ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ଗଙ୍ଗାଧର ମେହେର

ଏକାଧାରରେ ସ୍ବାଭାବ କବି ଏବଂ ପ୍ରକୃତି କବି ଭାବେ ପରିଚିତ ଗଙ୍ଗାଧର ମେହେର(୧୮୬୨-୧୯୨୪) ଓଡ଼ିଆ ସାହିତ୍ୟରେ ଏକ ପ୍ରତିଷ୍ଠିତ ସ୍ରଷ୍ଟା। ତାଙ୍କ ଦ୍ବାରା ରଚିତ ‘ତପସ୍ବିନୀ’, ‘ଇନ୍ଦୁମତି, ‘କବିତା କଲ୍ଲୋଳ’ ‘ପ୍ରଣୟ ବଲ୍ଲରୀ’ ଓ ‘ଅର୍ଘ୍ୟଥାଳୀ’ ଆଦି କାବ୍ୟ କବିଙ୍କର ଗୋଟିଏ ଗୋଟିଏ କାଳଜୟୀ ସୃଷ୍ଟି। ବିଶେଷ କରି ପୌରାଣିକ ବିଷୟ ଏବଂ ପ୍ରକୃତିର ଶୋଭାରାଜି ପ୍ରସଙ୍ଗକୁ ନେଇ କବିଙ୍କ ରଚନା ବେଶ୍ ହୃଦୟସ୍ପର୍ଶୀ।

ପ୍ରଣୟବଲ୍ଲରୀ କବିଙ୍କ ଶେଷ ସମୟର ରଚନା। ଏଥିରେ ସମସ୍ତ ପ୍ରଜ୍ଞା ଢାଳି ଦେଇଛନ୍ତି କବି। କାଳିଦାସଙ୍କଠାରୁ କଥାବସ୍ତୁ ଗ୍ରହଣ କରିଥିଲେ ସୁଦ୍ଧା କବିଙ୍କ ବର୍ଣ୍ଣନାଶୈଳୀ ଏହି କାବ୍ୟକୁ ଏକ ସ୍ୱତନ୍ତ୍ର କାବ୍ୟର ପରିଚୟ ଦେଇଛି। ତାଙ୍କ ରଚନାରେ ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପର ବର୍ଣ୍ଣନା ତଥା ମାନବତାର ଉଲ୍ଲେଖ ରହିଛି। ଛନ୍ଦମାଧୁର୍ଯ୍ୟର ଆଧୁନିକୀକରଣ କରି ମଧ୍ୟ ସେ ଓଡ଼ିଆ କବିତା ରଚନା କରିଛନ୍ତି।

ଅର୍ଘ୍ୟଥାଳି କବିତାମାଳା ତାଙ୍କ ରଚିତ ଗୀତି କବିତାମାନଙ୍କ ମଧ୍ୟରୁ ଅନ୍ୟତମ। ଗୌରବ ମଣ୍ଡିତ ପ୍ରାଚୀନ ସାହିତ୍ୟର ପରମ୍ପରା ସଂରକ୍ଷଣ ସହ ଉନ୍ନତ ଭାଷା ଓ ଭାବର ଉପାଦାନରେ ନବୀନ ସାହିତ୍ୟର ସୃଷ୍ଟି ମେହେର-ସାହିତ୍ୟର ବୈଷିଷ୍ଟ୍ୟ ଅଟେ।

ଉତ୍କଳ ଗୌରବ

ଜନ୍ମଦାତ୍ରୀ ମାତୃଭୂମି ପୂଣ୍ୟ କୀର୍ତ୍ତିଶାଳିନୀ, ପାପତାପ ଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ। ସର୍ବଧର୍ମ ସୂକ୍ଷ୍ମ ମର୍ମ୍ମ ପୂର୍ଣ୍ଣ ତା’ର ଗର୍ଭରେ, ପାଦ ସ୍ପୃଷ୍ଟନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ବରେ।...

ଅମୃତମୟ

ନବ ବିକଶିତ ଫୁଲ ଗନ୍ଧ ନବ ସରସ କବିତା ଛନ୍ଦ ବନ ବିହଗ ମଧୁର ତାନ ଶିଶୁ ସରଳ ତରଳ ଗାନ ନବ ପ୍ରଫୁଲ୍ଲ କମଳ କାନନ...

ମାତୃଭୂମି

ଯେ କାଳେ ବାଳକ ବୁଲି ଯାଇପାରେ ପଡ଼ୋଶିମାନଙ୍କ ଘର, ସେ କାଳେ ଜାଣଇ ଅନ୍ୟ ଘରସବୁ ତା’ ସଙ୍ଗୀ ବାଳକଙ୍କର। ପରେ ଯେତେବେଳେ ଆପଣା ପଡ଼ାରୁ ଅନ୍ୟ...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP