ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

୰ ଅନନ୍ତ ପଟ୍ଟନାୟକ

ଜଣେ ପ୍ରଗତିଶୀଳ ଓ ବୈପ୍ଳବିକ ଚେତନାଧାରୀ କବି, ଗାଳ୍ପିକ, ଅନୁବାଦକ, ନାଟ୍ୟକାର ଓ ଶିଶୁ ସାହିତ୍ୟିକ ଭାବେ ଅନନ୍ତ ପଟ୍ଟନାୟକ(୧୯୧୪-୧୯୮୭)ପରିଚିତ ଥିଲେ। ତାଙ୍କର ସମସ୍ତ ଲେଖାରେ ଗରିବ ଓ ଖଟିଖିଆ ତଥା ସମାଜର ତଳ ଶ୍ରେଣୀର ଲୋକମାନଙ୍କର ବେଦନା ପ୍ରତିଫଳିତ ହୋଇଛି। ସେତେବେଳର ସୋଭିଏତ୍ ଋଷିଆର ପ୍ରତିଷ୍ଠିତ ସାହିତ୍ୟିକ ମାକ୍ସିମ୍ ଗର୍କୀଙ୍କର ‘ଦି ମଦର୍’ ଉପନ୍ୟାସର ଓଡ଼ିଆ ଅନୁବାଦ କରି ସେ ବେଶ୍ ପ୍ରଶଂସିତ ହେବା ସହିତ ଏଥିପାଇଁ ସେ ସୋଭିଏତ୍ ଋଷିଆ ନେହେରୁ ପୁରସ୍କାର ପାଇଥିଲେ।

୧୯୮୦ ମସିହାରେ କବିତା ସଙ୍କଳନ ‘ଅବାନ୍ତର’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କର ସାହିତ୍ୟ କୃତି ମଧ୍ୟରେ କବିତା ସଙ୍କଳନ- ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’, ‘ଶାନ୍ତି ଶିଖା’ ଓ ‘ତର୍ପଣ କରେ ଆଜି’ ଓ ‘ଅବାନ୍ତର’ ଇତ୍ୟାଦି, ଗଳ୍ପ ସଙ୍କଳନ – ‘ଛାଡ଼ ଉତ୍ତର’, ଅନୁବାଦ ଗ୍ରନ୍ତ- ‘ଭାଗ୍ୟରୁ ଖିଏ’ ନାଟକ-‘ରାବଣ’, ‘ଚିର ଅନ୍ଧାର ରାତି’, ଶିଶୁ ସାହିତ୍ୟ-‘ଛବିଟିଏକୁ ଗପଟିଏ’ ଓ ‘କଷରା ଘୋଡ଼ା’ ଆଦି ଅନ୍ୟତମ।

ସର୍ବହରା

ଜୀବନ ଧରି ହେ ଢାଳିଲୁ ରକ୍ତ, ତୋଳିଲୁ ସଉଧମାଳା ଆମରି ଲାଗିରେ ଶାସନ ଶକ୍ତ, ଆମେଇ ସର୍ବହରା। ଝାଞ୍ଜି ପବନ ସହିରେ ସଘନ, ଗହିରେ ରୋଇଲୁ ଧାନ...

ads
ବ୍ୟଙ୍ଗ ରଚନା
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭
(ସୋମ - ଶନିବାର : ଦି ୧୦ ରୁ ସଂ ୬:୩୦)

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP