ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ବିଜୟକୃଷ୍ଣ ମହାନ୍ତି

ପ୍ରଥମେ ରହସ୍ୟ ଉପନ୍ୟାସ ଲେଖିଥିବା ବିଜୟକୃଷ୍ଣ ମହାନ୍ତି(୧୯୨୮-୨୦୦୫) ପରବର୍ତ୍ତୀ ସମୟରେ ଗଳ୍ପ ଲେଖାରେ ମନୋନିବେଶ କରିଥିଲେ। ତାଙ୍କର ଗଳ୍ପଗୁଡ଼ିକ ମୁଖ୍ୟତଃ ଦୈନନ୍ଦିନ ଜୀବନର ଘଟଣା ପ୍ରବାହକୁ ନେଇ ରଚିତ। ସାଧାରଣ ମଣିଷଙ୍କ ଚରିତ୍ରକୁ ନେଇ ଲେଖିଥିବା ଗଳ୍ପ ସମ୍ପର୍କରେ ସେ ନିଜେ କହିଥିଲେ ‘ମୁଁ ବୁଦ୍ଧି ଖଟାଇ ଗଳ୍ପ ଲେଖେ ନାହିଁ, ହୃଦୟ ଦେଇ ଲେଖେ’।

ତାଙ୍କର ଗଳ୍ପଗୁଡ଼ିକ ମୁଖ୍ୟତଃ ସତ୍ୟ ଓ ବାସ୍ତବଧର୍ମୀ। ନିଜର ବ୍ୟକ୍ତିତ୍ୱ ଏବଂ ତାଙ୍କର ଗଳ୍ପ ଚରିତ୍ର ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଥିବା କୁହାଯାଏ। ବ୍ରହ୍ମୋତ୍ରି ମହାନ୍ତିଙ୍କ ଭଳି ଜଣେ ସାହିତ୍ୟ ସାଧିକା ତାଙ୍କର ସହଧର୍ମିଣୀ ଥିଲେ। ନିସନ୍ତାନ ମହାନ୍ତି ଦମ୍ପତ୍ତିଙ୍କ ପାଇଁ ସାହିତ୍ୟ ଯେପରି ଥିଲା ସ୍ନେହାସ୍ପଦ ସନ୍ତାନ। ସ୍ୱର୍ଗତ ଶ୍ରୀ ମହାନ୍ତି ନିଜ ଜୀବଦ୍ଦଶାରେ ପ୍ରାୟ ଏକହଜାର ଗଳ୍ପ ଲେଖିଥିବା ଜଣାପଡ଼େ।

ତାଙ୍କ ରଚିତ ଓ ପ୍ରକାଶିତ ଗଳ୍ପ ସଙ୍କଳନ ମଧ୍ୟରେ ‘ଦିଗ୍‌ବଳୟ’, ‘ନିଘଞ୍ଚ’, ‘ପ୍ରଚକ୍ଷୁ’, ‘ପାଗଳା ସାହେବ’, ‘ଜତୁଗୃହ’, ‘ଫାନୁସ୍‌’ ଆଦି ଅନ୍ୟତମ। ଗଳ୍ପ ବ୍ୟତୀତ ତାଙ୍କ ରଚିତ ପ୍ରଥମ ରହସ୍ୟ ଉପନ୍ୟାସ-ପ୍ରୀତି’ ସମେତ ‘ଅନ୍ତରୀକ୍ଷ’ ଏବଂ ଆଶାପୂର୍ଣ୍ଣା ଦେବୀଙ୍କ ରଚନାରୁ ଅନୁଦିତ ଉପନ୍ୟାସ ‘ଦିନାନ୍ତର ରଙ୍ଗ’ ଶ୍ରୀ ମହାନ୍ତିଙ୍କ ଅନ୍ୟାନ୍ୟ ସାରସ୍ୱତ ସୃଷ୍ଟି।

ସ୍ମୃତି

‘‘ସ୍ମୃତିର ସନ୍ତକ ସ୍ୱରୂପ ରଖି ଦେଇଛି ଏହି ଜୋତା ହଳକ ବି। ଚାକିରିରୁ ଅବସର ନେବା ପରେ ଆଉ କେବେ ପିନ୍ଧିନି। କାରଣ ବାତ ଜ୍ୱରରେ ଦି’...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP