ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ କାଳିନ୍ଦି ଚରଣ ପାଣିଗ୍ରାହୀ

ଓଡ଼ିଆ ସାହିତ୍ୟର ସବୁଜଗୋଷ୍ଠୀର ଲେଖକ ଭାବେ ପରିଚିତ କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧-୧୯୯୧) ଏକାଧାରରେ ଜଣେ ଗାଳ୍ପିକ, କବି, ଔପନ୍ୟାସିକ, ପ୍ରାବନ୍ଧିକ ଓ ନାଟ୍ୟକାର ଭାବେ ପ୍ରସିଦ୍ଧି ଲାଭ କରିଥିଲେ। ପଦ୍ମ ଭୂଷଣ ସମ୍ମାନ ସହିତ ସାହିତ୍ୟ ଏକାଡ଼େମୀର ଫେଲୋ ଭାବେ ଶ୍ରୀ ପାଣିଗ୍ରାହୀ ସମ୍ମାନିତ ହୋଇଥିଲାବେଳେ ତାଙ୍କର ରଚିତ ‘ମାଟିର ମଣିଷ’ ଉପନ୍ୟାସ ଏକ କାଳଜୟୀ କୃତି। ଏହା ଉପରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହୋଇ ପ୍ରଶଂସିତ ହୋଇଥିଲା।

ଏହା ବ୍ୟତୀତ ତାଙ୍କ ରଚିତ ‘ଲୁହାର ମଣିଷ’, ‘ମୁକ୍ତାଗଡ଼ର କ୍ଷୁଧା’ ଆଦି ବହୁ ଚର୍ଚ୍ଚିତ ସାମାଜିକ ଉପନ୍ୟାସ ଯେଉଁଥିରେ ସେହି ସମୟର ସାମାଜିକ ବ୍ୟବସ୍ଥା ଏବଂ ଲୋକମାନଙ୍କର ଚଳଣୀ ଉପରେ ନିଛକ ଚିତ୍ର ବିଷୟରେ ଜାଣିବାକୁ ମିଳିଥାଏ। ସେହିପରି ପ୍ରବନ୍ଧ ସଙ୍କଳନ ‘ସାହିତ୍ୟ ସମାଚାର ଓ ସାହିତ୍ୟିକ’, ଏବଂ ‘ଯାଦୁଘର’, ‘ମହାଦୀପ’ ଆଦି କବିତା ସଙ୍କଳନ, ସହିତ ‘ଦ୍ବାଦଶୀ’, ‘ରାଶିଫଳ’ ଆଦି ଗଳ୍ପ ସଙ୍କଳନ ଓ ଆତ୍ମଜୀବନୀ ‘ଯାହା ଅଙ୍ଗେ ନିଭାଇଛି’ ଇତ୍ୟାଦି ହେଉଛି ଶ୍ରୀ ପାଣିଗ୍ରାହୀଙ୍କ ସାହିତ୍ୟ କୃତି ମଧ୍ୟରେ ଅନ୍ୟତମ।

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP