ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ପ୍ରାଣବନ୍ଧୁ କର

ଜଣେ ଅଦ୍ଭୁତ ସାରସ୍ୱତ ସାଧକଭାବେ ପ୍ରାଣବନ୍ଧୁ କର(୧୯୧୪-୧୯୯୮) ମୁଖ୍ୟତଃ ଜଣେ ନଟ୍ୟକାରଭାବେ ପରିଚିତ ଥିଲେ ମଧ୍ୟ ସେ ଏକଙ୍କିକା ସମେତ ଗଳ୍ପ ମଧ୍ୟ ରଚନା କରିଥିଲେ। ପ୍ରଥମେ ଗଳ୍ପ ରଚନା ଓ ପରେ ପରେ ନାଟକ ଓ ଏକାଙ୍କିକା ରଚନା କରିବା ସହ ଓଡ଼ିଆ ନାଟକ ଓ ଏକାଙ୍କିକାରେ ସେ ଅନେକ ପରୀକ୍ଷା ନିରୀକ୍ଷା କରିଛନ୍ତି। ଜଣେ ମନସ୍ତତ୍ତ୍ୱବାଦୀଭାବେ ଶ୍ରୀ କରଙ୍କ ଉଭୟ ନାଟକ ଓ ଗଳ୍ପ ସମେତ ଏକାଙ୍କିକାଗୁଡ଼ିକ ମଣିଷ ମନଗହନର ଅନେକ କଥାକୁ ପରିପ୍ରକାଶ କରିବାରେ ସମର୍ଥ ହୋଇପାରିଛି। ଶ୍ରୀ କର ନିଜେ ଲେଖିଥିବା କିଛି ଗଳ୍ପ ଯେପରି ‘ସୁଅ ମୁହଁରେ ପତର’ ଏବଂ ‘ଆଉ ଥରେ ସ୍ୱାଧୀନତା’ ଆଦି ତାଙ୍କ ଦ୍ୱାରା ନାଟକଭାବେ ପରିବେଶିତ ହୋଇ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି।

ତାଙ୍କର ଗଳ୍ପଗୁଡ଼ିକ ମଧ୍ୟରେ ମଣିଷ ଜୀବନର ବହୁ ପ୍ରକାରର ଚରିତ୍ର ଯଥା:- ଶୋକ, ବେଦନା, ବ୍ୟର୍ଥତା, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ଆଦି ପ୍ରକଟିତ ହୋଇଛି। ପ୍ରଭାବଶାଳୀ ନାଟକୀୟ ଶୈଳୀ ଏବଂ ପରିଛନ୍ନ ସାବଳୀଳ ଭାଷାରେ ଲିଖିତ ତାଙ୍କର ଗଳ୍ପଗୁଡ଼ିକ ପାଠକ ସମାଜରେ ଆଦୃତ ହୋଇପାରିଛି। ବ୍ୟାସକବି ଫକୀରମୋହନଙ୍କ ‘ଲଛମା’ ସହିତ ପରିଚିତ ଓ ଲୋକପ୍ରିୟ ଉପନ୍ୟାସ ‘ମାଟିର ମଣିଷ’ ଏବଂ ‘ମାମୁଁ’ ର କଥାବସ୍ତୁକୁ ନେଇ ଶ୍ରୀ କର ନାଟ୍ୟରୂପ ଦେବା ତାଙ୍କ ସାରସ୍ୱତ ସାଧନାର ଅନନ୍ୟ ପରିକଳ୍ପନା।

ସେହିଭଳି ତାଙ୍କ ରଚିତ ଏକାଙ୍କିକାଗୁଡ଼ିକରେ ଗଳ୍ପକାରିତା ଓ ଗଳ୍ପଗୁଡ଼ିକରେ ନାଟକୀୟତା ତାଙ୍କ ସାରସ୍ୱତ କର୍ମର ଅନ୍ୟତମ ନିଦର୍ଶନ। ଶ୍ରୀ କରଙ୍କ ରଚିତ ନାଟକ ମଧ୍ୟରେ ‘ପାଗଳ ଜନତା ବାହାରେ’, ‘ଅଶାନ୍ତ’, ଶ୍ୱେତପଦ୍ମା’ ‘ସ୍ନାୟୁ ସଂହାର’, ଆଦି ଅନ୍ୟତମ। ସେହିଭଳି ତାଙ୍କ ରଚିତ ଏକାଙ୍କିକ ମଧ୍ୟରେ ‘ପେଟୁ’, ‘ଦୂର ପାହାଡ଼’,‘ସ୍ମୃତି ବିଭ୍ରାଟ’ ଆଦି ଅନ୍ୟତମ।

ଗୀତ ମାଷ୍ଟର

‘ରୁନୁ! ଗାନ୍ ଶିଖିବେ ଏସ’- ଆଶ୍ଚର୍ଯ୍ୟ ହୋଇଗଲି, ରୁନୁ ଫେର୍ କେବେଠୁଁ ଗୀତ ଶିଖିବାକୁ ଆରମ୍ଭ କଲା?- ମାଷ୍ଟରର ଗଳା ଶୁଣିପାରି ବୋଧହୁଏ ରୁନୁ ଆସି ଛିଡ଼ାହେଲା...

ସୁଅ ମୁହଁର ପତର

ଆନନ୍ଦରେ ଗୁରେଇକି ଯାଇ କହେ- “ଗୁରେଇ ଲୋ, ଆମ ଦୁଃଖ ଏଇଥର ଯିବ। ଆମ ଲୋକମାନେ ଆମକୁ ଚଳେଇବେ ଏଥର। ଗୋରା ଲୋକମାନେ କୁଆଡ଼େ ତାଙ୍କ ନିଜ...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP