ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୁରେନ୍ଦ୍ର ମହାନ୍ତି
ସାର୍‌ ବାସୁଦେବ ସୁଢ଼ଳଦେବ
ଶୈଳେନ୍ଦ୍ର କୁମାର ଜେନା
ସେନାପତି ପ୍ରଦ୍ୟୁମ୍ନ କେଶରୀ
ଅମିୟବାଳା ପଟ୍ଟନାୟକ
ରମେଶ ଚନ୍ଦ୍ର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାଂସ
  ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
 
 
ତା: ମାର୍ଚ୍ଚ୍ ୧, ୨୦୧୧  
 

ଦି ଟଙ୍କିଆ ପାଞ୍ଚ ଟଙ୍କିଆ ନୋଟ ମିଶି ପ୍ରାୟ ଶହେ ଟଙ୍କା ଆଉ ଜରିଧଡିବାଲା ଝଲମଲ କରୁଥିବା ଶାଢୀ ଖଣ୍ଡେ ନେଇ ଫେରି ଆସିଲା ମାଉସୀ୤

ଟଙ୍କା ବଢେଇ ଦେଇ ମାଉସୀ କହିଲା, ଯା ଦେଇ ଆ୤ ୟା ଆଗରୁ ମୁଁ କାହାକୁ ଅଗ୍ରୀମ ଦେଇନି୤ ଏଇ ଶେଫାଳି ହେରିକା ଜାଣନ୍ତି୤ ଯା ଏଗୁଡାକ ଦେଇଆସି କାମରେ ଲାଗି ଯା୤ ଆଉ ଯେମିତି କେବେ ବି ସେ ଲୋକଟା କି ଛୁଆପିଲା ଏ ଆଡକୁ ନଆସନ୍ତି୤ କହିଦେଲି୤

ସୁରବାଳା ପୁଣି ବାହାରକୁ ଆସି ଦେଖିଲା ଗୋଟେ ଓସ୍ତଗଛମୂଳେ ଠିଆ ହୋଇଛି ବିଭୂ୤ ପାଖକୁ ଆସି ବିଭୂର ହାତକୁ ଜଡାଇ ଧରିଲା ସୁଧା୤ ପୁଅ ଦିଇଟା ମନୋହରୀ ଦୋକାନ ସାମ୍ନାରେ ଏପଟ ସେପଟ ହେଉଥିଲେ୤ ବୋଉକୁ ଦେଖି ଦୌଡି ଆସିଲେ ପାଖକୁ୤

ଟଙ୍କାତକ ବିଭୂହାତରେ ଦେଇ ସୁର କହିଲା, ବେଶିକରି ଚାଉଳ କିଣିନେବ୤

ବିଭୂ କହିଲା ଏଠିକା ହାଟରେ ଶସ୍ତା ହେବ୤

ସୁର କହିଲା, ନୂଆ ଚାଉଳରେ ପେଜଭାତ ଭଲ ହେବ୤ ପେଟ ବି ପୁରିବ୤ ଆଳୁ ଆଉ ଅଦା ଏଇଲେ ଶସ୍ତା୤ ଲୁଣ ନେବ ମନେ କରି୤ ଆଜି ଦିନଟା ପିଲାମାନେ ଅନ୍ତତଃ ଯେମିତି ଭଲକରି ଖାଆନ୍ତି୤

ସୁଧା କହିଲା, ବୋଉ ମାମୁଁ ଘରଭିତରଟା ଥରେ ଦେଖି ଆସିପାରିବୁନି୤ ଆମେ ଗୋଟେ କଥା ବି କହିବୁନି୤

ସୁର କହିଲା, ଆଜି ନୁହେଁ୤ ଆଉ ଦିନେ୤

ବିଭୂ କହିଲା, ବୋଉ ତ ଫେରି ଆସିବ୤ କେଇଟା ଦିନ କି୤

ସୁର କହିଲା, ହଁ ଫେରି ଆସିବି୤

ଛୋଟୁ ହଠାତ୍‌ ମୁହଁ ଫୁଲେଇ କାନ୍ଦି ଉଠିଲା୤

ସୁର କହିଲା – ୟାଙ୍କୁ କେତେଟା ଚକୋଲେଟ୍ କିଣିଦେବ୤ ସୁଧା ଭାଇର ହାତ ଧର୤

ଚକୋଲେଟ୍ କଥା ଉଚ୍ଚାରଣ ହେଉ ହେଉ ସୁଶିଲ ସଙ୍ଗେ ସଙ୍ଗେ ଗଲା ଦୋକାନ ଆଡକୁ୤ ତା ପଛେ ପଛେ ସୁଧା ଆଉ ଛୋଟୁ୤

ବିଭୂ ସାମ୍ନାରେ କେଇମୁହୂର୍ତ୍ତ ଚୁପ୍‌ କରି ଠିଆ ହୋଇଗଲା ସୁର୤ ତା ଶୁଖିଲା ମୁହଁରେ କୌଣସି ଭାବର ଚିହ୍ନବର୍ଣ୍ଣ ନାହିଁ୤

ଟିକେ ପରେ ସେ କହିଲା ଯାଉଚି୤ ସାବଧାନ ରହିବ୤ ରକ୍ତ ପଡିଲେ ଲୁଣପାଣି କୁଳୁକୁଞ୍ଚା କରିବ ୤

ସୁର ବଦଳରେ ବିଭୂ ଆଖି ହିଁ ଛଳ ଛଳ କରୁଛି୤ ଏମିତି ବେଳାରେ କ’ଣ କହିବାକୁ ହୁଏ ତା ସେ ଜାଣିନି୤ ସେ ସାର୍ଟରେ ଆଖି ପୋଛିଲା୤ ତା ପରେ ପୁଣି ମୁହଁ ଟେକିଲା ବେଳକୁ ଦେଖିଲା ସୁରବାଳା ଫେରିଯାଇଛି ଅନେକ ବାଟ୤

ଗୋଟେ ଲେଖାଁ ଚକୋଲେଟ୍‌ ପାଟିରେ, ଗୋଟେ ହାତରେ୤ ଅମୃତର ସ୍ବାଦ ନେଉ ନେଉ ଡେଇଁ ଡେଇଁ ଆଗେଇ ଚାଲିଲେ ପିଲାଛୁଆ ତିନୋଟି୤ ଗୋଟେ ପାଦ ଟେକି ଟେକି ନାଚି ନାଚି ଦଉଡୁଥାନ୍ତି୤ ଏମିତି ଦଉଡା କେବଳ ପିଲମାନେ ହିଁ ଦଉଡି ପାରିବେ୤

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
author photo
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. SATYAM BHUYAN |  ମେ ୧୪, ୨୦୧୧ - ୧୨:୪୯ ଅପରାହ୍ନ

    very good story

  • ୨. Pradip kumar Satapathy |  ମେ ୨୫, ୨୦୧୧ - ୩:୧୫ ପୂର୍ବାହ୍ନ

    Bahut Badhiya Padhiki Kanda Asi Jauchi

  • ୩. ନରେନ୍ଦ୍ର ନାଥ ପଟ୍ଟନାୟକ |  ଡିସେମ୍ବର୍ ୧୨, ୨୦୧୧ - ୨:୪୯ ଅପରାହ୍ନ

    ମାଁ ମନର ନିଚ୍ଛକ ବର୍ଣ୍ଣନା୤ ଏମିତି ଅନେକ୍ ସୁରବାଳାଙ୍କୁ ନିଇତି ଆମେ ଦେଖୁ୤ କିନ୍ତୁ ସେମାନଙ୍କ ବାବଦରେ ଗଳ୍ପ କବିତା ସାହିତ୍ୟ ଲେଖିବା ବ୍ୟତୀତ ଆଉ କିଛି ବି କରିବା ସତରେ ଆମ ସାଧ୍ୟ ବାହାରେ କି ? ଅବଶ୍ୟ ମୋ ଜୀବନରେ ଏମିତି ଜଣେ ସୁରବାଳାକୁ ବିକ୍ରୀ ହେବା ମୁହୂର୍ତ୍ତରେ ଉଦ୍ଧାର କରି ଆଣିବାର ସୌଭାଗ୍ୟ ଜୁଟିଛି୤ କେବଳ ସେ ନୁହେଁ – ତା”ର ପରବର୍ତ୍ତୀ ପୀଢି ବର୍ତ୍ତିଗଲେ …

  • ୪. ଚନ୍ଦନ ମିଶ୍ର |  ଫେବୃଆରୀ ୧୮, ୨୦୧୨ - ୧:୩୨ ଅପରାହ୍ନ

    ସତରେ ଏକ ହୃଦୟ ବିଦାରକ କାହାଣୀ ୤

  • ୫. ସୌମ୍ୟରଞ୍ଜନ ଦାଶ |  ଫେବୃଆରୀ ୧୯, ୨୦୧୨ - ୧୨:୧୪ ଅପରାହ୍ନ

    ଏ‍ଇଭଳି କାହାଣୀ ଆହୁରି ପ୍ରକାଶ କରନ୍ତୁ ୤

  • ୬. ଆଦିତ୍ୟ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୨:୧୫ ଅପରାହ୍ନ

    କାହାଣୀର ବର୍ଣ୍ଣନା ଖୁବ୍ ଉଚ୍ଚ କୋଟିର ୤

  • ୭. ଦେବ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୧୦:୩୬ ଅପରାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି ନୂତନ୍ ନୂତନ୍ କାହାଣୀ ଲେଖନ୍ତୁ | odiasahitya.com ଓଡିଆଂକର ପ୍ରାଣ ପାଲଟିଚି |

  • ୮. ରାକେଶ କୁମାର |  ମାର୍ଚ୍ଚ୍ ୨୧, ୨୦୧୨ - ୧୨:୩୨ ପୂର୍ବାହ୍ନ

    ବହୁତ ଭଲ ଲେଖା ଅଟେ /

  • ୯. ପାର୍ଥ |  ମାର୍ଚ୍ଚ୍ ୨୪, ୨୦୧୨ - ୯:୨୪ ପୂର୍ବାହ୍ନ

    ଅନୁବାଦଟି ମୌଳିକ ରଚନା ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ପାରିଛି,ଏହା କମ୍ କଷ୍ଟକର ସାଧନା ନୁହେଁ୤ଧନ୍ୟବାଦ୍୤

  • ୧୦. sanat |  ମେ ୧୯, ୨୦୧୨ - ୯:୩୪ ପୂର୍ବାହ୍ନ

    କି ସୁନ୍ଦର୍ ଲେଖା, କି ସୁନ୍ଦର୍ ଅନୁବାଦ…….ଚମତ୍କାର୍…..

  • ୧୧. hemant |  ମେ ୨୫, ୨୦୧୨ - ୧:୧୬ ଅପରାହ୍ନ

    ଖୁବ୍ ସୁନ୍ଦର ହେଇଚି.

  • ୧୨. kedar |  ଅଗଷ୍ଟ୍ ୧୭, ୨୦୧୨ - ୧୦:୧୩ ପୂର୍ବାହ୍ନ

    ବହୁତ ଭଲ ହେଇଛି୤

  • ୧୩. ଦୁଷ୍ମନ୍ତ କୁମାର ଜେନା, ଓଡିଶା |  ଜାନୁଆରୀ ୭, ୨୦୧୩ - ୯:୫୪ ପୂର୍ବାହ୍ନ

    ଅନ୍ୟ ଜୀବ ତ ମାଂସ ବିକେନା! ମଣିଷ କାହିଁକି ? ଏଇଥି ପାଇଁ କଣ ଆମେ ଶ୍ରେଷ୍ଠ ଜୀବ ? ସଂଜମତା କାହା ଅଭିଧାନ ର ଶବ୍ଦ, ମଣିଷ ର ନାଁ ଅନ୍ୟର ? ଆମର ଉତ୍ତରଣ ହେଉ୤ ଧନ୍ୟବାଦ୍‌ ୤

  • ୧୪. JAJATI NAIK |  ଜୁନ୍ ୨୫, ୨୦୧୩ - ୪:୫୧ ପୂର୍ବାହ୍ନ

    Heart touching story

  • ୧୫. swadhin, nagpur |  ମାର୍ଚ୍ଚ୍ ୧୩, ୨୦୧୪ - ୧୦:୪୭ ଅପରାହ୍ନ

    ବହୁତଭଲ ହେଇଛି

  • ୧୬. Sunil Kumar biswal, Bhubaneswar |  ମାର୍ଚ୍ଚ୍ ୯, ୨୦୧୮ - ୪:୧୯ ପୂର୍ବାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି କାହାଣୀ ଲେଖନ୍ତୁ | dhanyabad . bahuta kandamaduchi.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤