ଆଶା ବିଲୋଳ କୁସୁମ ଅୟନେ
ରତ ଥିଲି ଯେବେ ଫୁଲ ଚୟନେ
କିଏ ଚୁପି ଚୁପି ଆସେ ସେ ବେଳେ
ଆଖି ଥାପିଲା ଯେବେ ଏ ନୟନେ॥
ସେହି ପଲକ ଆଲୋ କି ଲଗନେ
ଭୁଲୁଁ ଭୁଲୁଁ ଏ ନିଖିଳ ଭୁବନେ
କାହିଁ ମିଳାଇ ଗଲା ସେ ଝଲକେ
ଛାଇ ଲିଭାଇ ତା କେଉଁ ଗଗନେ॥
ସେଇ ଦିନୁ ସେ ଅଦେଖା ନୟନେ
ଯେତେ ହେଜିଲି ଶୟନ ସପନେ
ସେ’ କି ସତ ଅବା ମିଛ ସହିରେ
ସମାଧାନ ନ ହେଲା ଏ ଜୀବନେ॥