ମଣିଷ ଜୀବନ ପାଣିରେ ଫୋଟକା
କେତେବେଳେ ଲିଭିଯିବ
କାହିଁ ପାଇଁ ଏତେ ମାନ ଅଭିମାନ
କ୍ରୋଧ ଘୃଣା ଆଉ ଗର୍ବ।
କି ନେଇ ଆସିଛୁ କି ନେଇ ଯିବୁତୁ
ମିଛ ମାୟାର ସଂସାର
ସର୍ବେ ଆମେ ପରା ଅଭିନୟ ସାରି
ବାହୁଡ଼ିବା ନିଜ ଘର।
ପାଣିରେ ଯେପରି ଫୋଟକାଟିଏ ତୁ
ଜୀବନ ନିର୍ଦ୍ଧିଷ୍ଟ କାହିଁ
ଯେତିକି ସମୟ ବଞ୍ଚିଛୁ ତୁହି ରେ
ହସି ଖେଳି ଯା ଜିଇଁ।
ଲୁହକୁ ପୋଛିତୁ ହସିଦେ ଥରେ
ଦୁଃଖ ସବୁ ଘୁଂଚିଯିବ
ପରକୁ ଆପଣା କରି ଚାଲୁଥିଲେ
ବାଟ ପୁଣି କଟିଯିବ।
ପାଇବାର ଆଶା ଯେତିକି ରଖୁତୁ
ତ୍ୟାଗରେ ମନ ତୁ ବଳା
ପାଇବା ଖୁସିଠୁ ଦେବାର ଆନନ୍ଦ
ବୁଝିଯିବୁ ତୁ ରେ ବାଳା।