଭାବେ ସୁରେନ୍ଦ୍ର ମହାନ୍ତି(୧୯୨୨-୧୯୯୦) ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ। ଓଡ଼ିଆ କ୍ଷୁଦ୍ରଗଳ୍ପର ବିଷୟ ନିର୍ବାଚନ ଓ ଭାଷା ପ୍ରୟୋଗରେ ସେ ଏକ ବୈପ୍ଳବିକ ପରିବର୍ତ୍ତନର ସୂତ୍ରପାତ କରିଥିଲେ। ବ୍ୟଞ୍ଜନାଧର୍ମୀ ସୁନିର୍ବାଚିତ ଶବ୍ଦ ଯୋଜନା ଦ୍ୱାରା ଭାବ-ଗାମ୍ଭୀର୍ଯ୍ୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସେ ଏକପ୍ରକାର ଚିତ୍ରଧର୍ମୀ-ବିମୋହନ ନାଟକୀୟତା ପ୍ରବର୍ତ୍ତନ କରିଥିଲେ। ବୌଦ୍ଧ-ସାହିତ୍ୟ, ଇତିହାସ, ପୂରାଣ ଓ ପ୍ରାଚୀନ କାହାଣୀକୁ ଆଧାର କରି ତାଙ୍କର ରଚନା ବେଶ୍‌ ଜୀବନ୍ତ।

୧୯୪୪ରୁ ୧୯୮୮ ମସିହା ପର୍ଯ୍ୟନ୍ତ ସେ ଲେଖିଥିବା ଅନେକ ଗଳ୍ପ, ନାଟକ, ଉପନ୍ୟାସ ଓ ଆଲୋଚନା ଗ୍ରନ୍ଥ ମଧ୍ୟରେ ‘ମହାନଗରୀରେ ରାତ୍ରି’, ‘ମରାଳର ମୃତ୍ୟୁ’, ‘ବାପୁ’, ‘କୃଷ୍ଣାବେଣୀରେ ସନ୍ଧ୍ୟା’, ‘ନୀଳାଦ୍ରୀ ବିଜୟ’ ଆଦି ପାଠକମାନଙ୍କ ଦ୍ବାରା ବହୁଳଭାବେ ଆଦୃତ। ତାଙ୍କ ରଚିତ ଓଡ଼ିଆ ସାହିତ୍ୟର ‘ଆଦି ପର୍ବ’ ଓ ‘ମଧ୍ୟ ପର୍ବ’ ଆଦି ଓଡ଼ିଆ ଜାତିର ଇତିହାସ, ସଭ୍ୟତା, ସଂସ୍କୃତି ଓ ଧର୍ମଧାରଣାକୁ ନୂତନ ଦିଗନ୍ତ ଦେଇପାରିଛି।

ଏହା ବ୍ୟତୀତ ତାଙ୍କର ଆତ୍ମଜୀବନୀ ଗ୍ରନ୍ଥ – ପଥ ଓ ପୃଥିବୀ ମଧ୍ୟ ବହୁଳ ପ୍ରସାରିତ ପୁସ୍ତକ ଭାବେ ପରିଗଣିତ। ତାଙ୍କ ଜୀବଦ୍ଦଶା ମଧ୍ୟରେ ଅନେକ ପୁରସ୍କାର ଓ ସମ୍ମାନ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଆଦିରେ ସେ ସମ୍ମାନିତ ହୋଇଥିଲେ।

ଶ୍ରୀକୃଷ୍ଣଙ୍କ ଶେଷହସ

ଶ୍ରୀକୃଷ୍ଣଙ୍କ ଦୁଇ ରଙ୍ଗାଧରରେ ଚିରରହସ୍ୟ-ବିଜଡ଼ିତ ସ୍ମିତ ହସ୍ୟରେଖା, ଦ୍ବିତୀୟାର କ୍ଷୀର ଶଶିରେଖା ପରି ବିକ୍ଷୁବ୍ଧ ଅନ୍ଧକାର ମଧ୍ୟରେ ଧୀରେଧୀରେ ମଳିନ ହୋଇ ଆସୁଥିଲା।

ମହାନଗରୀର ରାତ୍ରି

ଗଙ୍ଗା ଜେଟୀରେ ଗୋଟିଏ ଷ୍ଟୀମର୍‌ରେ ଅଶାନ୍ତି ଚିତ୍କାର ଶୁଭୁଛି। ଚୌରଙ୍ଗୀର ଜନବିହୀନ ରାସ୍ତା ବିଜୁଳିବତୀର ନିର୍ଜନ ଆଲୋକରେ ଦିଶୁଛି ପ୍ରେତପୁରୀ ପରି ଅଶରୀରୀ ଓ ରହସ୍ୟାବୃତ। ଚୌରଙ୍ଗୀ-ବଣିଆ...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP