ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଓଡ଼ିଆ ସାହିତ୍ୟ ପତ୍ରିକା ସମ୍ପାଦକ ସମ୍ମିଳନୀ ଓ ଆଲୋଚନା ଚକ୍ର

ଭୁବନେଶ୍ବର: ସମୟର ସ୍ବର ଶୁଣିବା ଓ ଚିହ୍ନିବା ଜଣେ ସାହିତ୍ୟ ପତ୍ରିକାର ସମ୍ପାଦକଙ୍କ ଦାୟିତ୍ବ୤ ବାସ୍ତବ କବିତା ବା ଗଳ୍ପ ସଂଗ୍ରହ କରିବା ଓ ଏହାର ପ୍ରଚାର ଓ ପ୍ରସାର ପ୍ରତି ପ୍ରାଥମିକତା ଦେବା ସେମାନଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ବରିଷ୍ଠ ତଥା ବର୍ଷିୟାନ୍‌ ସାହିତ୍ୟିକ ମନୋଜ ଦାସ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ଓଡ଼ିଆ ସାହିତ୍ୟ ପତ୍ରିକା ସମ୍ପାଦକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସ ଏହା କହିଥିଲେ୤ ଏକାଡ଼େମୀର ସଭାପତି ସାତକଡ଼ି ହୋତାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦାସ ସାହିତ୍ୟ ପତ୍ରିକାର ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ସେହି ତୁଳନାରେ ଦାୟିତ୍ବବାନ ସମ୍ପାଦକଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ ବୋଲି କହିଥିଲେ୤ ଏଥିରେ ସମ୍ମାନିତ ଅତିଥି ଭାବେ ‘ଝଙ୍କାର’ ପତ୍ରିକାର ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି, ସମ୍ପାଦନା ହେଉଛି ଏକ କଳା ଏବଂ ଭାଷା ଓ ବ୍ୟାକରଣ ଜ୍ଞାନ ଉପରେ ସମ୍ପାଦକଙ୍କ ଦକ୍ଷତା ରହିବା ଜରୁରି ବୋଲି କହିଥିଲେ୤ ପ୍ରଥମ ଅଧିବେଶନ ଶେଷରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଉପସଭାପତି ଗିରି ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ୤

କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ‘ଓଡ଼ିଆ ପତ୍ରପତ୍ରିକାର ବିବର୍ତ୍ତନ ଓ ଇଣ୍ଟର୍‌ନେଟ୍‌ ଯୁଗରେ ଓଡ଼ିଆ ପତ୍ରପତ୍ରିକା: ସଙ୍କଟ ଓ ସମ୍ଭାବନା’ ସଂପର୍କରେ ଆଲୋଚନା ହୋଇଥିଲା୤ ଏଥିରେ ‘ପୌରୁଷ’ ପତ୍ରିକାର ସମ୍ପାଦକ ଅସିତ୍‌ ମହାନ୍ତି ପୌରହିତ୍ୟ କରି ଓଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଆବଶ୍ୟକ ବୋଲି କହିଥିଲେ୤ ସମ୍ପ୍ରତି ଇଣ୍ଟରନେଟ୍‌ର ବହୁଳ ପ୍ରଚାର ଓ ପ୍ରସାର ଫଳରେ କେତେକ ଓଡ଼ିଆ ପତ୍ରିକା ଏହି ଦୌଡ଼ରେ ସାମିଲ୍‌ ହେବା ଓଡ଼ିଆ ଭାଷା ପାଇଁ ଭଲ ସୂଚନା ବୋଲି ସେ କହିଥିଲେ୤ ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠିତ ସାହିତ୍ୟିକ ଡ. ଅର୍ଚ୍ଚନା ନାୟକ ଯୋଗଦେଇ ଓଡ଼ିଆ ପତ୍ରିକା ବିଶେଷ କରି ସାହିତ୍ୟ ପତ୍ରିକା କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ବିଷୟରେ କହିଥିଲେ୤ ବିଶେଷ କରି ପାଠକମାନଙ୍କ ଆଗ୍ରହ ଓ ରୁଚିକୁ ଦୃଷ୍ଟିରେ ରଖି ପତ୍ରିକାର ବିଷୟ ଓ ଲେଖା ପ୍ରକାଶ କରାଯିବା ଉପରେ ଡ. ନାୟକ ଗୁରୁତ୍ବ ଦେଇଥିଲେ୤ ଏହି ଆଲୋଚନାରେ ରମାକାନ୍ତ ଜେନା, କେଦାର ମିଶ୍ର ଓ ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ ପ୍ରମୁଖ ଭାଗ ନେଇଥିଲେ୤

ସେହିପରି ଅପରାହ୍ନରେ ଅନୁଷ୍ଠିତ ତୃତୀୟ ତଥା ଶେଷ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଡ.ଶକୁନ୍ତଳା ବଳିୟାରସିଂହ୤ ମୁଖ୍ୟଅତିଥି ଭାବେ ଡ. ନବକିଶୋର ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସୁଶାନ୍ତ କୁମାର ନାୟକ୤ ଏହି ଅବସରରେ ପବିତ୍ର ପାଣିଗ୍ରାହୀଙ୍କ ‘ଐତିହାସିକ ମନ୍ମଥନାଥ ଦାସ’ ଗିରିଜା ପ୍ରସାଦ ବସୁଙ୍କ ‘କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ’ ସୁସ୍ମିତା ରଥଙ୍କ ‘କବି ଭାନୁଜୀ ରାଓ’ ଓ ସୁପ୍ରଭା ରାୟଙ୍କ ଦ୍ବାରା ଓଡ଼ିଆରେ ଅନୁବାଦ ହୋଇଥିବା ଆଶାପୂର୍ଣ୍ଣ ଦେବୀଙ୍କ ମୂଳ ବଙ୍ଗଳା ଉପନ୍ୟାସ ‘ଶବ ସାଧକ’ ପୁସ୍ତକ ଉନ୍ମୋଚିତ ହୋଇଥିଲା୤ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପତ୍ରପତ୍ରିକା ସମ୍ପାଦକ ଏବଂ ସାହିତ୍ୟିକମାନେ ଉପସ୍ଥିତ ଥିଲେ୤

ପାଠକୀୟ ଆଦୃତି

26 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ଆଉ କେତୋଟି ସଂଗ୍ରହ
1100x600

ଉତ୍କଳ ଭାରତୀ ବିଦୁଷ ସଭା ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଉତ୍କଳ ଭାରତୀ ବିଦୁଷ ସଭା ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ସାରସ୍ୱତ କାର୍ଯ୍ୟକ୍ରମ ଓ ଶାରଦୀୟ ପତ୍ରିକା…

ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ହରପ୍ରସାଦ ୨୬ତମ ମୂର୍ତ୍ତିଦେବୀ ସମ୍ମାନ ପାଇବେ

ରାଉରକେଲା: ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ହରପ୍ରସାଦ ଦାସ ଦ୍ବିତୀୟ ଓଡ଼ିଆ ଭାବେ ସମ୍ମାନଜନକ ୨୬ତମ ମୂର୍ତ୍ତିଦେବୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି୤ ‘ମହାଭାରତ’ ମହାକାବ୍ୟର…

‘କାଦମ୍ବିନୀ’ ପକ୍ଷରୁ ଜାତୀୟସ୍ତରୀୟ ଲେଖକ ସମ୍ମିଳନୀ ଓ ପତ୍ରିକା ହାଟ ଅନୁଷ୍ଠିତ

ଭୁବନେଶ୍ବର: ଜଗତୀକରଣ ଫଳରେ ଯାହା କ୍ଷତି ହେଉ ବା ଲାଭ ହେଉ, ସାହିତ୍ୟ ଓ ସଂସ୍କୃତି ପାଇଁ କିନ୍ତୁ ଏହା ଆଶୀର୍ବାଦ ପାଲଟିଛି୤ ମାସିକ ପାରିବାରିକ ଓଡ଼ିଆ…

-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP