ଆମେ ଖଟିଖିଆ ଆମେ ସର୍ବହରା
ଆମେ ଏ ମାଟିର ସନ୍ତାନ,
ଆମ ପରିଚୟ, ଆମ ସ୍ବାଭିମାନ
ଆମ ପାଇଁ ଅଟେ ଗରୀୟାନ।

ଆମ ହାତ ଲାଗି ସଉଧ ଉଠୁଛି
ଭୁଷୁଡ଼ି ଯାଉଛି ଆମ ଜୀବନ,
ଆମ ଛାତି ରକ୍ତ ଶୋଷୁଛ ତୁମେ ରେ
ଆମେ ହେଲୁ ସଇତାନ।

ଉଜୁଡ଼ି ଯାଉଛି ଆମ ପରିବାର
କୁଡ଼ିଆରେ ନାହିଁ ସ୍ପନ୍ଦନ,
ଆମ ରକ୍ତ ଧାର ପ୍ରଳୟର ଗାର
ବେଳ ଥାଉଁ ହୁଅ ସାବଧାନ।