ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଚିତ୍ତରଞ୍ଜନ ଦାସ

ଚିତ୍ତରଞ୍ଜନ ଦାସ (୧୯୨୩-୨୦୧୧) ଏକାଧାରରେ ଜଣେ ମହାନ ଚିନ୍ତାନାୟକ, ବିଶିଷ୍ଟ ଲେଖକ, ଗବେଷକ, ଦାର୍ଶନିକ, ମନୋବିଜ୍ଞାନୀ ଓ ସ୍ୱଧୀନତା ସଂଗ୍ରାମୀ ଥିଲେ। ସେ ୧୪ଟି ଭାଷା ଜାଣିବା ସହିତ ଓଡ଼ିଆ ଏବଂ ଅନ୍ୟ ଭାଷାରେ ୨୦୦ରୁ ଅଧିକ ବିଭିନ୍ନ ପ୍ରକାରର ପୁସ୍ତକ ରଚନା କରିଥିଲେ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ସ୍ଥାପନା କରିଥିଲେ ଜୀବନ ବିଦ୍ୟାଳୟ। ସେ କବିତା, ଭ୍ରମଣ ସାହିତ୍ୟ, ଅନୁବାଦ ସାହିତ୍ୟ, ଶିଶୁ ସାହିତ୍ୟ, ପ୍ରବନ୍ଧ, ରମ୍ୟରଚନା, ଆଲୋଚନା ତଥା ଗବେଷଣା ସମ୍ପର୍କରେ ପୁସ୍ତକ ରଚନା କରିଥିଲେ। ‘ମିତ୍ରସ୍ୟ ଚକ୍ଷୁସା’ ହେଉଛି ତାଙ୍କର ଆତ୍ମଜୀବନୀ ଗ୍ରନ୍ଥ।

‘ଜୀବନ ବିଦ୍ୟାଳୟ’ ପାଇଁ ୧୯୬୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ, ‘ଓଡ଼ିଆ ଓ ଓଡ଼ିଶା’ ପାଇଁ ୧୯୮୯ରେ ଶାରଳା ଏବଂ ‘ବିଶ୍ୱକୁ ଗବାକ୍ଷ’ ପାଇଁ ୧୯୯୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦ୍ୱାରା ସେ ସମ୍ମାନୀତ ହୋଇଥିଲେ। ତାଙ୍କ ରଚିତ ପୁସ୍ତକ ଗୁଡ଼ିକ ମଧ୍ୟରେ ‘ଶିଳା ଓ ଶାଳଗ୍ରାମ’, ‘ସାଗର ଯାତ୍ରୀ’, ‘ଶିଳାତୀର୍ଥ’ ସହିତ ଅନୁବାଦ ଗ୍ରନ୍ଥ ମଧ୍ୟରେ ଶ୍ରୀଅରବିନ୍ଦଙ୍କ ରଚିତ ଲାଇଫ୍‌ ଡିଭାଇନ ର ଓଡ଼ିଆ ଅନୁବାଦ ଆଦି ଅନ୍ୟତମ।

ଉଧାରଶୁଝା

ଫ୍ରାନ୍‌ସ୍‌ ଦେଶର ରାଜଧାନୀ ପାରିସ୍‌। ରାସ୍ତାରେ କେତେ ମଣିଷଙ୍କର ଯାତାୟାତ ଲାଗିରହିଛି। ଦୁଇକଡ଼ରେ ସୁନ୍ଦର ବଡ଼ବଡ଼ କୋଠାମାନ। ଫୁଲବଗିଚାରେ କେତେ କିସମର ଫୁଲ ଫୁଟିଛି। ସଞ୍ଜ ବୁଡ଼ି...

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP