ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଅନୁରକ୍ତି

ବୈଶାଖର ପ୍ରଚଣ୍ଡ ରୌଦ୍ର। ବାବାଙ୍କ ଅସୁସ୍ଥତାରେ ବିବ୍ରତ ହୋଇ ମୋ ସ୍ତ୍ରୀ ଓ ପିଲାମାନେ ଘରକୁ ଚାଲି ଯାଇଛନ୍ତି।
ମୁଁ ଏଠି ଏକା। ହୋଟେଲ୍‌ରେ ଖାଉଥାଏଁ। ମନ ଭଲ ନଥାଏ। ନିତି ଡାକକୁ ଅନାଇ ବସିଥାଏଁ।

ହଠାତ୍‌ ଦିନେ ତାର ପାଇଲି-ବାବା ଆଉ ନାହାଁନ୍ତି।
ଚାକର ହୋଟେଲ୍‌ରୁ ଭାତ ଧରି ପହଞ୍ଚିଲା।

କହିଦେଲି “ଫୋପାଡ଼ି ଦେ।”
କ୍ଷୁତ୍‌ପ୍ରପୀଡ଼ିତ ଜରାବ୍ୟାଧିଗ୍ରସ୍ତ କୁକୁରଟି ମହା ଆନନ୍ଦରେ ସେତକ ଉଦରସ୍ଥ କରିଦେଲା।

ସେହି ଦିନଠାରୁ ବୁଲା କୁକୁରଟି ମୋ ଦାଣ୍ଡ ପିଣ୍ଡାରେ ଶୋଇ ରହିଥାଏ। ମୁଁ ଥାଏ ବା ନ ଥାଏଁ।

x x x x x x x x

ବାବାଙ୍କ ଅନ୍ତେଷ୍ଟି- କ୍ରିୟା ସମାପନ କରି କର୍ମକ୍ଷେତ୍ରକୁ ପୁନରାଗମନ କଲି।
ଅନ୍ଧାର ଦ୍ରୁତ ଗତିରେ ମାଡ଼ି ଆସୁଥାଏ।
ଦୁଆର ମୁହଁରେ କୁକୁରଟି ‘ଭୋ’ ‘ଭୋ’ ରଡ଼ି କଲା।
ମତେ ଚିହ୍ନିପାରି ସେଟା ତୁନି ହେଲା।

x x x x x x x x

ଭାଇଟି ମୋର ଏତେ ଦିନେ ସବ୍‌ଡେପୁଟି ଚାକିରି ପାଇଛି।
ମୋର ଅଜସ୍ର ଅର୍ଥ ବ୍ୟୟ ସାର୍ଥକ ହୋଇଛି।

x x x x x x x x

ରବିବାର।

ଗସ୍ତରେ ଯିବାଲାଗି ତରତର ହେଉଛି।
ଖାଇ ବସିଛି। ଚାକର ଖଣ୍ଡେ ଚିଠି ବଢ଼େଇ ଦେଲା।
ଭୋଜନ ଶେଷ ନ କରି କୁତୂହଳ ପରବଶ ହୋଇ ଚିଠିଟି ତୁରନ୍ତ ଖୋଲି ପକାଇଲି।

ଗୃହିଣୀ ଲେଖିଛନ୍ତି-“ପ୍ରବୃଦ୍ଧକୁ ଏତେ ଟଙ୍କା ଖର୍ଚ୍ଚ କରି ପଢ଼ାଇଥିବାର ଭାବ ପାଅ। ଦି ଦିନ ହେଲା ଆସି ସମ୍ପତ୍ତି ବାଡ଼ି ଭାଗବଣ୍ଟା କରିଦେବା ଲାଗି ମୋ ସାଙ୍ଗରେ ଜିଗର ଧରି ବସିଛି। ମତେ ଶୋଇ ବସେଇ ଦଉ ନାହିଁ। ତୁମେ ଛୁଟି ନେଇ ଶୀଘ୍ର ଆସିବ।”

ଅଲକ୍ଷ୍ୟରେ ମୋ ଆଖିରୁ ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା।
ଆଉ ଖାଇ ହେଲା ନାହିଁ। ହାତ ଧୋଇ ପକାଇଲି।
କୁକୁରଟି ଦୁଆର ମୁହଁରେ ଶୋଇ ରହି ଲାଙ୍ଗୁଡ଼ ହଲାଉଥାଏ।

-୦- -୦-

୧୯୪୪ ମସିହାରେ ସେତେବେଳର ଚର୍ଚ୍ଚିତ ସାହିତ୍ୟ ପତ୍ରିକା ‘ସହକାର’ରେ ପ୍ରଥମେ ଏହି କୁନି ଗପଟି ପ୍ରକାଶିତ ହୋଇ ପାଠକ ମହଲରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାର ହିନ୍ଦୀ ଓ ଇଂରାଜୀ ଅନୁବାଦ ମଧ୍ୟ ପ୍ରକାଶିତ ହୋଇଥିଲା।

ପାଠକୀୟ ଆଦୃତି

64 ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

ଲକ୍ଷ୍ମୀନାରାୟଣ ମହାନ୍ତି

ଲକ୍ଷ୍ମୀନାରାୟଣ ମହାନ୍ତି

ଲକ୍ଷ୍ମୀନାରାୟଣ ମହାନ୍ତି(୧୯୧୯-୨୦୦୫) ଏକାଧାରରେ ଔପନ୍ୟାସିକ, କବି, ନାଟ୍ୟକାର, ଅନୁବାଦକ, ଜୀବନୀକାର ଓ ଗାଳ୍ପିକ। ସଂଯତ ଓ ସୁନିର୍ବାଚିତ ଶବ୍ଦ ସଂଯୋଜନା ଓ ଭାବବ୍ୟଞ୍ଜକ ଅତିକ୍ଷୁଦ୍ର କାହାଣୀର ସ୍ରଷ୍ଟାଭାବେ ତାଙ୍କର ଖ୍ୟାତି ସୁବିଦିତ। ତାଙ୍କ ଗଳ୍ପରେ ନୂତନ ଶୈଳୀ, ଭାଷା ଓ ଭାବର ଢଙ୍ଗ ନିଆରା। ତାଙ୍କର ଗଳ୍ପ ସଙ୍କଳନ ମଧ୍ୟରେ ‘ମଳୟ ବହିଲାଣି’, ‘ଉଡ଼ନ୍ତା ବୋମା’, ‘ଓଢଣା ଖୋଲ’, ‘ଦେହ ନିଲାମ’, ‘ଅନ୍ଧଦେଶକୁ ଗଲି’, ‘ମଙ୍ଗଳ ଘଟ’, ଉପନ୍ୟାସ ମଧ୍ୟରେ ‘ହାତକଡ଼ି’, ‘ମାୟାପୁରୀ’, ‘ପିଶାଚ’ ଓ ‘ଚକ୍ରବ୍ୟୁହ’, ଅନୁବାଦ ଗ୍ରନ୍ଥ ମଧ୍ୟରେ ‘ଅପରିଚିତାର ପୁତ୍ର’, ‘ଦୁଇଟି ନଗରୀର କାହାଣୀ’, ‘ସଙ୍ଗମ’ , ‘ବତିଘର’ ,‘ପତିତା’, ‘ପ୍ରେୟସୀ’ ଓ ‘ବନଫୁଲ’ ଆଦି ଅନ୍ୟତମ। ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ସୋଭିଏତ୍‌ ଦେଶ ନେହେରୁ ପୁରସ୍କାର ଆଦି ପାଇଥିଲେ।

କ୍ରମେ ସବିଶେଷ →
ଆଉ କେତୋଟି ସଂଗ୍ରହ
Mauna mauni 01

ମୌନାମୌନୀ

ପ୍ରାୟ ଅର୍ଦ୍ଧଶତ ବର୍ଷପୂର୍ବେ ଖଣ୍ଡଗିରି ଓ ତତ୍‌ ଚତୁର୍ଦ୍ଦିଗସ୍ଥ ଉପତ୍ୟକା ଭୂମି ବିବିଧ ଜାତୀୟ ବୃକ୍ଷ ଓ ଲତା, ଜାଲରେ ବେଷ୍ଟିତ ଥିଲା। କେବଳ ଗୁମ୍ଫା ଓ…

Rebati 01

ରେବତୀ

ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇଯାଇ ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।” ଜବାବ ନାହିଁ।

Print

ସ୍ମୃତି

ଜେଜେ ଦିନେ ମୋତେ ଡାକି କହିଲେ, ‘ମୋ ହାତ ବାକ୍ସଟା ଆଣ ତ’। ଛୋଟ ହାତ ବାକ୍ସଟି ଖଟ ଉପରେ ଗୋଟେ ପାଖକୁ ଥୁଆ ହୋଇଥିଲା, ଆଣି…

-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP