ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଡ. ହରେକୃଷ୍ଣ ମହତାବ

ଏକାଧାରରେ ଜଣେ ରାଜନେତା, ନୂତନ ଓଡ଼ିଶାର ନିର୍ମାତା, ସାମ୍ବାଦିକ, ସାହିତ୍ୟିକ ଆଦି ଭାବେ ଡ.ହରେକୃଷ୍ଣ ମହତାବ(୧୮୯୯-୧୯୮୭) ଓଡ଼ିଆ ସାହିତ୍ୟରେ ଏକ ପ୍ରତିଷ୍ଠିତ ନାମ। ଜଣେ ପ୍ରାବନ୍ଧିକ, ଔପନ୍ୟାସିକ ତଥା ଗାଳ୍ପିକ ଭାବେ ତାଙ୍କର ଅନେକ ସଙ୍କଳନ ପ୍ରକାଶିତ ହୋଇ ଅଜସ୍ର ପାଠକୀୟ ଆଦୃତି ଲାଭ କରିଛି। ତାଙ୍କ ଦ୍ବାରା ସ୍ଥାପିତ ଦୈନିକ ସମ୍ପାଦପତ୍ର ‘ପ୍ରଜାତନ୍ତ୍ର’ ସହିତ ଏକାଧିକ ପତ୍ରିକା ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲା। ଓଡ଼ିଶାରେ ସାହିତ୍ୟର ପ୍ରଚାର, ପ୍ରସାର ଓ ଆଲୋଚନା ନିମନ୍ତେ ସେ ଆରମ୍ଭ କରିଥିବା ‘ବିଷୁବ ମିଳନ’ କାର୍ଯ୍ୟକ୍ରମ ଆଜି ମଧ୍ୟ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ବାରା ଜାରି ରହିଛି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିବା ଡ.ମହତାବଙ୍କ ଲିଖିତ ଉପନ୍ୟାସ-‘ଅବ୍ୟାପାର’, ‘ଟାଉଟର୍‌’ ଓ ‘ତୃତୀୟ ପର୍ବ’ ଆଦି ଅନ୍ୟତମ। ସେହିପରି ତାଙ୍କ ରଚିତ ‘ଗାଁ ମଜ୍‌ଲିସ୍‌’, ‘ଓଡ଼ିଶା ଇତିହାସ’ ଓ ଆତ୍ମଜୀବନୀ ‘ସାଧନାର ପଥେ’ ପରି ଗ୍ରନ୍ଥ ଆଜି ମଧ୍ୟ ବେଶ୍‌ ଲୋକପ୍ରିୟ। ତାଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ‘ଝଙ୍କାର’ ପତ୍ରିକା ମାଧ୍ୟମରେ ଓଡ଼ିଶାର ଅନେକ ପ୍ରତିଷ୍ଠିତ ସାହିତ୍ୟିକଗଣ ଲୋକଲୋଚନକୁ ଆସିପାରିଥିଲେ।

ଗାଁ ମଜଲିସ୍‌

ଜାତୀୟ ସଂହତି: ଗତ କେତେମାସ ହେଲା, ଏ ମଜଲିସ୍‌ ବନ୍ଦ ବନ୍ଦ ଥିଲା। କାରଣ ଏ ମଜଲିସ୍‌ରେ ଯାହା ଲୋକେ ଅଙ୍ଗେ ନିଭାଉଛନ୍ତି, ତାହାହିଁ ଆଲୋଚନା କରାହୁଏ।...

ମୋ ଘର ଶ୍ରୀଜଙ୍ଗ

ଅଫିସ୍ ବେଳ ହୋଇଗଲାଣି, ହରିମୋହନ ତରତର ହେଲେଣି ଅଫିସ୍‌କୁ ଯିବା ପାଇଁ। ମୋଟରଗାଡ଼ି ଆସି ପୋର୍ଟିକୋରେ ଲାଗିଗଲାଣି। ମନ୍ତ୍ରୀଙ୍କ ସହିତ ଅଫିସ୍‌ରେ ସହଜରେ ଦେଖା ହୋଇପାରେ ନାହିଁ...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP