ମଣିଷ କି ଜାଣିପାରେ ତାର
କେଉଁ ଶବ୍ଦ ହୋଇବ ଅନ୍ତିମ?
ଗଛ ତ ବୁଝେନା କେବେ
କେଉଁ ଡାଳ ଶ୍ମଶାନେ ଜଳିବ
ଶଙ୍ଖାରି କି ଜାଣିପାରେ,
କେଉଁ ଶଙ୍ଖା ରମଣୀର ଶେଷ ଶଙ୍ଖା ହେବ
ଯୁବତୀ ବି କେମିତି ଜାଣିବ
କେଉଁ ବିନ୍ଦୁ ଗର୍ଭରେ ରହିବ!
ସାଗର ବୁଝେନା କେବେ ତଟିନୀର ଶୋକ
ଶାସକ ଦେଖେନା କେବେ
ଭୋକିଲା ମଣିଷର ଚିତ୍ର
କାହା କଥା କିଏ ସେ ବୁଝିବ?
ଶବ୍ଦର ଆକାଶ ଇଏ
ସମୟର ଶବ୍ଦ
ମୋ ଦୁଃଖ କହିବ କିଏ?
ସାକ୍ଷୀ ମୋ ସଡକ
ତା’ ବୁକୁରେ ଲୁହ ମୋର ଝରିଛି ଅନେକ
ପଡିଛି ଝୁଣ୍ଟିଲା ପାଦ
ରକ୍ତାକ୍ତ ରକ୍ତାକ୍ତ,
ଏଇ କ’ଣ ସମୟର ଶବ୍ଦ
ଚଉପାଶେ ଘେରିଅଛି
ଜୁଲମର ନାଗଫାଶ
ସେମାନେ କି ଇନ୍ଦ୍ରଜିତ?
ମୁଁ ବି ଶୁଣିଛି ସମୟର ଶବ୍ଦ… କାହାକୁ କହେନି… ଡର ମାଡେ… ସମୟ ବଡ ବଳବାନ… ସମୟ କୁ ସମ୍ମାନ ଦେବା…