ସବୁଦେଇ ଶୂନ୍ୟ କରିଅଛ ମୋତେ
ପୂରାଅ ସକଳ ଦେଇଣ।
ନେଲ ମୋତେ ହରି
ନେଲ ମୋତେ ଧରି
ଜୀବନେ ବଞ୍ଚାଇ ମାରିଣ।

ନେଲ ଗୁଣ, ଜ୍ଞାନ
ନେଲ କର୍ମ, ଧ୍ୟାନ
ଧନ, ମାନ, ବିଦ୍ୟା-ଭୂଷଣ
ଦୁଃଖ ହେଲା ମୋର
ଚିର ସହଚର
ନିତିତ ଭୋଗିଲି ମରଣ।

ଯାହା କରିବାକୁ
ନ’ଚାହେଁ ପରାଣ
ଯାହା କହିବାକୁ
କରେଁ ମୁଁ ବାରଣ।

କଲି ତାହା ପ୍ରଭୁ
କହିଲି ତାହା ମୁଁ
ନିନ୍ଦାକୁ କଲିଟି ଭୂଷଣ।

କହ କହ ପ୍ରଭୁ
କହ କହ ମୋତେ ଆଜି
କିମ୍ପା ଦିଅ ଏତେ କଷଣ
ଝରେ କିମ୍ପା ମୋର
ଏତେ ଅଶ୍ରୁଝର
କହ କେଉଁ କାର୍ଯ୍ୟକାରଣ।