ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭

ଲେଖକ ଓ ଲେଖିକା

ବିଜୟ ମିଶ୍ର
ସ୍ବଭାବ କବି ଗଙ୍ଗାଧର ମେହେର
ଭୁବନେଶ୍ବର ବେହେରା
କୃଷ୍ଣଚନ୍ଦ୍ର ତ୍ରିପାଠୀ
ମନୋରଞ୍ଜନ ପାଣିଗ୍ରାହୀ
ରମେଶ ଚନ୍ଦ୍ର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାଂସ
  ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
 
 
ତା: ମାର୍ଚ୍ଚ୍ ୧, ୨୦୧୧  
 

ବିଭୂ କହିଲା, ଏବେ ବି ଫେରିଯାଇ ହେବ୤

ସୁରବାଳା କହିଲା, ମୁଁ ଯିବି ଠିକ୍‌ କରିଛି୤

ବିଭୂ କହିଲା, ମୁଁ କିନ୍ତୁ ତୋତେ ଜୋର କରିନି୤

ସୁର କହିଲା, ନାଁ ତୁମେ ଜୋର କରିନ୤ ମୁଁ ହିଁ ଠିକ୍‌ କରିଛି୤

ଉଛୁଳି ଉଠୁଛନ୍ତି ପିଲାମାନେ୤ ଏଇତ ଦେଖାଯାଉଛି ମାମୁଁଙ୍କର ଘର୤ ତଥାପି ଡେରି କାହିଁକି ?

ସୁଶିଲ କହିଲା- ବାପା ଚାଲ୤

ବିଭୂ ଥରେ ଖଁ ଖଁ ତଣ୍ଟି ସଫା କରି କହିଲା, ଶୁଣ ପିଲେ, ମାମୁଁଘରକୁ ବର୍ତ୍ତମାନ ତୁମ ବୋଉ ଏକା ଯିବ୤ ଆମେ ଘରକୁ ଫେରିଯିବା୤

ତିନିଜଣଙ୍କର ଏକା ପ୍ରଶ୍ନ – କାହିଁକି ? ଆମେ ଯିବୁନି କାହିଁକି ?

ବିଭୂ କହିଲା, ସେଠିକି ପିଲାମାନେ ଯାଆନ୍ତିନି୤ ବୋଉ ପୁଣି ଫେରି ଆସିବ୤ ସେତେଦିନ ପର୍ଯ୍ୟନ୍ତ ତମେମାନେ ମୋ ପାଖରେ ରହିବ୤

ଝିଅମାନଙ୍କ ବୁଦ୍ଧି ଜୋର୤ ପିଲାମାନେ ମାମୁଁଘର ଯାଆନ୍ତିନି, ଏଇଟା ସୁଧାକୁ ବିଶ୍ବାସ ହେଲାନି୤ ସେ ପଚାରିଲା କେବଳ ମାମୁଁଘରକୁ ଯାଆନ୍ତି କେବଳ ବଡମାନେ ?
ତା ପ୍ରଶ୍ନର ଉତ୍ତରରେ ବିଭୂ କହିଲା – ହଁ.. ମାମୁଁଘରେ ଜଣକର ଦେହ ଭୀଷଣ ଖରାପ୤ ସେଥିଲାଗି ପିଲାମାନେ ଯିବାକଥା ନୁହେଁ୤ ସୁର, ତୁ ତାହେଲେ ଯାଆ୤ ବେଳ ଗଡି ଯାଉଛି୤

ଛୋଟୁ ସେସବୁ ବୁଝେନା୤ ସେ ବୋଉକୁ ଜାକିଧରି ତା ଶାଢୀରେ ମୁହଁ ଗୁଞ୍ଜି ଖୁବ୍‌ କାତର ଭାବେ ଆବେଦନ କଲା, ବୋଉ ମୁଁ ତୋ ସାଙ୍ଗେ ଯିବି ଲୋ ! ଟିକେ ବି ପାଟି କରିବିନି୤

ସ୍ବାମୀ ଓ ଅନ୍ୟ ଦୁଇସନ୍ତାନଙ୍କ ଆଡକୁ କ୍ରମାନ୍ବୟରେ ଚାହିଁଲା ସୁର୤ ତାପରେ ଛୋଟୁକୁ ସେ ଧୀରେ ଧୀରେ ଛଡେଇ ନେଇ କହିଲା – ଯିବୁ୤ ତତେ ପରେ ନେଇଯିବି୤ ଆଜି ଘରକୁ ଯାଆ୤ ଘରେ ସୁନା ପିଲା ହୋଇ ରହିବୁ୤

ସୁଧାକୁ କହିଲା, ଭାଇକୁ ଧର୍‌, ତୁ ଛୋଟୁକୁ ସମ୍ଭାଳିବୁ୤

ନଇଁପଡି ସେ ସ୍ବାମୀଙ୍କ ପାଦଛୁଇଁ ପ୍ରଣତି କରିବା ପରେ ତିନିଟିଯାକ ଛୁଆଙ୍କୁ ଜାବୁଡି ଧରିଲା ଏକାଠି୤ ଆଉ କିଛି କଥା ନାହିଁ୤

ତାପରେ ହଠାତ୍‌ ସେ ସେମାନଙ୍କୁ ଛାଡିଦେଇ ଦୁମ୍‌ ଦୁମ୍‌ କରି ଆଗେଇଗଲା ସେ ଘରଗୁଡା ଆଡକୁ୤ ଟିକେ ପରେ ଅଟକି ପଛକୁ ଚାହିଁ କହିଲା, ତୁମେମାନେ ଟିକେ ଅପକ୍ଷା କର୤

ଗୁଲିଖଟି କରୁଥିବା ଲୋକଗୁଡାଙ୍କ ପାଖଦେଇ ଗଲାବେଳେ ଜଣେ ଅଙ୍ଗୁଠି ଦେଖାଇ କହିଲା, ଏଇ ପାଖଦେଇ ଯାଅ ଦେଖିବ ଗୋଟେ ବଡ କୋଠାଘର୤
ଗଳିଟା ପଙ୍କ ପଚ୍‌ପଚ୍‌୤ ଘର ଗୁଡାକ ପାଖଦେଇ ଯାଉ ଯାଉ ସୁର ଦେଖିଲା, ସବୁ ଝରକା ଦେଇ ଉଙ୍କି ମାରୁଛନ୍ତି ବିଭିନ୍ନ ବୟସର ଝିଅମାନେ୤
ଗୋଟେ ଜାଗାରେ ଗଳିଟା ତିନିଭାଗ ହୋଇଯାଇଛି୤ କୋଉ ଆଡକୁ ଯିବ ବୁଝି ନପାରି ସୁର ଠିଆ ହେଉ ହେଉ ଜଣେ କିଏ କହିଲା, ଏଇ ଡାହାଣପଟେ, ରଣକାଳୀପୁରର ରଣଚଣ୍ଡୀକୁ ଦେଖିପାରୁନ ?

ବଡ ଆଦବକାଇଦାରେ ଗୋଟେ ପାନବଟୁଆ ନେଇ ପାଦ ଲମ୍ବେଇ ବସିଛନ୍ତି ଏକ ବିଶାଳକାୟ ରମଣୀ୤ ପାଖରେ ଏକଦମ୍‌ ପାତଳୀ ଝିଅଟିଏ୤

ପାତଳୀ ଝିଅଟି କହିଲା, ମାଉସୀ ୟାରି ତ ଆସିବାର ଥିଲା ବୋଧେ ?

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
author photo
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. SATYAM BHUYAN |  ମେ ୧୪, ୨୦୧୧ - ୧୨:୪୯ ଅପରାହ୍ନ

    very good story

  • ୨. Pradip kumar Satapathy |  ମେ ୨୫, ୨୦୧୧ - ୩:୧୫ ପୂର୍ବାହ୍ନ

    Bahut Badhiya Padhiki Kanda Asi Jauchi

  • ୩. ନରେନ୍ଦ୍ର ନାଥ ପଟ୍ଟନାୟକ |  ଡିସେମ୍ବର୍ ୧୨, ୨୦୧୧ - ୨:୪୯ ଅପରାହ୍ନ

    ମାଁ ମନର ନିଚ୍ଛକ ବର୍ଣ୍ଣନା୤ ଏମିତି ଅନେକ୍ ସୁରବାଳାଙ୍କୁ ନିଇତି ଆମେ ଦେଖୁ୤ କିନ୍ତୁ ସେମାନଙ୍କ ବାବଦରେ ଗଳ୍ପ କବିତା ସାହିତ୍ୟ ଲେଖିବା ବ୍ୟତୀତ ଆଉ କିଛି ବି କରିବା ସତରେ ଆମ ସାଧ୍ୟ ବାହାରେ କି ? ଅବଶ୍ୟ ମୋ ଜୀବନରେ ଏମିତି ଜଣେ ସୁରବାଳାକୁ ବିକ୍ରୀ ହେବା ମୁହୂର୍ତ୍ତରେ ଉଦ୍ଧାର କରି ଆଣିବାର ସୌଭାଗ୍ୟ ଜୁଟିଛି୤ କେବଳ ସେ ନୁହେଁ – ତା”ର ପରବର୍ତ୍ତୀ ପୀଢି ବର୍ତ୍ତିଗଲେ …

  • ୪. ଚନ୍ଦନ ମିଶ୍ର |  ଫେବୃଆରୀ ୧୮, ୨୦୧୨ - ୧:୩୨ ଅପରାହ୍ନ

    ସତରେ ଏକ ହୃଦୟ ବିଦାରକ କାହାଣୀ ୤

  • ୫. ସୌମ୍ୟରଞ୍ଜନ ଦାଶ |  ଫେବୃଆରୀ ୧୯, ୨୦୧୨ - ୧୨:୧୪ ଅପରାହ୍ନ

    ଏ‍ଇଭଳି କାହାଣୀ ଆହୁରି ପ୍ରକାଶ କରନ୍ତୁ ୤

  • ୬. ଆଦିତ୍ୟ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୨:୧୫ ଅପରାହ୍ନ

    କାହାଣୀର ବର୍ଣ୍ଣନା ଖୁବ୍ ଉଚ୍ଚ କୋଟିର ୤

  • ୭. ଦେବ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୧୦:୩୬ ଅପରାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି ନୂତନ୍ ନୂତନ୍ କାହାଣୀ ଲେଖନ୍ତୁ | odiasahitya.com ଓଡିଆଂକର ପ୍ରାଣ ପାଲଟିଚି |

  • ୮. ରାକେଶ କୁମାର |  ମାର୍ଚ୍ଚ୍ ୨୧, ୨୦୧୨ - ୧୨:୩୨ ପୂର୍ବାହ୍ନ

    ବହୁତ ଭଲ ଲେଖା ଅଟେ /

  • ୯. ପାର୍ଥ |  ମାର୍ଚ୍ଚ୍ ୨୪, ୨୦୧୨ - ୯:୨୪ ପୂର୍ବାହ୍ନ

    ଅନୁବାଦଟି ମୌଳିକ ରଚନା ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ପାରିଛି,ଏହା କମ୍ କଷ୍ଟକର ସାଧନା ନୁହେଁ୤ଧନ୍ୟବାଦ୍୤

  • ୧୦. sanat |  ମେ ୧୯, ୨୦୧୨ - ୯:୩୪ ପୂର୍ବାହ୍ନ

    କି ସୁନ୍ଦର୍ ଲେଖା, କି ସୁନ୍ଦର୍ ଅନୁବାଦ…….ଚମତ୍କାର୍…..

  • ୧୧. hemant |  ମେ ୨୫, ୨୦୧୨ - ୧:୧୬ ଅପରାହ୍ନ

    ଖୁବ୍ ସୁନ୍ଦର ହେଇଚି.

  • ୧୨. kedar |  ଅଗଷ୍ଟ୍ ୧୭, ୨୦୧୨ - ୧୦:୧୩ ପୂର୍ବାହ୍ନ

    ବହୁତ ଭଲ ହେଇଛି୤

  • ୧୩. ଦୁଷ୍ମନ୍ତ କୁମାର ଜେନା, ଓଡିଶା |  ଜାନୁଆରୀ ୭, ୨୦୧୩ - ୯:୫୪ ପୂର୍ବାହ୍ନ

    ଅନ୍ୟ ଜୀବ ତ ମାଂସ ବିକେନା! ମଣିଷ କାହିଁକି ? ଏଇଥି ପାଇଁ କଣ ଆମେ ଶ୍ରେଷ୍ଠ ଜୀବ ? ସଂଜମତା କାହା ଅଭିଧାନ ର ଶବ୍ଦ, ମଣିଷ ର ନାଁ ଅନ୍ୟର ? ଆମର ଉତ୍ତରଣ ହେଉ୤ ଧନ୍ୟବାଦ୍‌ ୤

  • ୧୪. JAJATI NAIK |  ଜୁନ୍ ୨୫, ୨୦୧୩ - ୪:୫୧ ପୂର୍ବାହ୍ନ

    Heart touching story

  • ୧୫. swadhin, nagpur |  ମାର୍ଚ୍ଚ୍ ୧୩, ୨୦୧୪ - ୧୦:୪୭ ଅପରାହ୍ନ

    ବହୁତଭଲ ହେଇଛି

  • ୧୬. Sunil Kumar biswal, Bhubaneswar |  ମାର୍ଚ୍ଚ୍ ୯, ୨୦୧୮ - ୪:୧୯ ପୂର୍ବାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି କାହାଣୀ ଲେଖନ୍ତୁ | dhanyabad . bahuta kandamaduchi.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤